ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋକୁଳେଶ୍ୱର ମଣ୍ଡିରେ କଟନୀ ଛଟନୀ କୁ ଚାଷୀ ଙ୍କ ବିରୋଧ , ଦୁଇଦିନ ହେଲା ମଣ୍ଡି ରେ ପଡିଛି ସହ ସହ ବସ୍ତା ଧାନ

କେସିଙ୍ଗା ତା୬.୧୨.୨୨(ମ ନି ସ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ମଣ୍ଡି ରେ କଟନୀ ଛଟନୀ କୁ ବିରୋଧ କରିବାରୁ ଦୁଇ ଦିନ ରୁ ଉର୍ଦ୍ଧ୍ବ ହେବ ଧାନ ଉଠେଇବାରେ ପ୍ରଶାସନ ବିଫଳ। ଚଳିତ ଖରିଫ ଋତୁ ପାଇଁ ମିଲର ଯଦି ଧାନ ଉଠାଣ ରେ ବ୍ୟତିକ୍ରମ କରିବେ କିମ୍ବା ଚାଷୀ ଙ୍କ ଠାରୁ ସରକାରୀ ନିୟମ ଉର୍ଦ୍ଧ୍ବ ରେ କଟନୀ ଛଟନୀ କରିବେ ତାହେଲେ ସେମାନଙ୍କୁ ଜେଲ ଯିବାକୁ ପଡିବ ବୋଲି ଯୋଗାଣ ମନ୍ତ୍ରୀ ଆଗରୁ ନିର୍ଦ୍ଦେଶନାମା ଜାରିକରିଛନ୍ତି। ହେଲେ ଏହି ନିର୍ଦ୍ଦେଶନାମା କୁ ବେଖାତିର କରି ପେକ୍ସ ଓ ମିଲରସ ଙ୍କ ସଲାସୁତୁରା ରେ ଚାଷୀ ଙ୍କ ଠାରୁ ନିମ୍ନ ମାନର ଧାନ କହି ୫କେଜି ଓ ବସ୍ତା ପିଛା ୨କେଜି  କଟନୀ ଛଟନୀ କୁ ଚାଷୀ ବିରୋଧ କରିବାରୁ ଗୋକୁଳେଶ୍ୱର ମଣ୍ଡିରେ ଦୁଇ ଦିନ ରୁ ଉର୍ଦ୍ଧ୍ବ ହେବ ଧାନ ଉଠିପାରି ନାହିଁ। ଚଳିତ ଖରିଫ ଋତୁ ରେ ଗୋକୁଳେଶ୍ୱର ମଣ୍ଡିରୁ ୩ ଟି ପଞ୍ଚାୟତ ରୁ ୮୨୯ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୭୮୦୦ କ୍ୟୁଣ୍ଟାଲ ଧାନ ଉଠାଇବା ପାଇଁ ୫ ଗୋଟି ମିଲ କୁ ଟେଗ କରାଯାଇଛି ।  ପ୍ରଥମ ମଣ୍ଡି ଖୋଲିବା ଦୁଇଦିନ ସୋମବାର ଓ ମଙ୍ଗଳବାର ମଧ୍ୟରେ ୧୧ ଜଣ ଚାଷୀ ଙ୍କ ୬୧୧.୧୫ କ୍ୟୁଇଣ୍ଟାଲ ଧାନ ଉଠିଥିବା ବେଳେ ଧାନ ର ମାନ ଉନ୍ନତ ନଥିବା ୫କି.ଗ୍ରା ଓ ବସ୍ତା ପିଛା ୨କି.ଗ୍ରା ଧାନ କାଟିବା ଫିକ୍ସ କରିବାରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଉପରିସ୍ଥ ଅଧିକାରୀ ଙ୍କ ହସ୍ତକ୍ଷେପ ଦାବୀ କରି ମଣ୍ଡି ରେ ଧାନ ଉଠେଇବା ବନ୍ଦ କଲେ ଫଳରେ ଖୋଲା ଆକାଶ ତଳେ ୧୬ ଜଣ ଚାଷୀ ଙ୍କ ୧୪୪୭ ବସ୍ତା ଧାନ ପଡି ରହିଛି ।ଏହି ସୂଚନା ଚାଷୀ ଙ୍କ ଠାରୁ ପାଇ ପୂର୍ବତନ ସହର କଂଗ୍ରେସ ସଭାପତି ତଥା ଯୁବ ସଙ୍ଗଠକ ସୁରେଶ ରାଓ ଓ କିଛି ଗଣମାଧ୍ୟମ ପ୍ରତିନିଧି ଗୋକୁଳେଶ୍ୱର ମଣ୍ଡିରେ ପହଞ୍ଚି ଚାଷୀ ଙ୍କ ସହ ଆଲୋଚନା କରିଥିଲେ ଏବଂ ଉକ୍ତ ମଣ୍ଡିରେ ୭କି.ଗ୍ରା ଧାନ ବାଧ୍ୟତା ମୂଳକ ଭାବରେ କାଟୁଥିବା ଚାଷୀ ଙ୍କ ଠାରୁ ଅଭିଯୋଗ ପାଇଥିଲେ। ଚାଷୀଙ୍କ ଅଭିଯୋଗ କୁ ଭିତ୍ତିକରି ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ରେ ଥିବା ସ୍ଥାନୀୟ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଖବର ପାଇ ତହସିଲଦାର ରାକେଶ କୁମାର ପରୁଆ ଗୋକୁଳେଶ୍ୱର ମଣ୍ଡି କୁ ଯାଇ ଚାଷୀ ଙ୍କ ସମସ୍ୟା ବୁଝିଥିଲେ ଓ ସରକାରୀ ନିୟମ ଅନୁଯାୟୀ ଧାନ ମାନ ନିର୍ଧାରଣ କରାଯାଇ ଧାନ ଉଠାଯିବ ବୋଲି କହିଥିଲେ। ଗତକାଲି ଯେଉଁ ମାନଙ୍କ ଧାନ ସେଠାରେ ଥିଲା ସମସ୍ତ ଚାଷୀ ଙ୍କ ମାନ ନିର୍ଧାରଣ ହୋଇସାରିଛି ଆଜି ଧାନ ଉଠେଇବାର ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

କ୍ଲଷ୍ଟର ସ୍ଥରୀୟ କର୍ମଶାଳା ପଢିବାକୁ ଶିଖିବା- ଶିଖିବାକୁ ପଢ଼ିବା ଆୟୋଜିତ

Sunil Chandra Nayak

ଢେଙ୍କାନାଳ – ସଦରବ୍ଲକ ରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରାକ୍ତନ ଛାତ୍ରସଂସଦ ତରଫରୁ ଆଇନ ମହାବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!