ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ପାଇଁ କାଠ କାଟୁଥିବା ବେଳେ ଜଣେ ଛାତଙ୍କ ମୁଣ୍ଡ ଫାଟିଲା

 ତେନ୍ତୁଳିଖୁଣ୍ଟି ୨୪/୦୮/୨୨-୍ର ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ା ବାଇ ପଞ୍ଚାୟତ କବାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଘଟିଛି ଏକ ଅଭାବନୀୟ ଘଟଣା ! ସ୍କୁଲ ର ଛାତ୍ର, ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଭିନ୍ନ କାମରେ ଲଗାଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଓ ଛାତ୍ର, ଛାତ୍ରୀ ଙ୍କ ପରିବାର। ଗତକାଲି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ର ଶିକ୍ଷୟତ୍ରୀ ସଂଯୁକ୍ତା ଦିଦି ୫ ମଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ରୋଷଇ କରିବା ପାଇଁ କାଠ ଭାଙ୍ଗି ବାକୁ କହିଥିଲେ ! ପିଲାମାନେ କାଠ ଭାଙ୍ଗିବା ସମୟରେ ଦୃଘଟଣା ଘଟିଲା ଯାହା ଫଳରେ ପଞ୍ଚମ ଶ୍ରେଣୀ ର ଛାତ୍ର ର ମୁଣ୍ଡ ଫାଟିି ରକ୍ତ!କ୍ତ ହେଇଥିଲାା ! ଅନ୍ୟ ଛାତ୍ରୀ ଆଘାତ ହେଇଥିଲା ! ପରେ ତାଙ୍କର ପରିବାର ଲୋକଙ୍କୁ ଡାକି ପିଲା ଙ୍କୁ ମେଡିକାଲ ନେବାକୁ କହିଥିଲେ ! ସ୍କୁଲ ଶିକ୍ଷୟତ୍ରୀ ଏତେବଡ଼ ଘଟଣା କୁ ନେଇ ତାଙ୍କର ମନରେ ଦୟାମନୋଭାବ ମଧ୍ୟ୍ୟ ଆସିନାହିଁ ! ଯଦି ସ୍କୁଲ ପିଲା ମାନଙ୍କ ବଡ଼ ଦୁର୍ଘଟଣା ଘଟେ ତାହାହେଲେ ଦାଈ କିଏ ହେବେ ! ସ୍କୁଲ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଛାତ୍ର ଛାତ୍ରୀ ଙ୍କ ପରିବାର ଏବଂ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିର୍ମଳ କନପାନ ଓ ଦେବକାନ୍ତ ପଣ୍ଡା ଦାବି କରିଛନ୍ତି ଏବଂ ଏ ସମ୍ପର୍କ ରେ ନବରଙ୍ଗପୁର DEO, ନବରଙ୍ଗପୁର ଜିଲ୍ଲାପାଳ, ତେନ୍ତୁଳୀଖୁଣ୍ଟି BEO ଙ୍କୁ ଜଣାଇଛନ୍ତି ! ଯଦି ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ ନ କଲେ DEO କାର୍ଯାଳୟ ସମ୍ମୁଖରେ ଧାରଣା ରେ ବସିବୁ ବୋଲି ଜଣାଇଛନ୍ତି ଚିଦାନନ୍ଦ ସାହୁ,ତେନ୍ତୁଳିଖୁଣ୍ଟି୍ ।

ଗୋବର୍ଦ୍ଧନସାହୁ, ତେନ୍ତୁଳିଖୁଣ୍ଟି

Related posts

ଅପର୍ତ୍ତି ସେଠୀ ଙ୍କ କବିତା  ପ୍ରଭୁ, କ’ଣ ସବୁ ଭଲ?

Sunil Chandra Nayak

ଡମ୍ବରୁଧର ବେହେରା ଙ୍କ କବିତା କିଏ ଅସଲି କିଏ ନକଲି

Sunil Chandra Nayak

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ  ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!