ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ତିନି ପଦୀ 

ତିନି ପଦୀ

(ଏକ )  କୃଷକ 

ଶ୍ରମ ବଳରେ ଜିଣିପାରେ ଧରା

କୃଷକ ମୁଁ ଆଜି

ଟାଏଁ ଟାଏଁ ଟାଣ ଖରାରେ 

ଶୀତ, ବରଷାରେ

ମାଟିକୁ ଚଷି ସୁନା ଫସଲ

ଫଳାଉଛି ପରା l

 

(ଦୁଇ )  ଶ୍ରମିକ 

ଶ୍ରମ ବଳରେ ଜିଣିପାରେ ଧରା

ଶ୍ରମିକ ମୁଁ ଆଜି

ମୁଣ୍ଡ ଝାଳ ତୁଣ୍ଡେ ମାରି

ଶୀଳ୍ପ, କାରଖାନା,ଘରଦୁଆର 

ବାଲି, ସିମେଣ୍ଟ, ଲୁହା ଯୋଡି

ତିଆରୁଛି ପରା l

 

(ତିନି )  ସୈନିକ 

ଶ୍ରମ ବଳରେ ଜିଣିପାରେ ଧରା

ସୈନିକ ମୁଁ ଆଜି

ଗୋଲା, ବାରୁଦକୁ ଖାତିର ନକରି

ଦେଶ, ଜାତି ପାଇଁ

ନିଜ ଜୀବନକୁ ଜନ ହିତ ପାଇଁ 

ବଳିଦିଏ ରଣକ୍ଷେତ୍ରେ ପରା l 

 

 

                 ଜଗଜ୍ଜୀବନ ସା

             କୁମ୍ଭାରୀ, ଗୋଲାମୁଣ୍ଡା

               କଳାହାଣ୍ଡି (ଓଡିଶା )l

 

Related posts

ନାରାଣପୁର ଉଚ୍ଚବିଦ୍ୟାଳୟରେ ଶିଶୁ ମହୋତ୍ସବ’ ସୁରଭି କାର୍ଯ୍ୟକ୍ରମ 

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ଆଜି ଅଟଇ ପବିତ୍ର ଦିନ

Sunil Chandra Nayak

ଜଗମୋହନ ହାଇସ୍କୁଲ ର ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!