ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖେଳ ପ୍ରେମୀଙ୍କ ମନରେ ବିଷାଦ: କେବେ ସଂପୂର୍ଣ୍ଣ ହେବ ନର୍ଲା ମିନି ଷ୍ଟାଡିୟମ ?

ନର୍ଲା (ମ.ପ୍ର) ରାଜ୍ୟ ସରକାର କ୍ରୀଡାବିତ ତଥା କ୍ରୀଡାର ବିକାଶ ପାଇଁ ଅନେକ ପଦକ୍ଷେପମାନ ନେଇଛନ୍ତି। ଏଥିସହ ବିଭିନ୍ନ ବ୍ଳକରେ ମିନି ଷ୍ଟାଡିୟମ ମଧ୍ୟ ନିର୍ମାଣ ହୋଇଛି। ହେଲେ ନର୍ଲା ବ୍ଳକର ନର୍ଲା ଗ୍ରାମଠାରେ ମିନି ଷ୍ଟାଡିୟମ ପାଇଁ ଦୀର୍ଘ ବର୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଦେଇଥିଲେ ମଧ୍ୟ ଷ୍ଟାଡିୟମ ହେବାରେ କାହିଁକି ବିଳମ୍ବ ହେଉଛି କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ନର୍ଲା ହାଇସ୍କୁଲ ଖେଳ ପଡିଆକୁ ମିନି ଷ୍ଟାଡିୟମ ଭାବେ ରୂପାନ୍ତରିତ କରିବା ଓ ଇନଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ନର୍ଲା ବିଧାୟକ ଭୂପିନ୍ଦର ସିଂ ୧ ବର୍ଷରୁ ଉର୍ଦ୍ଧ୍ବ ହେଲା ସରକାରଙ୍କ ଯୋଜନାରୁ ମିନି ଷ୍ଟାଡିୟମ ପାଇଁ ୨୦ ଲକ୍ଷ ଟଙ୍କା ଓ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଅନୁଦାନ ମଞ୍ଜୁର ହୋଇଥିବା ବେଳେ ଏହାର ଶିଳାନ୍ୟାସ କରିଥିଲେ। ହେଲେ ନର୍ଲା ଅଞ୍ଚଳ ପାଇଁ କିଛି ସୁଫଳ ହୋଇ ନାହିଁ। ଏଥିପାଇଁ ନର୍ଲା ଗ୍ରାମବାସୀ ଓ ଖେଳ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଠିକାର ଖେଳାଳିମାନେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଭାଗ ନେଇ ଗୈାରବ ଆଣିଛନ୍ତି। କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ମିନି ଷ୍ଟାଡିୟମ ମାନ ଶେଷ ହୋଇଥିବା ବେଳେ ନର୍ଲା ଠାରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି। ମିନି ଷ୍ଟାଡିୟମ ନିର୍ମାଣ ଟେଣ୍ଡର ପ୍ରକ୍ରିୟା ହୋଇ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ଏଠାରେ କାହାର ଭୁଲ ରହିଲା ଠିକାଦାର, ପ୍ରଶାସନ ନା ରାଜନେତାଙ୍କ ବୋଲି ନର୍ଲା ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଏଥିପ୍ରତି ପ୍ରଶାସନ ତତ୍ପରତା ଦେଖାଇବା ସହ ପଡ଼ିଆ କାମକୁ ଶୀଘ୍ର ସାରିବା ପାଇଁ ଦାବି ହେଉଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଢେଙ୍କାନାଳ – ଶ୍ରଦ୍ଧା ଶକ୍ତି ସେବା ସଂଗଠନ ର ମିଶନ ଶକ୍ତି ଜରିଆରେ ପାରମ୍ପରିକ ଆଦିବାସୀ ଖାଦ୍ୟ ସମ୍ପର୍କିତ ନିଆରା କାର୍ଯ୍ୟକ୍ରମ

ଜଗଜ୍ଜୀବନ ସା ଙ୍କ କବିତା ଧନ୍ୟ ବୀର ସୁବାଷ ନାୟକ 

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ରେଡକ୍ରସ ୟୁନିଟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!