ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ

ଜୁନାଗଡ଼୬/୪ (ନି. ପ୍ର ) ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜୁନାଗଡ଼ ବ୍ଲକ ର ୫୭ ଟି ହାଇସ୍କୁଲ ଓ ୨୬ ଟି ପ୍ରାଥମିକ ବିଦ୍ୟାଳୟ ର ମୋଟ ୮୩ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l କନିଷ୍ଟ ବିଭାଗ ରେ ଜୁନାଗଡ଼ ଆଦର୍ଶ ବିଦ୍ୟାଳୟ ର ସିଦ୍ଧାନ୍ତ ଶେଖର ସାହୁ ପ୍ରଥମ, ଦୀପିକା ନାଗ ଦ୍ଵିତୀୟ, ଜସ୍ମିନ ନାଏକ,ବ୍ରାହ୍ମଣୀଗୁଡା ତୃତୀୟ, ପଦ୍ମା ସୁନାନୀ ଚତୁର୍ଥ, ରୁପେଶ୍ବରୀ ପୁଝାରୀ ପଞ୍ଚମ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ବରିଷ୍ଠ ବିଭାଗ ରେ ଦେବାଶିଷ ପୁଝାରୀ, ପିଲକିଆ ପ୍ରଥମ, ରୁଚି ଧଙ୍ଗଡ଼ାମାଝି ବ୍ରାହ୍ମଣୀଗୁଡା, ଦ୍ଵିତୀୟ, ଚୁମକି ମେହେର, ତୃତୀୟ, ହେମାଙ୍ଗିନୀ ନାଏକ,ପିଲକିଆ ଚତୁର୍ଥ ସ୍ଥାନ ଗ୍ରହଣ କରି ଜ଼ିଲ୍ଲା ସ୍ତର କୁ ଉନ୍ନୀତ ହୋଇଛନ୍ତି l ଏହି ଅବସର ରେ ପ୍ରଥମ ଅଧିବେଶନ ରେ ଅନୁଷ୍ଠିତ ଉଦଘାଟନ ସଭା ରେ ଜୁନାଗଡ଼ ଏନ.ଏ. ସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ, ମୁଖ୍ୟ ଅଥିତି  ରହି ଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀ ଅରିଫା ସୁଲତାନା,ସ୍କୁଲ ପରିଚାଳନା କମିଟି ସଭାପତି ବିରୁପାକ୍ଷ ନାଏକ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ଦ୍ଵିତୀୟ ଅଧିବେଶନ ଉଦଯାପନୀ ସଭା ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧୀରା ମେହେର, ଜୁନାଗଡ଼ ବ୍ଲକ ଚେୟାରମ୍ୟାନ ସବିତା ମେହେର, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ପ୍ରକାଶ ନିଶଙ୍କ,ଜ଼ିଲ୍ଲା ଶାରୀରିକ୍ଷ ନିରୀକ୍ଷକ ମହେନ୍ଦ୍ର ପଣ୍ଡା,ବ୍ଲକ ଶିକ୍ଷା ଅଧିକାରୀ ଆରିଫା ସୁଲତାନା, ମୋ ସ୍କୁଲ ଅଭିଯାନ ସଭାପତି ସନ୍ତୋଷ ସିଂହଦେଓ ଯୋଗଦାନ କରିଥିବା ବେଳେ ଜୁନାଗଡ଼ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧୀର ବେହେରା ସଭାପତିତ୍ୱ କରିଥିଲେ l ସଭା ପରିଚାଳନା ଶିକ୍ଷକ ସୁଧୀର ମେହେର, ମଳୟ ମୁଣ୍ଡ, ସୂର୍ଯ୍ୟ ଠାକୁର,କରିଥିବା ବେଳେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କୁ ସଫଳ କରିବାରେ ସରୋଜ ପଣ୍ଡା, ମନୋରଞ୍ଜନ ସାହୁ ,ପ୍ରଶାନ୍ତ ନନ୍ଦ ପ୍ରମୁଖ ସାହାଯ୍ୟ କରିଥିଲେ ।  ଜୁନାଗଡ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ ।

Related posts

ଦୁଇ ମହିଳା ଙ୍କୁ ପୁଲିସ ର ଅସଦା ଚରଣ 

Sunil Chandra Nayak

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ତୁମକୁ ଭଲ ପାଏ ବୋଲି

Sunil Chandra Nayak

Leave a Comment

error: Content is protected !!