ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ପଶ୍ଚିମ ଓଡ଼ିଶାର ନୂଆଖାଇ 

ପଶ୍ଚିମ ଓଡ଼ିଶାର ନୂଆଖାଇ 

ପଶ୍ଚିମ ଓଡ଼ିଶା ଗଣପର୍ବ ଏହି
      ଖ୍ୟାତ ନୂଆଖାଇ ନାମେ
କୃଷିଭିତିକ ଏ ପରବ ପାଳନ୍ତି
        ଗୃହେ,ଦେବାଦେବୀ ଧାମେ ॥
ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀର
              ପରଦିନୁ ପାଳିଥାନ୍ତି
ଆତ୍ମିୟ ସ୍ଵଜନେ ବନ୍ଧୁ ଓବାନ୍ଧବେ
             ଏକତ୍ର ମିଳନ ହ୍ୟୁନ୍ତି ॥
ଇଷ୍ଟଦେବୀ ପୂଜି ନବ ତଣ୍ଡୁଳରେ
           ପିଠାପଣା କ୍ଷୀରି କରି
ନୂଆ ବସ୍ତ୍ର ପିନ୍ଧି ନଇବେଦ୍ୟ କରି
         ନବାନ୍ନ ବାଣ୍ଟନ୍ତି ଧରି ॥
ଏତ ଭାଇଚାରା ପରବ ଅଟଇ
          ହିଂସା ବାଦ ଭୁଲି ଥାନ୍ତି
ନାଚଗୀତ ବାଦ୍ୟେ ଖେଳ କସରତେ
        ଏକାକାର ହୋଇ ଯାନ୍ତି ॥
ନୂଆଖାଇ ଭେଟେ ବଡ଼କୁ ଜୁହାରି
             ସାନଙ୍କୁ ଆଶିଷ ଦ୍ୟନ୍ତି
ଧନୀ ଗରିବର ଭେଦ ଭାବ ଭୁଲି
               ସମଲାଇ ପୂଜି ଥାନ୍ତି ॥
ଦ୍ୱାଦଶ ଶତାବ୍ଦୀ ଠାରୁ ଏ ପରବ
             ଆସୁଛି ପାଳନ ହୋଇ
ମାନସିକ ଶାନ୍ତି ବାଣ୍ଟେ ପ୍ରେମ ପ୍ରୀତି
             ମାନବ ହୃଦୟେ ଏଇ ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା

Related posts

ପୌର ନିର୍ବାଚନ – ସାଂସଦ ଏନ୍ ଭାସ୍କର ରାଓ କଲେ ଡୋର ଟୁ ଡୋର ପ୍ରଚାର

Sunil Chandra Nayak

ଥୁଆମୂଳ ରାମପୁର ଗସ୍ତରେ DRDA ପ୍ରକଳ୍ପ ନିର୍ଦେଶକ, ମାଁ ମାଣିକେଶ୍ଵରୀ ମନ୍ଦିର ନିର୍ମାଣ ଉପରେ ଆଲୋଚନା

ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ବିଭାଗର ରେ ନୂତନ ବିଇଓଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!