ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ଆସିଛି ମୁଁ ଏକା ଯିବି ମୁହିଁ ଏକା

    ଭାବଥିଲା ମର୍ତ୍ତ୍ୟ ଭୂଇଁ

ପ୍ରେମର ବନ୍ଧନ ମାୟାର ସଂସାର

   ଏ ପ୍ରେମ କ୍ଷଣିକ ପାଇଁ।

ଆକାଶ ପାତାଳ ସ‍ଂପର୍କ ରହିଛି

    ପ୍ରେମର ରାସ୍ତା ବନ୍ଧନ

ସେହି ପଥ ଦେଇ ସଭିଏଁ ଯିବାରେ

   ପ୍ରଭୁ ଦେ ଭାବ ଚୁମ୍ବନ।

ହରିରାମ ଶବ୍ଦ ତୁଣ୍ଡେ କରି ବାସ

     ପାପ ହୁଏ ସବୁ ଦୂର

ଭଜନ ଜଣାଣ ସଂକୀର୍ତ୍ତନ କଲେ

    ପ୍ରଭୁ ଯେ ମୋ ଈଶ୍ୱର।

ଯେତେ ଦିନ ଥିବି ତୁମ ନାମ ଧରି

    ନିତି କରୁଥିବି ଜପ

ଦୋଷ କ୍ଷମା ଦୂର କର ପ୍ରଭୁ ମୋତେ

    ନିତି ଭୁଲ କର ମାପ।

ତୁମ ଛଡ଼ା ମୋର ଗତି କେବେ ନାହିଁ

     ତୁମେ ଜୀବନ ଆଦେଶ

ଆଜ୍ଞା ଦେଲେ କହି ସେପଥ ଦିସଇ

   ସେହିତ ମୋର ସନ୍ଦେଶ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଆଦର୍ଶ ପାଠାଗାରର ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୧ରେ

Sunil Chandra Nayak

ବିଶାଗୁଡା ଅଙ୍ଗନବାଡ଼ି ଗୃହ ନିର୍ମାଣ ଶୀଘ୍ର ସାରିବାକୁ ବିଡ଼ିଓ ଙ୍କୁ ଗୁହାରି

Sunil Chandra Nayak

ନବମୀ ରେ ପୂଜା ମଣ୍ଡପରେ ମା ଦୁର୍ଗା: ଝିପି ଝିପି ବର୍ଷା ରେ ଫିକା ପଡି ଯାଇଛି ପୂଜା ମାହୋଲ୍ 

Sunil Chandra Nayak

Leave a Comment

error: Content is protected !!