ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୨୯/୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଶିକ୍ଷକ ଧନୁର୍ଯ୍ୟ ଛାତ୍ରୀଆ ଙ୍କୁ କୋକସରା ଶିକ୍ଷକ ସଙ୍ଘ ପକ୍ଷରୁ ଶୁକ୍ରବାର କାଶିବାହାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ କାଶିବାହାଲ ରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଆଜିର ଏହି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଶିକ୍ଷକ ଅନିଲ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ରମାକାନ୍ତ ଦାସ, ସମ୍ମାନିତ ଅତିଥି ଏ.ବି.ଇ.ଓ ବିଜୟ କୁମାର ବାରିକ, ବ୍ଲକ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ, ନୋଡାଲ ସି.ଆର.ସି.ସି ବୈକୁଣ୍ଠ ଜାଲ, ସୁବାଷ ଚନ୍ଦ୍ର ବାଗ, ଗୋବର୍ଦ୍ଧନ ବେମାଲ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବିଦାୟ ଶିକ୍ଷକ ଛାତ୍ରୀଆ ଙ୍କ କର୍ମମୟ ଜୀବନ ଓ ଶିକ୍ଷକତା କୁ ବ୍ରତ ଭାବେ ଗ୍ରହଣ କରି ସେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ନେଇ ମତବ୍ୟକ୍ତ କରିଥିଲେ। ମଞ୍ଚ ପରିଚାଳନା କାଶିବାହାଲ ସି.ଆର.ସି.ସି ପ୍ରଶାନ୍ତ କୁମାର ଶବର କରିଥିବା ବେଳେ କାଶିବାହାଲ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ଶିକ୍ଷକ ଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ମ ନି ସ 

Related posts

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

masiha

ସମ୍ପୂର୍ଣ ଶୁଷ୍କ ସାନ୍ଦୁଲ ନଦୀ, ନର୍ଲା ରେ ପାନୀୟ ଜଳ ଯୋଗାଣ ଠପ 

Sunil Chandra Nayak

କନକ ନିଆଲ୍ ହତ୍ୟା ର ସମସ୍ତ ଆରୋପି ଙ୍କୁ କୋର୍ଟ ଚାଲାଣ ଦାବିରେ ଧାରଣା ଦେବେ ପୀଡ଼ିତା ର ପିତା

Sunil Chandra Nayak

Leave a Comment

error: Content is protected !!