ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ ଜଣାଣ କାଳିଆ

କାଳିଆ

କିଛି ମାଗୁନାହିଁ ତୋତେରେ କାଳିଆ

ବଡଦାଣ୍ଡେ ଛିଡା ହୋଇ

ତୋ ବଡ ଦାଣ୍ଡରେ ଚାଲିଗଲେ ଥରେ

ଦୁଃଖ ବୋଲି କିଛି ନାହିଁ

କିଛି ମାଗୁନାହିଁ…………….୧

 

ନୟନ ଦେଖୁଛି କେତେଯେ ଭକତ

ଆସୁଛନ୍ତି ଦେଖାକରି

ଧାଡି ଧାଡି ହୋଇ ଚାଲନ୍ତି ଭକତେ

ତୋ ନାମକୁ ଜପ କରି

ଭକତିରେ ଭରା ସବୁରି ହୃଦୟ 

ତୋ ସେବା କରିବା ପାଇଁ

କିଛି ମାଗୁନାହିଁ…………….୨

 

ଯାହାର ସାଥିରେ ଭାବର ବନ୍ଧନ

କିକଥା ମାଗିଵି ଯାଇ

ଭକତି ଭାବରେ ବାନ୍ଧିଦେବି ତୋତେ

ଚିରକାଳ ଥିବୁ ରହି

ଏତିକି ମାଗୁଣି ତୋ ପାଦ କମଳେ

ସେବକ ମୁଁ ତୋର ପାଇଁ

କିଛି ମାଗୁନାହିଁ ତୋତେରେ କାଳିଆ

ବଡଦାଣ୍ଡେ ଛିଡା ହୋଇ…………୩

 

 ସତ୍ୟ ରଞ୍ଜନ ସ୍ୱାଇଁ 

ଅବଦଲପୁର, ଯାଜପୁର

 

Related posts

ସର୍ପ ଘାତରେ କ୍ଷେତ୍ର ବାଗଙ୍କ ମୃତ

Sunil Chandra Nayak

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

Sunil Chandra Nayak

ତାରିଣୀ ଚରଣ ସାହୁ ଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!