ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବିକାଶ ପାଇଁ ଫାଇବ ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ

ରାଉରକେଲା/ଆଗାମୀ ହକି ବିଶ୍ୱକପ ପାଇଁ ନିର୍ମାଣଧୀନ ଥିବା ବିଶ୍ୱର ଦ୍ଵିତୀୟ ବୃହତମ ଷ୍ଟାଡିଅମ ଓ ଅନୁସାଙ୍ଗିକ କାର୍ଯ୍ୟର ତଦାରଖ କରିବା ପାଇଁ ଗତ ୧୮ ତାରିଖ ଦିନ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ଫାଇବ ଟି ସଚିବ ଭି. କେ. ପାଣ୍ଡିଆନଙ୍କ ରାଉରକେଲା ଗସ୍ତ ସମୟରେ ରାଉରକେଲା ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ଅମୂଲ୍ୟ ବରାଳ, ପଶୁପତି ଚାଟାର୍ଜି ଓ ସୁପ୍ରତୀକ ମିଶ୍ର ରାଉରକେଲା ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବି ରାଉରକେଲାରେ ଏକ ନୂଆ ରେଳ ଡିଭିଜନ ପ୍ରତିଷ୍ଠା, ରାଉରକେଲା ବିମାନ ବନ୍ଦରକୁ ୪ସି ବର୍ଗଭୁକ୍ତ ମାନ୍ୟତା, ରାଉରକେଲା ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ଏକ ସ୍ମାରକପତ୍ର ଶ୍ରୀ ପାଣ୍ଡିଆନଙ୍କୁ ପ୍ରଦାନ କରିଛନ୍ତି l ଆଗରୁ ଦାବି କରାଯାଇଥିବା ରେଳ ଡିଭିଜନ ଦାବିକୁ ରେଳ ପରାମର୍ଶଦାତା କମିଟି ଅଗ୍ରାହ୍ୟ କରିବା, ରାଉରକେଲାକୁ ୪ସି ରେ ଅନ୍ତର୍ଭୁକ୍ତ କରି ବିମାନ ଚଳାଚଳକୁ ବିଭାଗୀୟ ମନ୍ତ୍ରୀ ଅଗ୍ରାହ୍ୟ କରିବା ଓଡିଶା ଉନ୍ନତିରେ ବାଧକ ବୋଲି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ପ୍ରକାଶ ଥାଉକି ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଖଣି ଖାଦାନର ପରିବହନରେ ରେଳବାଇ ସିଂହଭାଗ ଆଦାୟ କରୁଥିଲା ବେଳେ ରେଳବାଇ ଏ ଅଂଚଳର ବିଶେଷ କିଛି ବିକାଶର ନାଁ ଧରୁନାହିଁ l ରାଉରକେଲା ଏକ ସ୍ୱତନ୍ତ୍ର ରେଳ ଡିଭିଜନ ହୋଇ ପୂର୍ବତଟ ରେଳ ଜୋନରେ ସାମିଲ ହେଲେ ଏ ଅଂଚଳର ବିକାଶ ହେବା ସହ ପୂର୍ବତଟ ରେଳ ଜୋନର ଆୟ ବୃଦ୍ଧି ହୁଅନ୍ତା l ବିଭିନ୍ନ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ, ଅଫିସ, କାରଖାନା ଏବଂ ପୃଥିବୀର ବିଭିନ୍ନ ଜାଗାରେ କାମ କରୁଥିବା ଶତାଧିକ ଲୋକ ବିମାନ ସେବା ପାଇଁ ଅନ୍ୟତ୍ର ଯାଉଥିବାବେଳେ ଓ ଝାରସୁଗୁଡାରେ ଅନେକ ସମୟରେ ବିମାନ ବାତିଲ କାରଣରୁ ଯାତ୍ରୀ ମାନେ ହଇରାଣ ହରକତ ହେଉଥିବାରୁ ଏବଂ ଏଠାରେ ଖେଳା ଯିବାକୁ ଥିବା ହକି ବିଶ୍ୱକପ ପାଇଁ ରାଉରକେଲା ଠାରେ ୪ସି ବିମାନ ଚଳାଚଳକୁ ମଞ୍ଜୁରୀ ଦେଲେ ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ହେବା ସହ ଜିଲ୍ଲାର ଆବଶ୍ୟକତା ପୂରଣ କରିହୁଅନ୍ତା l ଏହାଛଡା ରାଉରକେଲା ଓ ଏହାର ଆଖପାଖରେ ଶହେରୁ ଉର୍ଧ୍ଵ କଲେଜ ଥିବାରୁ ପ୍ରଶାସନିକ ସୁବିଧା ପାଇଁ ରାଉରକେଲା ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବା ଦରକାର l ଉପରୋକ୍ତ ଦାବୀ ଗୁଡିକ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ l କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ରଞ୍ଜିତ କୁ ସାହୁ ଙ୍କ କବିତା ଆତ୍ମା ର ସୁଖ

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ଶୀତୁଆ ପଖାଳ

Sunil Chandra Nayak

ଉମାକାନ୍ତ ଦାସଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

Leave a Comment

error: Content is protected !!