ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଲୀଳାମୟୀ ମା ମହାମାୟୀ

ଲୀଳାମୟୀ ମା ମହାମାୟୀ

ନବ ଦିନ “ମା”ଲୋ ନବ ରୂପ ନେଇ
ମରତେ କରୁଛୁ ଲୀଳା
ସୁନୀଳ ଶରତ ଆକାଶର ଶୋଭା
ଭାସନ୍ତି ବାଦଲ ଭେଳା।
କାଶତଣ୍ଡି ମଣ୍ଡି ନଦୀ ପଠା ଖଣ୍ଡି
ବରଫେ ସତେକି ଢଙ୍କା
ମା ଆଗମନେ ସବୁଜିମା ଭରା
କ୍ଷେତ ହୁଏ ମନରଙ୍କା
ସର୍ବ ଶୋଭାମୟ ଧରଣୀ ରାଣୀରେ
ନବ ରୂପ ମା’ଙ୍କ ର
ପ୍ରଥମ ଦିବସେ ଶୈଳପୁତ୍ରୀ ରୂପେ
ଉଭା ହୋଇଥାନ୍ତି ପୁର 
ଦିତୀୟ ଦିବସେ ବ୍ରହ୍ମଚାରିଣୀ ମା
ତୃତୀୟରେ ଚନ୍ଦ୍ରଘଣ୍ଟା 
ଚତୁର୍ଥ ଦିବସେ କୁଷ୍ମାଣ୍ଡାର ବେଶେ
ମା ମୋ ହୋଇବେ ପୂଜା
ପଞ୍ଚମ ଦିବସେ ସ୍କନ୍ଦମାତା ରୂପେ
ହୁଅନ୍ତି ଅପୂର୍ବେ ସଜା।
ଷଷ୍ଠ ଦିବସେ କାତ୍ୟାୟନୀ ହୋଇ
ଦର୍ଶନ ଭକ୍ତରେ ଦେଇ
କାଳରାତ୍ରି ରୂପେ ସପ୍ତମେ ଦିବସେ
ଦୁଃଖ ନେଇଥାନ୍ତି ହରି।
ଅଷ୍ଟମେ ମହାଗୈ।ରୀ ରୂପରେ
ପୂଜାର୍ଚ୍ଚନା ମଣ୍ଡପରେ
ନବମେ ସିଦ୍ଧଦାତ୍ରୀ ହୋଇ ମାଗୋ
ମନ ବାଞ୍ଛା ପୂର୍ଣ କରେ।
ଦଶମରେ ଦୁର୍ଗା ଦେବୀ ରୂପ ବହି
ମରତେ କରନ୍ତି ଲୀଳା
ସେ କରୁଣାମୟୀ ମା ମୋ ଜଗତେ
ରଚୁଥାନ୍ତି ଲୀଳା ଖେଳା।
ଧନ୍ୟ ଦଶହରା ଲୀଳା
ଅଷ୍ଟଭୂଜା ମା ମହିଷାମର୍ଦିନୀ
ସାରା ବିଶ୍ୱେ ଆଜି ଜଣା।

          ନଗେନ୍ଦ୍ର କୁମାର ରାଉତ

                 ଉମରକୋଟ,ନବରଙ୍ଗପୁର

Related posts

ରାସ୍ତା କଡରେ ଆତ ପସରା, ବେପାରୀ ପାଇଁ ଅପେକ୍ଷା

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା ମାଁଙ୍କ ଆବାହନୀ

Sunil Chandra Nayak

Leave a Comment

error: Content is protected !!