ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ପ୍ରେମମୟ ଠାକୁର

ଜୟ ମାଆ ବିରଜା

ପ୍ରେମମୟ ଠାକୁର

ଉମାକାନ୍ତ ଦାସ

 

ଆହେ ପ୍ରେମମୟ ତୁହି ଠାକୁର ,

ତୋର ପାଦ ପଦ୍ମେ କୋଟି ଜୁହାର ।।

କଲୁ ଅଖିଳ ବ୍ରହ୍ମାଣ୍ଡ ନିର୍ମାଣ,

ମର୍ତ୍ତ୍ୟ ପାତାଳ ଆକାଶ ଭୂବନ ।।

ଶୂନ୍ୟ ଶୂନ୍ୟ ମହାଶୂନ୍ଯେ ଆକାଶ

ମର୍ତ୍ତ୍ୟ ଆଲୋକ ଅନ୍ଧାରେ ବିକାଶ ।।

ଜଳମଗ୍ନରେ ରଖିଲୁ ପାତାଳ,

କେଉଁ ଶବ୍ଦରେ ବର୍ଣ୍ଣିବି ଭୂତଳ ।।

ସର୍ବଶ୍ରେଷ୍ଠ ସ୍ଥାନ କଲୁ ମରତ

ବହୁ ଜୀବଜନ୍ତୁ ମଧ୍ଯେ ଶୋଭିତ ।।

ମାନବଙ୍କୁ ସର୍ବଶ୍ରେଷ୍ଠେ ରଖିଲୁ

ମାନବୀୟ ରୁପେ ତୁହି ଜନ୍ମିଲୁ ।।

ରାମ କୃଷ୍ଣ ବୁଦ୍ଧ ନାମେ ଅନେକ

ମାନବଙ୍କର ହୋଇଲୁ ଜନକ ।।

ଶିକ୍ଷା ମହାଶିକ୍ଷା ଦେଲୁ ମାନବେ

ବେଦ ପୁରାଣ ଲେଖିଲୁ କର୍ତ୍ତବ୍ୟେ ।।

ମାରିଥିଲୁ କେତେ ଦୁଷ୍ଟ ଦାନବ

ଏହି ସମାଜ କଲ୍ଯାଣ ନିମିତ୍ତ ।।

ଆଜି ଉଗ୍ର ହେଉଛନ୍ତି ମାନବ

ଘରେ ଘରେ ପୁଣି କେତେ ଦାନବ ।।

ଭୁଲି ଗଲେଣି ମାନବ ସଂସ୍କାର

ମାୟା ମମତା ନାହିଁଟି କାହାର ।।

ସତ୍ୟ ଧର୍ମ ନ୍ଯାୟ ନାହିଁ କେଉଁଠି

ଅପକର୍ମ ଦିଶୁଅଛି ସବୁଠି ।।

ଅଘଟଣ ଦେଖି ଭୟେ ଶରୀର

ଶରଣ ପଶେ ତୋ ପାଦେ ଶବର ।।

ସ୍ବାର୍ଥ ଲୋଡ଼ା ନାହିଁ କିଛି ତାହାର

ମାଗେ ଉଧରି ଧର ଏ ସଂସାର ।।

ତୁହି ପ୍ରେମମୟ ବଡ ଠାକୁର

ତୋର ବିଚାର ଅଟଇ ବିଚିତ୍ର ।।

ଲାଲବାଗ ,ଖାନନଗର

ମଙ୍ଗଳ ପୁର, ଯାଜପୁର

Related posts

ଭାରତୀୟ ଜନତା ପାଟି ତରଫରୁ କଂଗ୍ରେସ ନେତା ଅଜୟ କୁମାର ଙ୍କ କୁଶ ପୁତ୍ତଳିକା ଦାହ ଓ ପ୍ରତିବାଦ 

Sunil Chandra Nayak

ରୁକେୟା ଜବିନ ଙ୍କ କବିତା ଏଇ ତ ଜୀବନ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିଜୟା ଦଶମୀରେ ପ୍ରାର୍ଥନା 

Sunil Chandra Nayak

Leave a Comment

error: Content is protected !!