ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ଦ୍ରପ୍ରଦେଶ ରେ ନିର୍ଯ୍ୟାତନା ଓ ଶୋଷଣ ର ଶିକାର ୪୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଙ୍କୁ ଦାବି କଲା ଶ୍ରମିକ ମହାସଙ୍ଘ

ନୂଆପଡା: ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଙ୍ଘ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଖଡ଼ିଆଳ ଥାନା ଅନ୍ତର୍ଗତ ଚାନ୍ଦେଲ ଗ୍ରାମ ର ରଞ୍ଜିତ ଗଉଡ଼ ,ଗିରିଧାରୀ ଲୁହାର୍,ବେଦ ମଲ୍ଲିକ ତଥା ଏନଏଫଆଇଟୀୟୁ ଟ୍ରେଡ଼ ୟୁନିୟନ ସଭାପତି ଭକ୍ତବନ୍ଧୁ ଧରୁଆ ଓ ହେମସଗାର ମାଝୀ ପ୍ରମୁଖ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ସହକାରୀ ଶ୍ରମ ଅଧିକାରୀ ଙ୍କୁ ସାକ୍ଷାତ ଅଲୋଚନା କରି ଚାନ୍ଦେଲ ଗ୍ରାମର ନିର୍ଯ୍ୟାତନା ଓ ଶୋଷଣ ର ଶିକାର ହୋଇ ବନ୍ଧକ ଥିବା ୨୫ ଜଣ ଦାଦନ ଶ୍ରମିକ ଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଦାବୀ କରିଛନ୍ତି। ଏସବିଏସ ବ୍ରିକ କ୍ଲିନ ର ମାଲିକ ସୁରେନ୍ଦ୍ର ରେଡ୍ଡୀ, କୋଭୁର କୋଠୁର ରୋଡ,ଡି ଡି ୟୁ ଜି କେ ୱାଇ କଲେଜ,ଜିଲ୍ଳା ନେଲୋର ଆନ୍ଧ୍ରପ୍ରଦେଶ ରେ ସମସ୍ତ ଶ୍ରମିକ ଙ୍କୁ ବନ୍ଧକ ରଖାଯାଇଥିବାର ଅଭିଯୋଗ ହୋଇଛି।ତୁରେକେଲା ବ୍ଲକ,ଝରନୀ ଗ୍ରାମ ପଞ୍ଚାୟର ଅନ୍ତର୍ଗତ ତେତେଲଖୁଟି ଗ୍ରାମ ର ଶ୍ରୀ ସପୁର ଖାଁ କୁଲି ସର୍ଦାର ଥିବା ବେଳେ ଚନ୍ଦେଲ ଗ୍ରାମର ଦଲାଲ କାର୍ତ୍ତିକ ମଲ୍ଲିକ ଅଟେ ବୋଲି ଅଭିଯୋଗ ହୋଇଛି।ପିଡୀତ ଦାଦନ ଶ୍ରମିକମାନେ ଖରିଆର ବ୍ଲକ ର୍ ଚାନ୍ଦେଲ ଓ ସରଧା ପୁର ତଥା ଲଖନା ଥାନା ଅନ୍ତର୍ଗତ ମୁଣ୍ଡାପଲା ପଞ୍ଚାୟତ ଶୁଆ ବାହାଲ ଗ୍ରାମର ବୋଲି ଜଣା ପଡ଼ିଛି। ଠିକ ସେହିପରି କୋମନା ଥାନା ଅନ୍ତର୍ଗତ ଜଗନ୍ନାଥପାଲି, ଟିକ୍ରାପଡ଼ା ପଞ୍ଚାୟତ ର୍ ଏକୋଇଶ ଜଣ ଦାଦନ ଶ୍ରମିକ ବିଟିଏଲ ଇଟାଭାଟି ମାଲିକ ବିଟିଏଲ ନାଇଡୁ ଗ୍ରାମ ପଣ୍ଡରଙ୍ଗୀ ଜିଲ୍ଲା ବିଶାଖାପଟ୍ଟନମ ଠାରେ ବନ୍ଧକ ଥିବାର ଅଭିଯୋଗ ଆସିଛି।ଏମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ର ଆବାହକ ଶ୍ରୀ ପାଣିଗ୍ରାହୀ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଠାରେ ଦାବି କରିଛନ୍ତି।ଜିଲ୍ଳା ଶ୍ରମଅଧିକାରୀ ଙ୍କ ଅନୁପସ୍ଥିତିରେ ସହ ଶ୍ରମଧିକାରୀ ଶ୍ରୀ ଦିବ୍ୟ ଶଙ୍କର ଧରୁଆ ତୁରନ୍ତ ଉଦ୍ଧାର ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି ଶୀଘ୍ର ପିଡୀତ ଶ୍ରମିକ ମାନେ ଉଦ୍ଧାର ହେବେ ବୋଲି ଜବାବ ଦେଇଛନ୍ତି। ଏହା ପୂର୍ବରୁ ପିଡୀତ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନେ ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ର ଆବାହବକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଜିଲ୍ଲାପାଳ ନୂଆପଡା ଙ୍କୁ ଭେଟିବା ପାଇଁ ଯାଇଥିଲେ ମଧ୍ୟ ଭେଟି ପାରି ନଥିଲେ। ଜିଲ୍ଲାପାଳ ମହୋଦୟା ଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଉଦ୍ଧାର କରିବା ପାଇଁ ହ୍ଵାଟ୍ସଆପ ମାଧ୍ୟମରେ ପିଡୀତ ପରିବାର ଙ୍କ ଦରଖାସ୍ତ ଓ ନିବେଦନ ଶ୍ରୀ ପାଣିଗ୍ରାହୀ ପଠେଇଥିବା ପ୍ରକାଶ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତିରିଂ ଭଗାଵନ୍ଦି ଗ୍ରାମରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା  

Sunil Chandra Nayak

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା ବାପା

Leave a Comment

error: Content is protected !!