ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଭକ୍ତି ସଙ୍ଗୀତ ‘ନମଃ ଶିବାୟ ଓଁ ‘ ର ଶୁଭ ଉନ୍ମୋଚନ

ଧର୍ମଗଡ ୧/୩/୨୨-

ପବିତ୍ର ମହାଶିବରାତ୍ରି ଅବସରରେ ଆଜି ଧର୍ମଗଡ ଇନ୍ଦ୍ରାବତୀସ୍ଥିତ ଭବାନୀ ଶଙ୍କର ମନ୍ଦିର ପରିସରରେ ଓଡ଼ିଆ ଭକ୍ତି ସଙ୍ଗୀତ ‘ନମଃ ଶିବାୟ ଓଁ’ ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଶ୍ରୀ ବିଦ୍ୟାଧର ସାହୁ ମୁଖ୍ୟ ଅତିଥି ଏବଂ ବୈଦ୍ୟନାଥ ବେହେରା ସଂମାନିତ ଅତିଥି ଭାବେ ଯୋଗଦେଇ ଭଜନ ଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଜାଲଙ୍କ ସଂଯୋଜନା ଓ ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କ ପ୍ରଯୋଜନା ରେ ନିର୍ମିତ ଏହି ଭକ୍ତି ସଙ୍ଗୀତ ର ଗୀତରଚନା ଅବନା ଭୋଇ କରିଥିବା ବେଳେ ଏଥିରେ କଣ୍ଠଦାନ କରିଛନ୍ତି ଚିଦାନନ୍ଦ ପଣ୍ଡା। ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ପ୍ରକାଶ ଆନନ୍ଦ ଓ ସହାୟତା କରିଛନ୍ତି ଗୋକୁଳାନନ୍ଦ ପ୍ରଧାନ। ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ମଧ୍ୟ ରେ ଆଧ୍ୟାତ୍ମିକ ଚେତନା ଉଦ୍ରେକ କରିବା ପାଇଁ ଏହା ଏକ ପ୍ରୟାସ ମାତ୍ରବୋଲି ପ୍ରଯୋଜକ ଡାକ୍ତର ପାଣିଗ୍ରାହୀ ପ୍ରତିକ୍ରିୟା ରେ ପ୍ରକାଶ କରିବା ସହ ଏଭଳି ପ୍ରୟାସ ଜାରି ରହି ଆସନ୍ତା ରାମ ନବମୀରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଙ୍କ ଉପରେ ମଧ୍ୟ ଏକ ଭକ୍ତିସଙ୍ଗୀତ ଲୋକାର୍ପିତ ହେବ ବୋଲି କହିଥିଲେ । ବିଭିନ୍ନ ଦେବଦେବୀ ତଥା ସାମ୍ପ୍ରତିକ ବିଶ୍ୱର ସ୍ଥିତ ଉପରେ କିଛି ସଙ୍ଗୀତ ପ୍ରସ୍ତୁତ କରାଯାଉଛି ବୋଲି ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସୁଚନା ପ୍ରଦାନ କରିଛନ୍ତି। ଏଥି ସହିତ ପୂର୍ବ ପ୍ରସ୍ତୁତି ମାଁ ମାଣିକେଶ୍ଵରୀ ଙ୍କ ଭଜନ, ଶ୍ରୀକୃଷ୍ଣ ଙ୍କ ଭଜନ ପରି ପ୍ରଭୁ ଶିବଙ୍କ ଉପରେ ଆଧାରିତ ‘ନମଃ ଶିବାୟ ଓଁ’ ଭଜନ ଜନାଦୃତ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି ।.. ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଯାଦବ ମାଝୀ ଉଚ୍ଚ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସଚେତନତା ଧର୍ମି କଥାବସ୍ତୁ କୁ ନେଇ ମୁକ୍ତିଲାଭ କଲା “ବଦନି” କ୍ଷୁଦ୍ର ଚଳଚ୍ଚିତ୍ର

Sunil Chandra Nayak

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!