ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ଯ୍ୟଟକଙ୍କ ମନ ମୋହୁଛି ମୃଗ ବିହାର

ପାପଡାହାଣ୍ଡି 10/05(ମ ନି ସ) ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ପାପଡାହାଣ୍ଡି ମୃଗବିହାରର ଏକ ସ୍ୱତନ୍ତ୍ରତା ରହିଛି | ପିଲା ଠୁ ବୁଢ଼ା ସମସ୍ତଙ୍କ ପାଇଁ ରହିଛି ଏଠାରେ ମନରଞ୍ଜନ | ତେଣୁ ବର୍ଷ ତମାମ ଏଠାରେ ଜମି ଥାଏ ପର୍ଯ୍ୟଟକଙ୍କ ଭିଡ଼ | ବିଲୁପ୍ତ ପ୍ରାଣୀ ଦେଖିବା ଲାଗି ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ଙ୍କ ପାଇଁ ଏହି ମୃଗବିହାରଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି | ପାପଡାହାଣ୍ଡି ରୁ ନବରଙ୍ଗପୁର ଯାଉଥିବା ଜାତୀୟ ରାଜପଥ 26 ର ଡାହାଣ ପାର୍ଶ୍ୱ ରେ ରହିଛି ମୃଗ ବିହାର | ପାପଡାହାଣ୍ଡି ଠାରୁ ମାତ୍ର 2 କିଲୋମିଟର ବ୍ୟବଧାନ ରେ ରହିଛି | 1986 ମସିହା ଜୁନ ମାସ 8 ତାରିଖରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟନାୟକ୍ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା | ଏହି ମୃଗବିହାର ଟି ମୃଗବିହାର ଆରମ୍ବ ହେବା ସମୟରେ କେବଳ ଦୁଇଟି ଚିତ୍ରା ହରିଣ ଥିଲେ | ପରବର୍ତ୍ତୀ ସମୟ   ରେ ତାଙ୍କର ବଂଶ ବିସ୍ତାର କରିବା ସହ ,ବନବିଭାଗ ବିଭିନ୍ନ ସ୍ଥାନରୁ ହାରିଣକୁ ଉଦ୍ଧାର କରି ଏଠାରେ ରଖିଥିଲେ | ଯାହା ଫଳରେ ଆଜି ଦୁଇଟି ଚିତ୍ରା ହରିଣରୁ ସଂଖ୍ୟା ବଢ଼ି 225 ଯାଏଁ ପହଞ୍ଚିଛି | 2009 ରେ କେନ୍ଦ୍ର ସରକାର ଙ୍କ କେନ୍ଦ୍ରୀୟ କ୍ଷୁଦ୍ର ଚିଡିଆଖାନା ପଦାଧିକାରୀ ଙ୍କ ଏକ ସ୍ୱତନ୍ତ୍ର ଟିମ୍ , ଏହି ମୃଗବିହାର କୁ କ୍ଷୁଦ୍ର ଚିଡିଆ ଖାନାର ମାନ୍ୟତା ଦେଇଥିଲେ | ଏହି କ୍ଷୁଦ୍ର ଚିଡିଆଖାନା ଟି ସମଗ୍ର 30 ଏକର ବର୍ଗ ରେ ରହିଅଛି | କ୍ଷୁଦ୍ର ଚିଡିଆଖାନା ରେ 225 ଟି ଚିତ୍ରା ହରିଣ , ପାଞ୍ଚଟି ବାରାହା , ଗୋଟିଏ ଚଉସିଂଘା ,ଗୋଟିଏ କୁଟୁରା , ଗୋଟିଏ ସାଳିଆପତନି ଏବଂ ଗୋଟିଏ ମୟୁର, ଠେକୁଆଁ, ଇତ୍ୟାଦି ଦେଖିବାକୁ ମିଳେ | ପର୍ଯ୍ୟଟକ ମାନେ ତାଙ୍କ ପରିବାର ସହ ଆସି ଖୁବ ମଜା ଉଠାଇଥାନ୍ତି ଏହି ମୃଗବିହାର ରେ | ଏହି ମୃଗ ଵିହାର ରେ ଖେଳିବା ପାଇଁ ପାର୍କ ଆଦି କରାଯାଇଛି | ଘଞ୍ଚଶାଳ ଜଙ୍ଗଳ ସହ ଫୁଲ ବଗିଚା ଏହାର ଶୋଭା ବୋଡାଉଛି | ଓ ରାଜହଂସ ମାନେ ପୁଷ୍କରିଣୀ ରେ ପହଁରିବା ଦେଖି ପର୍ଯ୍ୟଟକ ଆକର୍ଷିତ ହେଉଛନ୍ତି |ଏଠାରେ ଏକ ବ୍ୟାଖ୍ୟା