ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ମୋ ସ୍ଵପ୍ନ ଓ ଜଣାଣ

ମୋ ସ୍ଵପ୍ନ ଓ ଜଣାଣ

ବିଜୟ କୁମାର ଜେନା

 

ପ୍ରତି ନିଶିଥ ରେ ସ୍ବପ୍ନ ଦେଖେ

        ସେଇ ଦାରୁବ୍ରହ୍ମ

ସାଗରର ଢେଉ, ବାଇଶି ପାହାଚ

     ପତିତପାବନ ବାନା

  ହଠାତ୍ ନିଦ୍ରା ଭାଜି ଯାଏ

ଟିକେ ବାହାରକୁ ଚାହେଁ

ସିନ୍ଧୂରା ଫାଟି ଆସୁଛି

କୁଆଁ ତାରା ଲୁଚିବ ବୋଲି

  ସଜବାଜ ହେଉଛି

ଅଲକ୍ଷ୍ୟରେ ହାତରେ ଲେଖନୀ ଧରେ

      କେଇ ପଦ ଲେଖି ଦିଏ

ତାହାକୁ ଭାବରେ ସଜାଏ, ପୁଣି

  ଜଗନ୍ନାଥଙ୍କୁ ସମର୍ପଣ କରି ଦିଏ

ମନେ ମନେ କୁହେ, ହେ ମହାବାହୁ

ସପନ ରେ ଯାହା ଟା ଦେଖିଛି

ତାହାହିଁ ଭାଷାରେ ଫୁଟାଇଛି

ଏଇ ମୋର ସ୍ବପ୍ନ ଓ ତୁମକୁ ନିତି

        ଭେଟି ଦେଉଥିବା ଜଣାଣ

       କୃପା କରି ଗ୍ରହଣ କରିବ

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ଓ ଘାଗରାମୁଣ୍ଡା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ବାଲେଶ୍ଵର – ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଙ୍ଘ ଉପ-ସଭାପତି ହେଲେ ନରେନ୍ଦ୍ର ପ୍ରସାଦ ବେହେରା 

Leave a Comment

error: Content is protected !!