ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଅନୂସୂଚିତ ଜନଜାତି/ଜାତି ବାଳିକା ଉଚ୍ଚ ବିଦ୍ୟାଳୟରେ ୭୩ ତମ ଵନ ମହୋତ୍ସବ ପାଳିତ

ମୟୂରଭଞ୍ଜ -୪/୦୭/୨୨(ମସିହା) ଓଡ଼ିଶାର ସର୍ବ ପ୍ରଥମ ସ୍ଥାପିତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ମହୁଲଢିହାସ୍ଥ ଅନୁସୂଚିତ ଜନଜାତି /ଜାତି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନୋତ୍ସବ ବନ ବିଭାଗ, ଶିକ୍ଷୟତ୍ରୀ, ଛାତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।ବୃକ୍ଷ ହିଁ ଜୀବନ ।ବୃକ୍ଷହିଁ ମଣିଷ ଓ ଜୀବଜନ୍ତୁ ମଧ୍ୟରେ ସନ୍ତୁଳିତ ରଖିଥାଏ ।ବୃକ୍ଷ,ଜଙ୍ଗଲ,ଗଛଲତା ନଷ୍ଟ ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେଉଛି । ଯାହାକୁ ନେଇ ସାରା ବିଶ୍ବବାସୀ ଚିନ୍ତିତ । ସ୍ଥାନୀୟ ଏସ ଏସ ବି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ସୋରେନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା, ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ସି ଆଇ ଅଫ ଏସଏସଡି ଚନ୍ଦ୍ରଭାନୁ ମହାପାତ୍ର, ଇକୋ କ୍ଲବ ଇନ ଚାର୍ଜ ଶିକ୍ଷୟତ୍ରୀ ସରସ୍ଵତୀ ମହଲା, ଅବୈତନିକ ଶିମିଳିପାଳ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି, କଥାଶିଳ୍ପୀ ଲଳିତ ମହାନ୍ତି, ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼, ବିଦ୍ୟାଳୟର ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ରୀ ସାମିଲ ହୋଇଥିଲେ । ପ୍ରାରମ୍ଭରେ କରୋନା କଟକଣାକୁ ଲକ୍ଷ୍ୟ ରଖି ବିଦ୍ୟାଳୟ ବାହାରକୁ ନଯାଇ ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ପ୍ଲାକାର୍ଡ ଧରି ବୃକ୍ଷ ରୋପଣ ଓ ସୁରକ୍ଷା ନେଇ ଏକ ସଚେତନତା ଶୋଭାଯାତ୍ରା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ବଉଳ,ଆମ୍ବ,ବେଲ,ପଣସ,ଦେବଦାରୁ,କୃଷ୍ଣଚୂଡ଼ା, ପିଜୁଳି ଶାଗୁଆନ ଇତ୍ୟାଦି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା ।ପରେ ଏକ ବୃକ୍ଷ ରୋପଣ ଓ ସୁରକ୍ଷା ଶୀର୍ଷକ ଆଲୋଚନାରେ ଅତିଥିଗଣ, ବୃକ୍ଷ ରୋପଣ,ସୁରକ୍ଷା,ପରିବେଶ ସୁରକ୍ଷା ଉପରେ ଛାତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଜଙ୍ଗଲ ଆମ ଜୀବନର ଆଧାର, ତେଣୁ ସମସ୍ତେ ମଣିଷ ସମାଜରେ ସ୍ବାର୍ଥ ପାଇଁ ଜଙ୍ଗଲ ସୃଷ୍ଟିରେ ସହାୟକ ହେବା ଉଚିତ । ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ଜୀବଜଗତ ରକ୍ଷା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତେ ନିଜର ଜନ୍ମ ଦିନରେ ଏବଂ ପର୍ବ ପର୍ବାଣୀ ରେ ଗୋଟିଏ ଗଛ ଲଗାଇବାକୁ ଶପଥ ନେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଯୁବକଙ୍କ ଆତ୍ମହତ୍ଯା

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ ର “ଅରୁଣ ବଞ୍ଚାଅ ଅଭିଯାନ” କାର୍ଯ୍ୟକ୍ରମ

Sunil Chandra Nayak

ଲଗାଣ ବର୍ଷାରେ ବହୁ ଘର ଓ ଦୋକାନରେ ପସିଲା ପାଣି

Sunil Chandra Nayak

Leave a Comment

error: Content is protected !!