ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଓ ଏସ୍ ଆର୍ ଟି ସି ଜୋନ୍ ରେ ବହୁ ଲକ୍ଷ ଟଙ୍କାର କେଳେଙ୍କାରୀ, ଅର୍ଥ ଆତ୍ମସାତ୍ ଘଟଣାରେ ପ୍ରଦୀପ ପଟ୍ଟନାୟକ କୁ କୋର୍ଟ ଚାଲାଣ କରିଛି ପୋଲିସ

ଭବାନୀପାଟଣା – – ଓଡ଼ିଶାର ବିଭିନ୍ନ ବିଭାଗରେ ଦୁର୍ନୀତି ଆକାଶ ଛୁଆଁ ହୋଇଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ମଧ୍ଯ କମ୍ବଳ ଭିତରୁ ବାଳ ବାଛିବା ନ୍ୟାୟ ରେ ନୟାନ୍ତ ହୋଇସାରିଲାଣି। ହେଲେ ଦୁର୍ନୀତି ଥମିବାର ନାଁ ଧରୁନି ଅନ୍ୟ ପକ୍ଷରେ ସରକାରୀ ରାଜକୋଷ ଶୂନ୍ୟ ହୋଇ ବ୍ୟକ୍ତିଗତ ପାଣ୍ଠି ବୃଦ୍ଧି ପାଇବାରେ ଲାଗିଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଓ ଏସ୍ ଆର୍ ଟି ସି ଜୋନ୍ ରେ ପ୍ରଦୀପ ପଟ୍ଟନାୟକ ଓରଫ ଟୁଲୁ ପଟ୍ଟନାୟକ ଚଞ୍ଚକତା କରି ନିଗମର ବହୁ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ କୋର୍ଟ ଚାଲାଣ କରିଛି ପ୍ରଦୀପ ପଟ୍ଟନାୟକ ଙ୍କୁ। ସୂଚନା ରୁ ଜଣାଯାଏ ଯେ ଗତ ୧୬ ତାରିଖ ଦିନ ଭବାନୀପାଟଣା ରୁ ଦାରିଙ୍ଗବାଡ଼ି ଭାୟା ମୁନିଗୁଡ଼ା ଦେଇ ଯାଉଥିବା ଓ ଏସ୍ ଆର୍ ଟି ସି ର ଏକ ବସ୍ କୁ କଳିଙ୍ଗା ଘାଟି ନିକଟରେ ଯାଂଚ କରି ବସ୍ ର ଆବଶ୍ୟକୀୟ କାଗଜପତ୍ର ଠିକ୍ ନ ଥିବାରୁ ଘଟଣାସ୍ଥଳରେ ୮ ଲକ୍ଷ ୨୭ ହଜାର ଟଙ୍କା ଜରିମାନା କରିଥିଲେ। ଏହି ଘଟଣାର ଉପର ସ୍ତରରୁ ଅନୁସନ୍ଧାନ ହେବା ପରେ ଅନେକ ଗାଡିର ଇନସ୍ୟୁରାନ୍ସ, ପର୍ମିଟ, ଫିଟନେସ ଆଦି ଜାଲିଆତି ହୋଇଥିବା ଜଣାପଡ଼ି ଥିଲା। ଏହି ଜୋନ ରେ ୨୫ ରୁ ଅଧିକ ବସ୍ ଚଳାଚଳ କରୁଥିଲେ ହେଁ ଆଧିକାଂଶ ଗାଡିର କାଗଜପତ୍ର ଠିକ୍ ନ ଥିବା ଦେଖାଯାଇଛି। ପ୍ରଦୀପ ପଟ୍ଟନାୟକ ଓରଫ ଟୁଲୁ ପଟ୍ଟନାୟକ ନାମକ ଜୈନିକ କର୍ମଚାରୀ ଏକ ଜେରକ୍ସ ଦୋକାନୀଙ୍କ ସହ ମିଶି ଏଭଲି ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରୁଥିବା ଜାଣିବାକୁ ପାଇଛି ପୋଲିସ। ସମ୍ପୃକ୍ତ ପ୍ରଦୀପ ପଟ୍ଟନାୟକ ଭୁବନେଶ୍ଵର ର ଏକ ହୋଟେଲ ରେ ଖାଉଥିବା ବେଳେ ସହିଦନଗର ପୋଲିସ ଅଟକ ରଖି ଭବାନୀପାଟଣା ଟାଉନ୍ ଥାନା ର ଏ ଏସ୍ ଆଇ ଦୀପ୍ତିକାନ୍ତ ବାରିକ ନେତୃତ୍ଵରେ ଭୁବନେଶ୍ବର ଯାଇଥିବା ସ୍ଵତନ୍ତ୍ର ଟିମ୍ କୁ ହସ୍ତାନ୍ତର କରିଛି। ଭବାନୀପାଟଣା ପୋଲିସ ଏ ସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ହେଲେ ଘଟଣାର ନିରପେକ୍ଷ ତଦନ୍ତ ହେଲେ ବହୁ ଅଧିକାରୀଙ୍କ ମୁଖା ଖୋଲିବା ଆଶଙ୍କା କୁ ଏଡାଇ ଦିଆଯାଇ ନ ପାରେ।

ଅର୍ଜ୍ଜୁନ ପଟ୍ଟନାୟକ, ସହ ସଂପାଦକ ଙ୍କ ରିପୋର୍ଟ 

Related posts

ମାନଝରୀ ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

Sunil Chandra Nayak

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Leave a Comment

error: Content is protected !!