ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତର୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦଶପୁର ମଣ୍ଡଳବିଜୟ ଉତ୍ସବ ପାଳନ

ଗୋଲାମୁଣ୍ଡା / ମସିହା/ ଭାରତର ପ୍ରଥମ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଓଡ଼ିଶା ଆଦିବାସୀ ମହିଳା ଭାବେ ୧୫ତମ ରାଷ୍ଟ୍ରପତିରେ ବହୁ ଭୋଟରେ ବିଜୟ ହାସଲ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ସାରା ରାଜ୍ୟରେ ଶୁଭେଚ୍ଛା ସହ ସାଧୁବାଦ ଜଣାଇ ଛନ୍ତି, ଓଡ଼ିଶାର ପ୍ରତି ଜିଲାରେ ଚାରିଆଡେ ଖୁସିର ଲହର ଖେଳି ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼,ଓ ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଆନନ୍ଦ ଲହରୀ ଖେଳିଯାଇଛି,ତତ ସହିତ ଜଣେ ଓଡ଼ିଆ ମହିଳା ଙ୍କୁ ପ୍ରଥମ ଥର ଭାବେ ରାଷ୍ଟ୍ରପତି ପଦବୀରେ ବିପୁଳ ପରିମାଣର ବିଜୟ ହାସଲ କରିଥିବାରୁ ଗୋଳାମୁଣ୍ଡା ବ୍ଲକ ଡମ୍ବସମାଜ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି, ଏହି ଉପଲକ୍ଷେ ଗୋଲାମୁଣ୍ଡା ବ୍ଲକର ଦଶପୁର ମଣ୍ଡଳ ସ୍ତରରେ ପ୍ରତ୍ୟେକ ଓଡ଼ିଆ ଙ୍କ ସମ୍ମାନ ଓ ଗୌରବ ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟୀ ଉତ୍ସବ ଭାରତୀୟ ଜନତା ପାର୍ଟି ଗୋଲାମୁଣ୍ଡା ବ୍ଲକ ଗୋଳାମୁଣ୍ଡା ମଣ୍ଡଳ ତରଫରୁ ଗୋଲାମୁଣ୍ଡା ହନୁମାନ ମନ୍ଦିର ଠାରୁ ଠାକୁରାଣୀ ମନ୍ଦିର ଯାଏଁ ଶୋଭାଯାତ୍ରା ରେ ବାହାରି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୟଗାନ କରିବା ସହିତ ଓଡ଼ିଆ ମାଟିର ଗର୍ବ ଓ ଗୌରବର ବିଷୟ ରେ ଆଲୋଚନା ହେବା ସହିତ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ।ଉକ୍ତ ବିଜୟୀ ଉତ୍ସବ ରେ ଗୋଲାମୁଣ୍ଡାବ୍ଲକ ଦଶପୁର ମଣ୍ଡଳରେ ମଧ୍ୟବେନର ଧରି ସ୍ଲୋଗାନ ଦେଇଥିଲେ, ଭାରତୀୟ ଜନତା ପାର୍ଟି ସଭାପତି ଲଳିତ ପଧାନ, କାଲହାଣ୍ଡି ଜିଲ୍ଲା ସାଂସଦ ପ୍ରତିନିଧି ଭାଗ୍ୟବାନ ବାଗ, ଗଣେଶଚନ୍ଦ୍ର ରାଉତ, ଜିଲ୍ଲା ସଦସ୍ୟା ଶ୍ରଦ୍ଧାଞ୍ଜଳିମାଝୀ, ସରୋଜ ନିଆଲ, ଆତ୍ମାରାମ ଦୀପ, ଅବି ବାରିକ, ବେଦବର ନିଆଲ, କୁମୁଦପଧାନ, ରାମେ ମାଝୀ,ପ୍ରମୁଖ ଉପସ୍ଥିତ ଥିଲେ ।

 ଗୋଳାମୁଣ୍ଡା ବ୍ଲକ ରୁ ରାମ କୁମାରସେନାପତି ଙ୍କ ରିପୋର୍ଟ

Related posts

ସଫଳ ବ୍ୟଡ଼ମୀଣ୍ଟନ ଖେଳାଳି ଓ କୋଚ ସମୀର କୁମାର ସାହୁ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ପୂଜାରିଣୀ

Sunil Chandra Nayak

ବିଶ୍ବ ରେଡକ୍ରସ ଦିବସ ପାଳନ ଅବସରରେ ଅନାଥାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ କିଟ୍ ବଣ୍ଟନ

Leave a Comment

error: Content is protected !!