ଶୂନ୍ୟ ସମାଧି
ଚିତ୍ରୋତ୍ପଳା କୂଳେ ବଟ ବୃକ୍ଷ ମୂଳେ
ପବିତ୍ର ନେମାଳ ଗାଦି ,
ଜଗନ୍ନାଥ ଦାସ ଅଚ୍ୟୁତାନନ୍ଦଙ୍କ
ରହିଛି ଶୂନ୍ୟ ସମାଧି ।
କି ସୁନ୍ଦର ତା’ର ଶାନ୍ତ ପରିବେଶ
ତୁଳସୀ ତୁଳସୀ ବାସେ ,
ସନ୍ଥ ପ୍ରତିମାକୁ ଦେଖିଦେଲେ ପରା
ଜଗନ୍ନାଥ ମୁହଁ ଦିଶେ ।
ଲାଗେ ନାରାୟଣ ଛାଡି ନିଳାଚଳ
ଆସିଛନ୍ତି ପଦ୍ମବନ ,
ପରମ ପୁରୁଷ ଅଚ୍ୟୁତ ଗାଦିରେ
କରିବାକୁ ଅବସ୍ଥାନ ।
ପାଦ ଦେଉ ଦେଉ ସେ ପୂଣ୍ୟ ଭୂମିରେ
ହେବରେ ଶୂନ୍ୟରୁ ବାଣୀ ,
ଏ ମିଛ ସଂସାରେ ସତ୍ୟ ଏକା ସେହି
ଦୀନବନ୍ଧୁ କଳାମଣି ।
ପୂର୍ଣ୍ଣ ସମର୍ପଣେ ଅଚ୍ୟୁତ ଚରଣେ
ଶରଣ ପସିବ ଯେବେ ,
ଆସୁ ଦୁଃଖ କଷ୍ଟ ଯେତେ ବି ଜୀବନେ
ମହାପ୍ରଭୁ ହରି ନେବେ ।।
ପ୍ରତାପ କୁମାର ପଣ୍ଡା
ରାଉରକେଲା