ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ମାତୃରୂପିଣୀ ମା

ମାତୃରୂପିଣୀ ମା

ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ

 

ମାତୃରୂପିଣୀ ମା’ ମାତୃ ରୂପିଣୀ ମା’…

 

ହରଙ୍କ ଘରଣୀ କୈଳାସ ମଣ୍ଡଣୀ 

ତ୍ରିଶୁଳ ଧାରିଣୀ ମହିଷା ମର୍ଦ୍ଦିନୀ ମା’

ଦୁର୍ଗତି ନାଶିନୀ ସଙ୍କଟ ତାରିଣୀ 

ଅଭୟ ଦାୟିନୀ ଦୁଃଖ ବିନାଶିନୀ ମା’

ମାତୃ ରୂପିଣୀ ମା’………………..||

 

ତୁହି ନାରାୟଣୀ ତୁହି କାତ୍ୟାୟନୀ 

ଜଗତ ଜନନୀ ମୁକ୍ତି ପ୍ରଦାୟିନୀ ମା’

ସଂହାର କାରିଣୀ ଦନୁଜ ନାଶିନୀ 

ମଙ୍ଗଳ କାରିଣୀ ଶକ୍ତି ସ୍ୱରୂପିଣୀ ମା’

ମାତୃ ରୂପିଣୀ ମା’……………..||

 

ଶିବାନୀ ଭବାନୀ ବିଘ୍ନ ବିନାସିନୀ

ଦୟା ପ୍ରଦାୟିନୀ ସିଂହ ବାହିନୀ ମା’

ମା’ବିନ୍ଧ୍ୟ ବାସିନୀ ଦୂରିତ ହରିଣୀ 

ବିପଦ ଭଞ୍ଜନୀ ଜଗତ ପାଳିନୀ ମା’

ମାତୃ ରୂପିଣୀ ମା’…………………||

 

ଐଶ୍ଚର୍ଯ୍ୟ ଶାଳିନୀ କଳୁଷ ନାଶିନୀ 

ବୁଦ୍ଧି ପ୍ରଦାୟିନୀ ସାହସ ଦାୟିନୀ ମା’

କରୁଣା କାରିଣୀ ଦୁଃଖ ନିବାରିଣୀ 

ସତ୍ୟ ସନାତନୀ ସଜ୍ଜନ ପାଳିଣୀ ମା’

ମାତୃ ରୂପିଣୀ ମା’………………..||

 

ଧର୍ମ ସଂସ୍ଥାପନୀ ବିଦ୍ୟା ପ୍ରଦାୟିନୀ 

ଧଇର୍ଯ୍ୟ ଧାରିଣୀ ଆଶିଷ ଦାୟିନୀ ମା’

କଲ୍ୟାଣ କାରିଣୀ ନୃମୁଣ୍ଡ ମାଳିନୀ 

ମନ୍ଦାର ମାଳିନୀ ମାଖୁଦୁରୁକୁଣୀ ମା’

ମାତୃ ରୂପିଣୀ ମା’………………||

 

ଏ ଧରା ପୃଷ୍ଠକୁ ଆସ ଅବତାରୀ 

ତଵ ଶ୍ରୀଚରଣେ ଏତିକି ଗୁହାରୀ ମା’

ତପିଗଣ ଲଭୁ ତୋ ଆଶିଷବାରି 

ଏଭବ ସଂସାରୁ ମୋତେକରପାରି ମା’

ମାତୃ ରୂପିଣୀ ମା’………………..||

 

Related posts

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

Sunil Chandra Nayak

ବିଜେଡ଼ିର ଜୋନସ୍ତରୀୟ ନୂଆଖାଇ ଭେଟଘାଟ୍‌

Sunil Chandra Nayak

ବିଦ୍ୟାଳୟରେ ତାଲା ପଡିବା ଘଟଣା, ତାଲା ଖୋଲିଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!