ମୋ ସ୍ଵପ୍ନ ଓ ଜଣାଣ
ବିଜୟ କୁମାର ଜେନା
ପ୍ରତି ନିଶିଥ ରେ ସ୍ବପ୍ନ ଦେଖେ
ସେଇ ଦାରୁବ୍ରହ୍ମ
ସାଗରର ଢେଉ, ବାଇଶି ପାହାଚ
ପତିତପାବନ ବାନା
ହଠାତ୍ ନିଦ୍ରା ଭାଜି ଯାଏ
ଟିକେ ବାହାରକୁ ଚାହେଁ
ସିନ୍ଧୂରା ଫାଟି ଆସୁଛି
କୁଆଁ ତାରା ଲୁଚିବ ବୋଲି
ସଜବାଜ ହେଉଛି
ଅଲକ୍ଷ୍ୟରେ ହାତରେ ଲେଖନୀ ଧରେ
କେଇ ପଦ ଲେଖି ଦିଏ
ତାହାକୁ ଭାବରେ ସଜାଏ, ପୁଣି
ଜଗନ୍ନାଥଙ୍କୁ ସମର୍ପଣ କରି ଦିଏ
ମନେ ମନେ କୁହେ, ହେ ମହାବାହୁ
ସପନ ରେ ଯାହା ଟା ଦେଖିଛି
ତାହାହିଁ ଭାଷାରେ ଫୁଟାଇଛି
ଏଇ ମୋର ସ୍ବପ୍ନ ଓ ତୁମକୁ ନିତି
ଭେଟି ଦେଉଥିବା ଜଣାଣ
କୃପା କରି ଗ୍ରହଣ କରିବ