ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ଶୁଭ ଉଦଘାଟିତ

ମୟୂରଭଞ୍ଜ ୨୫/୬/୨୨ (ମସିହା) ମୟୂରଭଂଜ ଜିଲ୍ଲାର କୁସୁମି ବ୍ଲକର ଜୟପୁର ପଞ୍ଚାୟତର ଜାନମୁଘୁଟୁ ଗାଁ ରେ ୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଉଚ୍ଚ ବିଦ୍ୟାଳୟର ଆଜିର ଦୁଇ ଦିବସୀୟ ସୁବର୍ଣ୍ଣ ଜୟନ୍ତୀର ମହାସମାରୋହ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଦିପ୍ତୀମୟୀ ନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଂଜନ ଆଚାର୍ଯ୍ୟ,କୁସୁମି ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେନ୍ଦ୍ର ଦାସ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ରତିକାନ୍ତ ପରୀକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ , ସରପଞ୍ଚ ପିଥ ସୋରେନ, ସୁବର୍ଣ୍ଣ ଜୟନ୍ତୀ କମିଟି ଅଧ୍ୟକ୍ଷ ବିରଞ୍ଚି ମହାନ୍ତ, ସଂପାଦକ ଗୌରହରି ମହାକୁଡ଼ ,ଜନତା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପାତ୍ର , ସମାଜସେବୀ ଭଂଜକିଶୋର ମହାନ୍ତି ପ୍ରମୁଖ ସାମିଲ ହୋଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ଫାଟକ ନିକଟରୁ ଶିକ୍ଷକ, ଛାତ୍ର ଛାତ୍ରୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦ୍ୟାଳୟ ଭିତରକୁ ପାଛୋଟି ନେଇଥିଲେ ।ପରେ ମୁଖ୍ୟ ଅତିଥି ମମତା ମାଡାମ ବିଦ୍ୟାଳୟ ପରିସରରେ ଶୁଭ ପତକା ଉତ୍ତୋଳନ କରିଥିଲେ । ପରେ ବିଦ୍ୟାଳୟ ସ୍ଥାପନ, ନିର୍ମାଣ ପାଇଁ ତ୍ଯାଗୀ ଦିବଂଗତ ମହାନ ସମାଜସେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସଭା ମଣ୍ଡପକୁ ଯାଇ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଅଧ୍ୟାପକ ଡଃ ଦିଗମ୍ବର ଗିରି ଅତିଥି ପରିଚୟ ସହ ମଂଚର ପରିଚାଳନା କରିଥିଲେ । କମିଟି ତରଫରୁ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି କହିଥିଲେ ଶିକ୍ଷା ସମାଜର ପ୍ରଗତିର ବତୀଘର । ଅନ୍ଧାର, କୁସଂସ୍କାର,ଅଜ୍ଞାନରୁ ମୁକ୍ତ କରି ଜୀବନକୁ ଆଲୋକର ମାର୍ଗ ଦେଖାଯାଏ । ଯେଉଁ ଦେଶର ଶିକ୍ଷାର ବ୍ୟବସ୍ଥା ଯେତେ ଦୃଢ଼ ସେ ଦେଶ ସେତେ ପ୍ରଗତିଶୀଳ । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ, ଅଧ୍ୟବସାୟ, ଜିଜ୍ଞାସା,ଆଗକୁ ବଢିବାର ଇଛାଶକ୍ତି, ଗୁରୁଭକ୍ତି କଲେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ ।ରାଜ୍ୟ ସରକାର ବିଦ୍ୟାଳୟରେ ଶୈଖିକ, ବୌଦ୍ଧିକ ବାତାବରଣ, ଗୁଣାତ୍ମକ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟକୁ ରୂପାନ୍ତରିତ କରିଛନ୍ତି । ଛାତ୍ରୀ ଏହାର ସୁଫଳ ନେବା ଉଚିତ । ମୁଖ୍ୟବକ୍ତା ଦିପ୍ତୀମୟୀ ନାୟକ କହିଥିଲେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାର ମାଗଣା ପୁସ୍ତକ, ବୃତ୍ତି, ମଧ୍ୟାହ୍ନ ଭୋଜନ, ସ୍ମାର୍ଟ କ୍ଲାସ,ଅଭିଜ୍ଞ ଶିକ୍ଷକ/ଶିକ୍ଷୟତ୍ରୀ ନିୟୋଜନ କରିଛନ୍ତି । ତେଣୁ ଛାତ୍ରଛାତ୍ରୀ ସମସ୍ତେ ଶିକ୍ଷାବ୍ରତୀ ହୋଇ ଜୀବନର ଲକ୍ଷ ଦିଗରେ ଆଗକୁ ବଢନ୍ତୁ ବୋଲି ପରାମର୍ଶ ଦେଇଥିଲେ । ସମାଜସେବୀ ରାମଚନ୍ଦ୍ର ମୁର୍ମୁ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ସମସ୍ତେ ଶିକ୍ଷିତ ହେଉଛନ୍ତି ହେଲେ ସମାଜରେ ବସ୍ତୁବାଦୀ ଦୁନିଆରେ ଭଲ ମଣିଷ ଖୋଜା ଚାଲିଛି ? ତେଣୁ ଶିକ୍ଷା ସହ ଭଲ ମଣିଷ ପାଇଁ ଯାହା କିଛି ଆବଶ୍ୟକ ତାହା ବିଦ୍ୟାଳୟ ରୁ ହିଁ ମିଳିଥାଏ । ତେଣୁ ଭଲ ମଣିଷ ଟିଏ ହେବା ପାଇଁ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମରେ ଅଭିଭାବକ, ପୁରାତନ ଛାତ୍ର ବିଦ୍ୟାଳୟ ର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୫୦୬ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । କମିଟିର ସଦସ୍ୟ ବୃନ୍ଦ ଓ ଶିକ୍ଷକ/ଶିକ୍ଷୟିତ୍ରୀ , କର୍ମଚାରୀବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ସମଗ୍ର ଜାନମଘୁଟୁ ଅଂଚଳ ଆଜି ଉତ୍ସବ ମୁଖର ଓ ସମସ୍ତୁ୍କ ମନରେ ଆନନ୍ଦ ଓ ଖୁସିର ଆଭା ସୃଷ୍ଟି ହୋଇଥିଲା ।ଦିର୍ଘ ବର୍ଷପରେ ପୁରାତନ ଛାତ୍ର/ଛାତ୍ରଛାତ୍ରୀ ପରସ୍ପରକୁ ଭେଟି ଆଲିଙ୍ଗନ କରି ଆନନ୍ଦରେ ବିଭୋର ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ଖଜୁରପଡା ରେ ଦିନ ଦ୍ବିପହରରେ ଡକାୟତି , ପୋଲିସ କୁ ଚାଲେଞ୍ଜ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ

Sunil Chandra Nayak

Leave a Comment

error: Content is protected !!