ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ତିନି ପଦୀ 

ତିନି ପଦୀ

(ଏକ )  କୃଷକ 

ଶ୍ରମ ବଳରେ ଜିଣିପାରେ ଧରା

କୃଷକ ମୁଁ ଆଜି

ଟାଏଁ ଟାଏଁ ଟାଣ ଖରାରେ 

ଶୀତ, ବରଷାରେ

ମାଟିକୁ ଚଷି ସୁନା ଫସଲ

ଫଳାଉଛି ପରା l

 

(ଦୁଇ )  ଶ୍ରମିକ 

ଶ୍ରମ ବଳରେ ଜିଣିପାରେ ଧରା

ଶ୍ରମିକ ମୁଁ ଆଜି

ମୁଣ୍ଡ ଝାଳ ତୁଣ୍ଡେ ମାରି

ଶୀଳ୍ପ, କାରଖାନା,ଘରଦୁଆର 

ବାଲି, ସିମେଣ୍ଟ, ଲୁହା ଯୋଡି

ତିଆରୁଛି ପରା l

 

(ତିନି )  ସୈନିକ 

ଶ୍ରମ ବଳରେ ଜିଣିପାରେ ଧରା

ସୈନିକ ମୁଁ ଆଜି

ଗୋଲା, ବାରୁଦକୁ ଖାତିର ନକରି

ଦେଶ, ଜାତି ପାଇଁ

ନିଜ ଜୀବନକୁ ଜନ ହିତ ପାଇଁ 

ବଳିଦିଏ ରଣକ୍ଷେତ୍ରେ ପରା l 

 

 

                 ଜଗଜ୍ଜୀବନ ସା

             କୁମ୍ଭାରୀ, ଗୋଲାମୁଣ୍ଡା

               କଳାହାଣ୍ଡି (ଓଡିଶା )l

 

Related posts

ନିଷ୍ଠା ର ବାର୍ଷିକୋତ୍ସବ ଆସନ୍ତା ୨୬ରେ…

Sunil Chandra Nayak

ରାଉରକେଲା – ବ୍ୟାଙ୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଦେଶରେ ଅନ୍‌ଲାଇନ୍‌ ଶିକ୍ଷା ଚାହିଦା ବଢ଼ୁଛି..୨୦୨୨ରେ ୧୭୦% ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି

Sunil Chandra Nayak

Leave a Comment

error: Content is protected !!