ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପୌର ନିର୍ବାଚନ ନେଇ କଲହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

ଖଡ଼ିଆଳ ପୌର ନିର୍ବାଚନ ନେଇ ବିଜେପି ଦଳୀୟ ପ୍ରାର୍ଥୀଙ୍କ ବିଜୟୀ ନେଇ ଭୋଟ ମାଗିଛନ୍ତି। କେନ୍ଦ୍ର ସରକାରଙ୍କ ଜଣ କଲ୍ୟାଣ ଯୋଜନା ସହ ଖଡ଼ିଆଳ ଏନଏସି ରେ ସବିକେ ସାଥ ସାଵକେ ବିକାଶ ଏବଂ ବିଶ୍ଵାସ, ଉଜ୍ଜଲା ଯୋଜନା, ଦିନଦୟାଳ ବିଦ୍ୟୁତ ଯୋଜନା, ମାଗଣା ରାସନ, ମାଗଣା ରନ୍ଧନ ଗ୍ୟାସ ,କୃଷକ ନିଧି ଯୋଜନା, ଧାନର ସହାୟତା ମୂଲ୍ୟ ବୃଦ୍ଧି, ଭଳି ଅନେକ କଲ୍ୟାଣ ଯୋଜନା ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। ସମଗ୍ର କଳାହାଣ୍ଡିରେ ୬ ଗୋଟି ଏନଏସି ଏବଂ ଗୋଟିଏ ମୁନସିପାର୍ଲିଟି ନିର୍ବାଚନର ପ୍ରଚାର କରୁଛନ୍ତି। ନୂଆପଡା ଜିଲ୍ଲା ୩ ଗୋଟି ଏନଏସି ରେ ମଧ୍ୟ ଯୁବକ ଏବଂ ଉଚ୍ଚ ଶିକ୍ଷିତ ଙ୍କୁ ଦଳିୟ ପ୍ରାଥି   କରି ଥିବା ରୁ    ନିର୍ବାଚନ ପ୍ରଚାର କରିଥିବା ବେଳେ ସେମାନଙ୍କୁ ବିଜୟୀ କରି ଏନ୍ ଏସିର ବିକାଶ ଧାରାରେ ସାମିଲ ହୁଅନ୍ତୁ ବୋଲି କଲହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି। ଏହି ପ୍ରଚାର ରେ ପୂର୍ବତ୍ତନ ବିଧାୟକ ହିତେଷ ବଗର୍ତ୍ତି, ଜିଲ୍ଲା ସଭାପତି ସୁବ୍ରତ ଠାକୁର ,ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଶିବ ପ୍ରଶାଦ ମୁଣ୍ଡ, କୃଷକ ମୌର୍ଚ୍ଚା ସଭାପତି ଦେବ ଦେବ ସିଂ ଦେଓ ପ୍ରମୁଖ ଯୋଗ ଦେଇଥିଲେ। ଖରିଆର ରୋଡ଼ ରେ ସୋନମ ଜେନ, ନୂଆପଡା ରେ ଅଭିନନ୍ଦନ ପଣ୍ଡା ଏବଂ ଖଡ଼ିଆଳ ରେ ବିକାଶ ସିଂଘଳ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା – ପୋଡ଼ା ତରକାରୀ ହେବକି ରୁଚି

Sunil Chandra Nayak

ମାନ୍ୟବର ସୁପ୍ରିମକୋର୍ଟଙ୍କ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଜୁନାଗଡ଼ ବ୍ଲକ ର ପୁରା ୪ ଟି ଯୋନ ରେ ବିଜେଡ଼ି ବାଜିମାତ

Sunil Chandra Nayak

Leave a Comment

error: Content is protected !!