ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ରେ :ଦୂର୍ନୀତିନିବାରଣ ସପ୍ତାହ ଅବସରରେ ସାଧୁତା ର ଶପଥ ପାଠ

ତେନ୍ତୁଳିଖୁଣ୍ଟି – ୩୧ /୧୦/୨୨ ଆଜି ଦୂର୍ନୀତି ନିବାରଣ ସପ୍ତାହ ଅବସରରେ ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ସାଧୁତାର ଶପଥ ପାଠ ସମ୍ପନ୍ନ ହୋଇଛି। ମୂଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କଂଫେରେନସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ରେ ସାଧୁତା ର ଶପଥ ପାଠ କରାଇ ଛନ୍ତି। ସମସ୍ତ ନାଗରିକ ସବୁ ସମୟରେ ସତର୍କତା ସହ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠ ସହ ପ୍ରତିବଦ୍ଧହୋଇ ଦୂର୍ନୀତି ବିରୁଦ୍ଧରେ ସଂଗ୍ରାମ କୁ ସମର୍ଥନ କରିବା ଉଚିତ। ଦୂର୍ନୀତି ର ମୂଳ ଉତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର ନାଗରିକ ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟକରିବା ଉଚିତ। ଏହି ଅବସରରେ ଉତ୍କୋଚରହିତ ସାଧୁତା ସ୍ୱଚ୍ଛତା ସହ ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବା ଏବଂ ନିଜ ଆଚରଣରେ ସାଧୁତା ବଜାୟ ରଖି ଦୃଷ୍ଟାନ୍ତ ହେବା ପାଇଁ ଶପଥ ନେଇଥିଲେ ବ୍ଲକ ର ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ,ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ,ତହସିଲଦାର ପ୍ରଦୀପ କର ଜିିପିଇଓ ମଣ୍ଟୁ ସ୍ୱାଇଁ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗମୋହନ ମାଝୀ ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ ,ବି ଏସ ଏସ ଓ ରବିନ୍ଦ୍ର ସାହୁ ଦିଗି ସରପଞ୍ଚ କିଶୋର ନାୟକ ସମେତ ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ। ପ୍ରତିବର୍ଷ ଦୂର୍ନୀତି ନିବାରଣ ସପ୍ତାହ ପାଳନ ଅଵସର ରେ ଏଭଳି ଶପଥ ପାଠ ତଥା ସଚେତନତା କାର୍ଯ୍ୟକ୍ରମ ହେଉଛି ,ମୋ ସରକାର ଭଳି ବ୍ୟବସ୍ଥା ଅଛି ତଥାପି କଣ ସତରେ ବିନା ଅର୍ଥ ରେ ସରକାରୀ କାର୍ଯ୍ୟାଳୟ ରେ ସାଧାରଣ ନାଗରିକ ସରକାରୀ ସୁବିଧା ପାଇ ପାରୁଛନ୍ତି ପ୍ରଶ୍ନବାଚୀ ହୋଇ ରହିଛି। ଆବେଦନ ପରେ ଧ୍ୟାର୍ଯ୍ୟ ସମୟ ରେ କଣ ନାଗରିକ ତାର ଆବଶ୍ୟକ ପ୍ରମାଣ ପତ୍ର ପାଇ ପାରୁଛି ଯଦି ନା ତେବେ ଦୂର୍ନୀତି ନିବାରଣ ଓ ସାଧୁତା ଶପଥ ପାଠ ପ୍ରହସନ ଯଦି ହଁ ତେବେ ସାଧୁତା ର ଶପଥ ପାଠ ଫଳ ପ୍ରସୂ ହୋଇ ପାରିଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଟିପର – ମୋଟରସାଇକେଲ ଧକ୍କା,୧ ଆହତ

Sunil Chandra Nayak

କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନ ଅଧିକାର କଲେ କବିତା ସାହୁ

Sunil Chandra Nayak

ନର୍ଥ ଆଫ୍ରିକା(ତୁନିଶିଆ)ଦେଶରୁ କ୍ରିଷ୍ଣା ଡିକେଙ୍କୁ ନିମନ୍ତ୍ରଣ

Sunil Chandra Nayak

Leave a Comment

error: Content is protected !!