ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଜୀବନ ପଥେ 

   ଜୀବନ ପଥେ 

    ବେଣୁଧର ସୂତାର

ଜୀବନର ତତ୍ତ୍ୱ କି ବିଚିତ୍ରମୟ         
 ଭବ ରଙ୍ଗ ମଞ୍ଚେ ମୁଗ୍ଧ ଅଭିନୟ
ସ୍ୱର୍ଗୀୟ ସୁଷମା ଉପମାଠୁ ବଳି
ସୁଧାମୟ ଚିତ୍ର-କଳ୍ପର ବର୍ଣ୍ଣାଳୀ   
ସୂକ୍ଷ୍ମ ଅନୁଭବ ମୁଗ୍ଧ ଅନୁଚିନ୍ତା
ପବିତ୍ର ମନର ଅଖଣ୍ଡ ପୂର୍ଣ୍ଣତା
ନିଶ୍ୱାସରୁ ବଳି ଵିଶ୍ଵାସର ଭଷା
ପ୍ରାପ୍ତିର ପୁଲକେ ପରିପୂର୍ଣ୍ଣ ଆଶା
ଗଭୀର ଚିନ୍ତନ ଗଭୀର ଦର୍ଶନ
ସଂକଳ୍ପିତ ମନ ନବ ରୂପାୟନ
ମାନସ ଜ୍ୟୋତିରେ ଜ୍ଞାନରପୀୟୂଷ
ଲଭଇ ଅଚିରେ ସୌଭାଗ୍ୟର ସ୍ପର୍ଶ
ସଂସାର ସ୍ୱପ୍ନର ଚିତ୍ରପଟ୍ଟ ଛାୟା
ଭାବ ତନ୍ମୟର କାୟା କଳ୍ପ ମାୟା
ବୟସ ରୋମାଞ୍ଚେ ଦିବ୍ୟ ଅଭିଳାଷ
ମନ ଗଢେ ସିନା ପ୍ରେମମୟ ବିଶ୍ୱ 
ନହୁଏ ଆୟତ୍ତ ଅଣାୟତ୍ତ ଚିତ୍ତ
କାମିନୀକାଞ୍ଚନ ମୋଦେବିମୋହିତ
ଆଖିରେ ସପନ ଛାତିରେ କମ୍ପନ
ସୁଖର ସନ୍ଧାନେ ସ୍ୱାଭିମାନୀ ମନ ।
ବୃଥା ଅଭିମାନ ତୁଚ୍ଛା ଆତ୍ମଛଳ
ଜୀବନଟା ସିନା ମୃଗତୃଷ୍ଣା ଜଳ
ଦୁଃଖ ଯନ୍ତ୍ରଣାର ଏକୀଭୂତ ଊତ୍ସ
ଜୀବନରପଥେ ଅଲୋଡା ପୌରୁଷ
ପାର୍ଥୀବ ବିଳାସେ ଅପୂର୍ବ ପୁଲକ
ମାୟାଭରା ଏଇ ନିଃସର୍ଗ ଗୋଲକ
ଶାଶ୍ୱତ ପ୍ରେମର ପ୍ରତୀକ ଜୀବନ
ଅନୁକଂପା ଲଭେ ଅନୁରାଗୀ ମନ
ଧନଠାରୁ ବଡ଼ ମନର ଉଛ୍ବାସ
ବିଶ୍ବାସ ଟି ଗଢେ ସମ୍ପର୍କ ଉଆସ
ବିନୟ ବଚନେ ପଥର ତରଳେ
ଜୀବନର ସ୍ବାଦ ପ୍ରେମ ପ୍ରୀତିଛଳେ
ସୁନ୍ଦର ସ୍ରଷ୍ଟା ର ଶ୍ରେଷ୍ଠ ଅବଦାନୁ
ମହୀତଳେ ମିଳେ ମାନବର ତନୁ
ମହତ କର୍ମରେ ଯା ଜୀବନ ଧନ୍ୟ
ସେହିସିନା ବିଶ୍ବେ ମଣିଷରେ ଗଣ୍ୟ
ପ୍ରଲୁବ୍ଧ ମନର ବହଳ ବିଶ୍ବାସ
ତ୍ରିବର୍ଗ ସାଧନ ଭାବର ପୀୟୂଷ
ପରମ ଅମୃତ ପାବନ ନିର୍ଝର
ହୃଦୟୁ ଉଦ୍ ଗତ ଭାବାଶ୍ରିତ ସ୍ୱର
ସମୟ ସ୍ରୋତରେ ଜୀବନର ଯଜ୍ଞ
ସୁକର୍ମ ଆଦର୍ଶେ ହୁଏ ସ୍ଥିତପ୍ରଜ୍ଞ 
ଅସ୍ତିତ୍ୱ ର ଦିନେ ହେବ ଅବସାନ
ବେଳଥାଉଁ କର ବିଭୁ ପଦ ଧ୍ୟାନ ।

କେଶଦୁରାପାଳ କେନ୍ଦୁଝର

Related posts

ମୂଳାଷ୍ଟମୀ ତିଥିରେ ଜୁନାଗଡ଼ ଓ ମେଦିନୀପୁରଠାରେ ଖଣ୍ଡାବସା ପାଳିତ 

Sunil Chandra Nayak

ବିଦାୟ କାଳୀନ ସଭାରେ ବାଲେଶ୍ଵର ମୁଖ୍ୟବକ୍ତାଙ୍କ ଶିକ୍ଷଣୀୟ ଅଭିଭାଷଣ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସ୍ବଭାବ କବି ଗଂଗାଧର୍‌ ମେହେର୍‌

Sunil Chandra Nayak

Leave a Comment

error: Content is protected !!