ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

ଭବାନୀପାଟଣା : କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

୧୯୪୭ ଅଗଷ୍ଟ ୧୫ସ୍ବାଧୀନତା ଦିବସରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ପରିବାରର ବଡ଼ପୁଅ ଥିଲେ ସୁବାସ । ସେ ପ୍ରଥମେ ବ୍ରଜମୋହନ ହାଇସ୍କୁଲରେ ପାଠ ପଢୁଥିଲେ । ପରେ ପ୍ରଥମେ ମେଡିକାଲରେ ଚାକିରି କରୁଥିଲେ ଏବଂ ନନ୍ଦିନୀ ଶତପଥିଙ୍କ ଆହ୍ବାନ କ୍ରମେ ଚାକିରୀ ଛାଡି ରାଜନୀତିରେ ଯୋଗଦାନ କରିଥିଲେ । ସେ ୧୯୯୧ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ। ସଂସଦ ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରି ସେ ସେତେବେଳେ ଚର୍ଚ୍ଚାରେ ରହିଥିଲେ।

 

 

 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣ ସଞ୍ଜ

Sunil Chandra Nayak

ଯୁବପିଢ଼ିଙ୍କୁ ନିତିନିଷ୍ଠ କରିବ ତାରୁଣ୍ୟର ଅଭିଷେକ…

Sunil Chandra Nayak

ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର, ଚୟନ ପକ୍ରିୟାରେ ଭାଗ ନେବା ଲାଗି ସରପଞ୍ଚ ଓ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ

Sunil Chandra Nayak

Leave a Comment

error: Content is protected !!