ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପାଟଣାରେ ମାଁ ମହାଲକ୍ଷ୍ମୀଙ୍କର ପୂଜନତ୍ସବ ଅନୁଷ୍ଠିତ

ହିନ୍ଦୁ ଧର୍ମର ପରମ୍ପରାରେ ବାରମାସରେ ତେର ପର୍ବ ଅତ୍ୟନ୍ତ ନିଆରା । ତନ୍ମଧ୍ୟରୁ ଅନ୍ନଦାତ୍ରୀ ମହାମାୟୀ ମାଁ ଲକ୍ଷ୍ମୀଙ୍କର ପୂଜନତ୍ସବ ଅନ୍ୟତମ । ମାର୍ଗଶିର ମାସରେ ଏହି ପୂଜା ପାଳିତ ହୋଇଥାଏ । ଏହି ମାସର ପ୍ରତ୍ୟେକ ଗୁରୁବାର ଦିନ ପ୍ରାତଃରୁ ମାଁଙ୍କର ପୁଜାବିଧି ପ୍ରତ୍ୟେକ ହିନ୍ଦୁ ପରିବାରରେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଘରେଘରେ ପୁରେପୁରେ ପାଳିତ ହୋଇଥାଏ ।

ଚଳିତ ବର୍ଷ ଶେଷ ଗୁରୁବାରରେ ଜୟପାଟଣାରେ ସାମୁହିକ ଭାବେ ତିନୋଟି ସ୍ଥାନରେ ମାଁ ଲକ୍ଷ୍ମୀଙ୍କର ପୂଜା ମହା ଆଡମ୍ବରରେ ପାଳନ କରାଯାଇଛି ।

ମହାଲକ୍ଷ୍ମୀ ପୂଜା କମିଟି ଗାନ୍ଧିଗ୍ରାମ ପଡା ଦ୍ୱାରା ଦୁର୍ଗା ମଣ୍ଡପ ପାଖରେ, ଗଣ୍ଡପଡା ଚାରିଛକ ଲକ୍ଷ୍ମୀପୂଜା କମିଟିର ୨୪ତମ ପୂଜା ତଥା ସାଗୁନଭାଡ଼ି ପଡାରେ ମଧ୍ୟ ଚଳିତ ବର୍ଷ ଏହି ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି । 

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ମା ପେଣ୍ଡ୍ରାଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ବେଆଇନ କରତକଳ ଊପରେ ବନବିଭାଗର ଚଢ଼ାଉ

ଵହଳଦା ଥାନା; ବହୁଚର୍ଚ୍ଚିତ ତିକ୍ଷିଆ ବାଣ୍ଟା ପାହାଡ଼ରେ ଏକ ଅଜଣା ଯୁବକର ହତ୍ୟାକାଣ୍ଡ ପର୍ଦ୍ଦଫାଶ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!