ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ବସାଧାରଣ ରାସ୍ତା ସହ ଜଙ୍ଗଲ ଜମିକୁ ବିକୁଛି ଇଡକୋ

 ରାଉରକେଲା/ ଇଡ଼କୋ ସାଜିଛି କିଛି ସରକାରୀ ଅଧିକାରୀ ଆଉ ବ୍ୟବସାୟିଙ୍କ ମଧ୍ୟରେ ଜମି ଦୁର୍ନୀତିର ମାଧ୍ୟମ। କେତେକ କ୍ଷେତ୍ରରେ ଗୋଚର ଜମି, ପତିତ ଜମି, ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଆଉ କେତେକ କ୍ଷେତ୍ରରେ କିସମ ପରିବର୍ତ୍ତନ ନକରି ପ୍ରଥମେ ନିଜ ନିୟନ୍ତ୍ରଣକୁ ନେଉଛି ଏବଂ ପରେ ପରେ ସାଗମାଛ ଦରରେ ଟେକିଦେଉଛି ବ୍ୟବସାୟିଙ୍କୁ। ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀଙ୍କ ବଚସ୍କର ଭଳି ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିଙ୍କ ନିୟନ୍ତ୍ରଣରେ ଚାଲିଛି ଇଡ଼କୋ । ଏପରିକି ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଥିବା ରାସ୍ତା ସହ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ନ କରି ମଧ୍ୟ ଏହାକୁ ଇଡକୋ ବିକ୍ରି କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ କଲୁଙ୍ଗା ଶିଳ୍ପାଞ୍ଚଳର ଖାତା ନମ୍ବର ୬୫ ଓ ପ୍ଲଟ ନମ୍ବର ୪୧୧,୪୧୭ ପ୍ରାୟ ୪ ଏକର ୮୦ଡିସିମିଲ ଉପରେ ଆରଆଇଟି ନାମରେ ଏକ ଶିକ୍ଷାନୁଷ୍ଠାନ ୧୯୮୪ ମସିହାରୁ ଗଢି ଉଠିଛି । ତେବେ ଏହି ପ୍ଲଟର ଅପର ପଟେ ଥିବା ସର୍ବସାଧାରଣ ରାସ୍ତା ସହ ପ୍ଲଟ ନମ୍ବରକୁ ବଦଳାଯାଇ ୨୦୪ ନମ୍ବରରେ ନାମିତ କରି ପ୍ରାୟ ୬ଏକର ୧୧ଡିସିମିଲ ଜଙ୍ଗଲ ଜମି କୁ ରିଲାଏବୁଲ ସ୍ପଞ୍ଜକୁ ଦିଆଯାଇଛି । ପୂର୍ବରୁ ଏହି ଜମିକୁ ଆରଆଇଟି କୁ ଚିଠି ନମ୍ବର ଇଡକୋ/ଆରକେଏଲ/ସିଭ୍/ଏ/୮୫୧ ମାଧ୍ୟମରେ ଦିଆଯାଇଥିଲା । ଫଳରେ ସେହି ସ୍ଥାନରେ ଆରଆଇଟି ତରଫରୁ ପ୍ରାୟ ୨୦୦ବୃକ୍ଷ ରେପଣ ସହ, ଛାତ୍ର ଛାତ୍ରୀଙ୍କୁ ପାଇଁ ସାଇକେଲ ଷ୍ଟାଣ୍ଡ, ହେଟେଲ, ପାଣି ପମ୍ପ, ପାଇଖାନା ଆଦି ତିଆରି କରାଯାଇଥିଲା । ଇଡକୋକୁ ଏହି ଜମିର କିସମ ପରିବର୍ତ୍ତନ କରି ଆରଆଇଟିକୁ ଦେବାପାଇଁ ମୌଖିକ ଭାବେ ବାରମ୍ବାର କୁହାଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇନଥିଲା । ତେବେ ଦୁଇ ପ୍ଲଟ ମଝିରେ ଥିବା ରାସ୍ତାକୁ ଇଡକୋ ନିର୍ଦ୍ଦେଶରେ ବନ୍ଦ କରାଯାଇ ରିଲେବଲ ସ୍ପଞ୍ଜ ନାମକ ସଂସ୍ଥାକୁ ଦିଆଯାଇଛି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଗୋଟିଏ ଶିକ୍ଷାନୁଷ୍ଠାନ ଯେଉଁଥିରେ ସାଧାରଣତଃ ଏସଟି,ଏସି, ଓବିସି ଓ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀମାନେ ପଢୁଛନ୍ତି ସେମାନଙ୍କ ଆବଶ୍ୟକତାକୁ ଉପେକ୍ଷା କରାଯାଇ ଗୋଟିଏ ପ୍ରଦୂଷଣକାରୀ ଶିଳ୍ପାନୁଷ୍ଠାନ ସକାଶେ ଜମି ଦେବା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ପ୍ଲଟ ନମ୍ବର ୯୯,୧୦୦, ୧୦୧,୧୦୨,୧୦୩,୧୦୪,୧୦୫,୧୦୬ର ବ୍ୟବହାର ପାଇଁ ଥିବା ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରାଯାଇ ରିଲେବୁଲ ତରଫରୁ ପାଚେରୀ ଉଠାଯାଇଛି। ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରୋତ୍ସାହନ ଦେଉଥିବା ନାମରେ ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଜଙ୍ଗଲ ଜମିକୁ ଜଣେ ସ୍ପଞ୍ଜ ବ୍ୟବସାୟୀକୁ ଦେବା କେତେଦୂର ଯୁକ୍ତି ଯୁକ୍ତ ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ତେବେ ଏନେଇ ଇଡକୋ ର ମହାପ୍ରବନ୍ଧକ ବିଜୟ କୁମାର ମହାନ୍ତି ଙ୍କ ମୋବାଇଲ ଫୋନ ନମ୍ବର ୭୦୦୮୫୫୦୮୫୭କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ନଉଠାଇବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଟ୍ରକ କୁ ପଛପଟୁ ଧକ୍କା ଦେଇ ଯୁବକ ମୃତ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ଗଡପଦର ଶକ୍ତି ପୀଠ ର ନୂତନ କମିଟି ଗଠିତ

Sunil Chandra Nayak

ବିଦ୍ୟାଳୟରେ ବିଦାୟ କାଳୀନ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort