ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ କୁମାର ମିଶ୍ର  ଙ୍କ କବିତା  ମୁଁ ବୋଧେ କବି ଟିଏ

(କବି ଶବ୍ଦକୁ ଆଧାର କରି କବି ଭାବନାର ଛୋଟିଆ ପ୍ରୟାସ ଟିଏ ।)

   ମୁଁ ବୋଧେ କବି ଟିଏ

 ପ୍ରକାଶ କୁମାର ମିଶ୍ର 

       
ସବୁ ଲେଖୁଛନ୍ତି ମୁଁ ବି ଲେଖିବି
ଭାବିଲି ମୁଁ ହେବି କବିଟିଏ ।
କଲମ ରଖିଲି ସରସ୍ଵତୀ ପାଖେ
କହିଲି ମାଆ ଲୋ ଲେଖି ଦେଏ ।।
ଭାବି ଭାବି ମୋର ଦିନ ସରି ଗଲା
ଭାବନା ନଦେଲା ଦେଖା ମୋର ।
ଡାକିଲି ପ୍ରେୟସୀ କଳ୍ପନାକୁ ମୋର
ରୂପସୀ ଗୋ ଟିକେ ଦୟା କର ।।
ଧରିଲି କଲମ କବିଟିଏ ଭାବି
ଭାବୁକଟେ ମୁହିଁ ହୋଇଗଲି ।
କବିତାକୁ ମୁହିଁ ମୋ ପ୍ରିୟା ଭାବରେ
କବି କଳ୍ପନାର ରୂପ ମୁଁ ଦେଲି ।।
କଳ୍ପନା ମୋହର ହୋଇଗଲା ପ୍ରିୟା
ମୁଁ ହୋଇଗଲି କବି ଭାବୁକ ।
ତା ରୂପ ଲାବଣ୍ୟ ଦେଖି ମୁଁ ଲେଖିଲି
ଶବ୍ଦ କରିଦେଲି ତା’ର ଚିବୁକ ।।
ଅଙ୍ଗ ପ୍ରତ୍ୟଙ୍ଗ ତା ବାକ୍ୟ ମୁହିଁ କଲି
ତା ରଙ୍ଗ ଅଧରକୁ କଲି ଅକ୍ଷର ।
ତା ମୁଖ ଚନ୍ଦ୍ରମାକୁ ପଦ କରିଦେଲି
ଅଳଙ୍କାର କଲି ନେତ୍ରକୁ ତା’ର ।।
କଳ୍ପନାକୁ କଲି ତାଳପତ୍ର ପୋଥୀ
ମୋ ମନ ମୁନ କୁ କଲି ଲେଖନୀ ।
ଲେଖିଲି କବିତା କ୍ଷୁଦ୍ର କବି ମୁହିଁ
ପ୍ରିୟା ମୋ କବିତା ନିର୍ଝରଣୀ ।।
ବହିଯାଏ ତାର ପ୍ରେମ ପଦ ସବୁ
କବିତାର ହୋଇ ପ୍ରେମ ସ୍ରୋତ ।
କବି ହେବାପାଇଁ ପ୍ରେରଣା ସେ ଦିଏ
ଆଗେ ଦେଇ ଦିଏ ତା’ର ମତ ।।
ପ୍ରିୟା ମୋ କଳ୍ପନା ସେ ମୋର କବିତା
ସତେ ଭାରି ସିଏ ଅଭିମାନୀ ।
କବି ମୁହିଁ ଗୋଟେ କ୍ଷୁଦ୍ର ତରଣୀ
କବିତା ପ୍ରେୟସୀ ମନ୍ଦାକିନୀ ।।
ତା ବିନା ଚାଲେନି କବିର ତରଣୀ
ଅକାତ ପାଣିରେ ଗଭୀର ଗଣ୍ଡରେ ।
କଲମକୁ ଧରି ଆହୁଲା ମୁଁ ମାରେ
କବିତା ସୁମରି କଳ୍ପନା ଢେ଼ଉରେ ।।
ନାହିଁ ସିନା ସିଏ ପାଖରେ ମୋହର
ମୁହିଁ କବି ଗୋଟେ ହୋଇଲା ପରେ ।
ଲାଗେ ସିଏ ମୋତେ ଅଛି ମୋ ପାଖରେ
ଉତ୍ସାହ ଭରୁଛି ମୋ କଳ୍ପନାରେ ।।
ମୁହିଁ ସିନା କବି ସିଏ ମୋ ପ୍ରେରଣା
ସିଏ ମୋ କଳ୍ପନା ସ୍ମୃତି ମୋହର ।
ସିଏ ମୋ ଭାବନା ସିଏ କବି ପ୍ରାଣ 
କଲମ ମୋହର ମୋ କବିତାର ।।
ମାତା ସରସ୍ୱତୀ ପାଖେ ବସି ନିତି
ଦୀପରେ ସେ ଘିଅ ବଳିତା ଦିଏ ।
ତା ସ୍ନେହ କର୍ପୁର ପ୍ରେମ ଆଳତି ରେ
ଆଜି ମୁହିଁ ବୋଧେ କବି ଗୋଟିଏ ।।

ପ୍ରକାଶ କୁମାର ମିଶ୍ର

କୋରାପୁଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ନୂଆଖାଇ

Sunil Chandra Nayak

ବହଳଦା: କଣ ଗ୍ରାମରେ ଖନ୍ଦାମଡା ଉତ୍ସବ ଉଦଯାପିତ

Sunil Chandra Nayak

ମମତା ସାହୁ ଙ୍କ କବିତା ଆସିଛି ବରଷା ରାଣୀ

Sunil Chandra Nayak

Leave a Comment

error: Content is protected !!