ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାୟେଲ ବେହେରା ହେଲେ ଫୁଲବାଣୀ ପୋୖର ଉପଧ୍ୟକ୍ଷା

 ଫୁଲବାଣୀ -:    ଫୁଲବାଣୀ ପୋୖର ପରିଷଦ ଉପାଧ୍ୟକ୍ଷା ନିର୍ବାଚନ ପ୍ରଶାସନ ର ନୀତିନିୟମ ଅନୁସାରେ ଅନୁଷ୍ଠିତ ହୋଇ ଶେଷ ହୋଇଯାଛି। ପୌର ପରିଷଦ ନିର୍ବାଚନ ରେ ଫୁଲବାଣୀ ପୋୖର ପରିଷଦ ର ୧୩ ଗୋଟି ୱାର୍ଡରେ ନିର୍ବାଚନ ହୋଇଥିଲା। ୧୩ ଗୋଟି ୱାର୍ଡ ମଧ୍ୟରୁ ବିଜେଡି ର ୭ ଟି ୱାର୍ଡରେ ବିଜୟ ହୋଇଥିଲା। ବିଜେପି ୪ ଟି ୱାର୍ଡରେ ବିଜୟ ହୋଇଥିବା ବେଳେ ଦୁଇଟି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଥିଲେ। ଅନୁଷ୍ଠିତ ପୋୖର ଉପାଧ୍ୟକ୍ଷା ନିର୍ବାଚନ ରେ ୱାର୍ଡ ନଂ ୯ ର କାଉନସିଲର ଭାବେ ନିର୍ବାଚିତ ହୋଇଥିବା ପାୟେଲ ବେହେରା ବିଜୁଜନତା ଦଳ ପକ୍ଷରୁ ବିଜୟ ହୋଇଥିବା ସମସ୍ତ ୭ ଟି କାଉନସିଲର ର ସମର୍ଥନ ପାଇଥିବା ବେଳେ ଦୁଇଟି ସ୍ୱାଧୀନ କାଉନସିଲର ଙ୍କର ମଧ୍ୟ ସମର୍ଥନ ପାଇ ଫୁଲବାଣୀ ପୋୖର ଉପଧ୍ୟକ୍ଷା ହୋଇଛନ୍ତି। ଫୁଲବାଣୀ ପୋୖର ଉପଧ୍ୟକ୍ଷା ନିର୍ବାଚନ ରେ ବିଜେଡି ଉପାଧ୍ୟକ୍ଷା ପ୍ରାର୍ଥୀନୀ ପାୟେଲ ବେହେରା ସମୁଦାୟ ୯ ଗୋଟି ଭୋଟ ପାଇ ଫୁଲବାଣୀ ପୋୖର ଉପାଧ୍ୟକ୍ଷା ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୱାର୍ଡ ନଂ ୫ ର ବିଜୟ କାଉନସିଲର ତଥା ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି ଫୁଲବାଣୀ ପୋୖର ଉପାଧ୍ୟକ୍ଷା ନିର୍ବାଚନ ଲଢ଼ି ୪ ଟି ଭୋଟ ପାଇଥିଲେ। । ଫୁଲବାଣୀ ପୋୖର ପରିଷଦ ଉପାଧ୍ୟକ୍ଷା ହୋଇସାରିଥିବା ପାୟେଲ ବେହେରା ଫୁଲବାଣୀ ସହରର ସାମୁହିକ ବିକାଶ ଓ ସହରବାସୀ ଙ୍କର ସମସ୍ତ ଉନ୍ନତି ବିଶେଷ କରି ମହିଳା ମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ହେବ ମୋର ଲକ୍ଷ୍ୟ ବୋଲି କହି ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଉପାଧ୍ୟକ୍ଷା ପାୟେଲ ବେହେରା ରାଜ୍ୟ ନଗର ଉନ୍ନୟନ ଏବଂ ପଞ୍ଚାୟତ ରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ରାଜ୍ୟ ବଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ,କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ,ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ,ସମସ୍ତ ଦଳୀୟ ନେତା,କର୍ମୀ ଏବଂ ଫୁଲବାଣୀ ଜନସାଧାରଣ ଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି। ଫୁଲବାଣୀ ପୋୖର ଉପାଧ୍ୟକ୍ଷା ନିର୍ବାଚନ ଫୁଲବାଣୀ ପୋୖର ପରିଷଦ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହେଉଥିବା ବେଳେ ମନ୍ତ୍ରୀ ପ୍ରତାପଜେନା ଉପସ୍ଥିତ ରହିଥିଲେ। ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ପାୟେଲ ବେହେରା ଙ୍କର ବିଜୟ ସଭାଯାତ୍ରା ନିଜର ସମର୍ଥକ ଦଳୀୟକର୍ମୀ ଓ ଶୁଭେଚ୍ଛୁ ମାନଙ୍କର ବିଶାଳ ସମାବେଶରେ ରାଜ୍ୟର ପ୍ରଖ୍ୟାତ ନାମା ସୁନାମଧନ୍ୟ କନ୍ଧମାଳ ର ବିଶିଷ୍ଟ କଣ୍ଠଶିଳ୍ପୀ ଜଳନ୍ଦର ବେହେର ଙ୍କର ବେଞ୍ଜା ମୁନ ସିଆଲା ବୁଡାଲି ଡିଜେ ସଙ୍ଗୀତ ରେ ଶୁଭେଚ୍ଛୁ ମାନେ ନାଚ କରିବା ସହ ବାଣ ଫୁଟାଇ ବିଜୟ ସଭାଯାତ୍ରା ନଗର ପରିକ୍ରମା କରିଥିବା ଦେଖିବା କୁ ମିଳିଛି । ଏହି ସଭାଯାତ୍ରା ସମୟରେ ପୋୖର ଉପାଧ୍ୟକ୍ଷା ପାୟେଲ ବେହେରା ପାଦରେ ଚାଲିଚାଲି ବୁଲି ଶୁଭେଚ୍ଛୁ ମାନଙ୍କର ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଥିଲା। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

Sunil Chandra Nayak

ସରଧାପୁର ରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ର ଉପଦେଷ୍ଟା ଭାବରେ ମନୋନୀତ

Sunil Chandra Nayak

Leave a Comment

error: Content is protected !!