ହିନ୍ଦୁ ଧର୍ମର ପରମ୍ପରାରେ ବାରମାସରେ ତେର ପର୍ବ ଅତ୍ୟନ୍ତ ନିଆରା । ତନ୍ମଧ୍ୟରୁ ଅନ୍ନଦାତ୍ରୀ ମହାମାୟୀ ମାଁ ଲକ୍ଷ୍ମୀଙ୍କର ପୂଜନତ୍ସବ ଅନ୍ୟତମ । ମାର୍ଗଶିର ମାସରେ ଏହି ପୂଜା ପାଳିତ ହୋଇଥାଏ । ଏହି ମାସର ପ୍ରତ୍ୟେକ ଗୁରୁବାର ଦିନ ପ୍ରାତଃରୁ ମାଁଙ୍କର ପୁଜାବିଧି ପ୍ରତ୍ୟେକ ହିନ୍ଦୁ ପରିବାରରେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଘରେଘରେ ପୁରେପୁରେ ପାଳିତ ହୋଇଥାଏ ।
ଚଳିତ ବର୍ଷ ଶେଷ ଗୁରୁବାରରେ ଜୟପାଟଣାରେ ସାମୁହିକ ଭାବେ ତିନୋଟି ସ୍ଥାନରେ ମାଁ ଲକ୍ଷ୍ମୀଙ୍କର ପୂଜା ମହା ଆଡମ୍ବରରେ ପାଳନ କରାଯାଇଛି ।
ମହାଲକ୍ଷ୍ମୀ ପୂଜା କମିଟି ଗାନ୍ଧିଗ୍ରାମ ପଡା ଦ୍ୱାରା ଦୁର୍ଗା ମଣ୍ଡପ ପାଖରେ, ଗଣ୍ଡପଡା ଚାରିଛକ ଲକ୍ଷ୍ମୀପୂଜା କମିଟିର ୨୪ତମ ପୂଜା ତଥା ସାଗୁନଭାଡ଼ି ପଡାରେ ମଧ୍ୟ ଚଳିତ ବର୍ଷ ଏହି ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ।