ସର୍ବସଂହା ମାଆ
ଯିଏ ଯାହା କହୁ ଯେତେ
ମାଆ ହୃଦ ବୁଝେନା
ପୁଅପାଇଁ ସବୁ କରେ
ସହି ନିନ୍ଦା ଗଞ୍ଜଣା ।।
ଧାନ କୁଟୁ ଅବା ସିଏ
ସେ ଗୋଟାଉ ଗୋବର
ଅନ୍ଧ କଣା କୁଜା କେମ୍ପା
ପୁଅ ହେଉ ନାଗର
ଏ ଜଗତ ଯେତେ କହୁ
ଛାତି କରି ପଥର
ସର୍ବଂସହା ମାଆ ସିଏ
ସହେ ସବୁ ବେଭାର ।।
ତାପରିକେ ଏ ଜଗତେ
ସମତୁଲ ହୋଇବ
ତାର ପାଦ ପଦ୍ମେ ସେବା
କରେ ଯେ ସେ ତରିବ ।।
ରତିନାରାୟଣ ରାଉତ
ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା