ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ପୌର ନିର୍ବାଚନ ;୧ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରତ୍ୟାହାର ପରେ ଅଧକ୍ଷ୍ୟ ପାଇଁ ୪ ଓ ୱାର୍ଡ ସଭ୍ୟ ୩୫ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର କାଏମ

ଜୁନାଗଡ଼ ୧୪/୩(( ନି.ପ୍ର) :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟହରର ଶେଷ ଦିନରେ ଜଣେ ୱାର୍ଡ ସଭ୍ୟ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତ।ଫଳରେ ପ୍ରତ୍ୟାହାର ପରେ  ଅଧକ୍ଷ୍ୟ ପଦ ପାଇଁ ୪ ଓ ୱାର୍ଡ ସଭ୍ୟ ପାଇଁ ୩୫ପ୍ରାର୍ଥୀ ଙ୍କ ନାମାଙ୍କନ କାଏମ ରହିଛି।ୱାର୍ଡ ନମ୍ବର। ୯ ର ସ୍ୱାଧୀନ ପ୍ରାର୍ଥୀ ପଙ୍କଜ ପୁଝାରି ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ଜୁନାଗଡ଼ ପୌର ନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ୪ ଜଣ ପ୍ରାର୍ଥୀ ଅଧକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରିବେ। ସେମାନଙ୍କ ମଧରେ ବିଜେଡ଼ି ଦଳ ପକ୍ଷରୁ ପୁର୍ବତନ ନଗରପାଳ ମହେଶ ସାହୁ, ବିଜେପି ଦଳରୁ ଜିଲ୍ଲା ପୌରାଞ୍ଚଳ ସଂଜୋଜକ ତଥା ପୂର୍ବତନ ପାରିଷଦ ମୁକେଶ ଅଗ୍ରୱାଲ ଏବଂ କଂଗ୍ରେସ ଦଳରୁ ଯୁବ ନେତା ତଥା ନଗର ସଭାପତି ପ୍ରଭାତ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଉଦୟନାଥ ଦାଶ ରହିଛନ୍ତି। ।ସେହିପରି ୧୨ ଟି ୱାର୍ଡ ସଭ୍ୟ ପାଇଁ ୩୫ ପ୍ରତିଦ୍ବନ୍ଦୀ ରହିଛନ୍ତି। ସେମାଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଆରମ୍ଭ ରୁ ଭାଜପା କୁ ଝଟକା

Sunil Chandra Nayak

ବାରମ୍ବାର ଅଭିଯୋଗ ଆସିବା ପରେ ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ବଉଳ କାଠ

Sunil Chandra Nayak

Leave a Comment

error: Content is protected !!