ଗୃହ ରହିଛି ଯେଉଁଥିରେ ଏକ ପ୍ରୋଜେକ୍ଟର ଲାଗିଛି ସେଠାରେ ଜୀବଜନ୍ତୁ ବିଷୟରେ ଶିକ୍ଷା ଦିଆଯିବା ବ୍ୟବସ୍ଥା କରାଯାଇଛି | ମୃଗ ବିହାର ପ୍ରାଚେରୀ କାନ୍ଥ ରେ ଅନେକ ପ୍ରକାର ଜୀବଜନ୍ତୁ ଙ୍କ ଛବି ଆଙ୍କା ଯାଇଛି | ଯେଉ ଥିରେ ପିଲ୍ଲା ମାନେ ଜୀବଜନ୍ତୁ ଦେଖି ସଚେତନ ହୋଇପାରିବେ | ଘଞ୍ଚଶାଳ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଥିବା ମୃଗବିହାର ର ପାଣିପାଗ ଓ ପରିବେଶ କିଛି ଅଲଗା ବୋଲି ମତପ୍ରକାଶ କରିଛନ୍ତି ପର୍ଯ୍ୟଟକ ମାନେ | ପଶୁ ପକ୍ଷୀଙ୍କ ସହ ପରିବାର ଓ ସାଙ୍ଗସାଥୀ ମାନେ ସେଲ୍ଫି କିମ୍ବା ଫୋଟ ଉଠାଇ ବେଶ ମଜା ଉଠାଇ ଥାନ୍ତି | ସେମାନଙ୍କୁ ଚକର, କୁଣ୍ଡା ,ମାଣ୍ଡିଆ , ମକା ଇତ୍ୟାଦିର ପ୍ରସ୍ତୁତ ଶୁଖିଲା ଖାଦ୍ୟ ମାଧ୍ୟ ଦିଆଯାଉଛି | ପ୍ରତେକ ହରିଣ ପିଛା 1200 ଗ୍ରାମ , ପ୍ରତେକ ବାରାହା ପିଛା 3000 ଗ୍ରାମ , ଚଉସିଂଘା ପିଛା 1000 ଗ୍ରାମ , କୁଟ୍ରା ପିଛା 2000 ଗ୍ରାମ , ସାଳିୟାପତନି କୁ 800 ଗ୍ରାମ ଏବଂ ମାୟୁର କୁ 500 ଗ୍ରାମର ଶୁଖିଲା ଖାଦ୍ୟ ସତ୍ୱେ ଘାସ, ଡାଳ ସବୁ ଦିଆଯାଉଛି | ଜୀବଜନ୍ତୁ ଙ୍କୁ ଦେଖରଖ୍ କରିବାପାଇଁ ବନବିଭାଗ ତରଫରୁ ଛଅ ଜଣ କେର୍ ଟେକେର୍ , ଗୋଟିଏ ଗାର୍ଡ ଏବଂ ଗୋଟିଏ ଫୋରେଷ୍ଟେରକୁ ନିୟୋଜିତ କରାଯାଇଛି | ପ୍ରେତେକ ଦିନ 350 ରୁ ଉର୍ଦ୍ଧ ପର୍ଯ୍ୟଟକ ଏହି ମୃଗ ବିହାର କୁ ଆସନ୍ତି | ବର୍ତ୍ତମାନ ମୃଗ ବିହାର ପରିଦର୍ଶନ କରିବା ପାଇଁ ଜଣକ ପିଛା 10 ଟଙ୍କା ଟିକଟ ବ୍ୟବସ୍ଥା ରହିଥିବା ବେଳେ 5 ବର୍ଷ ରୁ କମ ଶିଶୁ କୁ ଟିକେଟ ଛାଡ଼ କରାଯାଇଛି |ମୃଗ ବିହାର ପକ୍ଷରୁ ନୀଳ ଗାଈ, ସମ୍ବର, ଭାଲୁ, ନୌକା ବିହାର ପାଇଁ ପ୍ରସ୍ତାବ କରାଯାଇଥିବା ଫୋରେଷ୍ଟର ତଡିତସ୍ୱାଇଁ ସୂଚନା ଦେଇଛନ୍ତି | ସରକାର ଏଦିଗରେ ଅଧିକ ଧ୍ୟାନ ଦେଇ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ କୁ ଆଣି ଏହି ଚିଡିଆଖାନା ରେ ରଖିଲେ ଜନ ସାଧାରଣ ଅଧିକ ମଜା ଉଠାଇବା ସହ ପଶୁପକ୍ଷୀ ଙ୍କ ବିଷୟରେ ଅଧିକ ଜାଣି ପାରିଥାନ୍ତେ ବୋଲି ପର୍ଯ୍ୟଟକ ମତ ପ୍ରକାଶ କରିଛନ୍ତି |

Related posts

ଅରୁଣ ବଞ୍ଚାଅ ଅଭିଯାନ ର ଶେଷ ସୋପାନ

Sunil Chandra Nayak

କାଭାଲିଆ ଶିକ୍ଷା ଫାଉଣ୍ଡେସନ୍ ର କର୍ମଶାଳା

Sunil Chandra Nayak

ବିଶିଷ୍ଟ ସମାଜସେବୀ ସାଉଲ ସେନାପତି ଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!