ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା ବିରାଟ ପର୍ବ ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ରାଧାବଲ୍ଲଭ ନାଟ୍ୟ ସଂସଦ, ତେରେସିଂହା ପକ୍ଷରୁ ହେଉଥିବା ବିରାଟ ପର୍ବ ନାଟ୍ୟ ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି l ଚଳିତ ବର୍ଷ ଏହି ଅନୁଷ୍ଠାନ ତୃତୀୟ ସଂକଳ୍ପର ଏକାଦଶ ବର୍ଷ ପୁରଣ କରିଛି l ସପ୍ତାହ ବ୍ୟାପୀ ହେଉଥିବା ବିରାଟ ପର୍ବ ନାଟକରେ ଗୁପ୍ତ ବନବାସ, ମଲ୍ଲ ଯୁଦ୍ଧ, ବ୍ୟାଘ୍ର ଯୁଦ୍ଧ, ଚନ୍ଦନ ଯାତ୍ରା, କିଚକ ବଧ, ଗୋଧନ ହରଣ, ଅର୍ଜୁନଙ୍କ ଦଶନାମ, ପଞ୍ଚପାଣ୍ଡବଙ୍କ ଅଭିଷେକ, ଅଭିମନ୍ୟୁ ବିବାହ ନାଟକ ମଞ୍ଚସ୍ଥ ହୋଇଥିଲା l ମଞ୍ଚସ୍ଥ ନାଟକରେ ବିରାଟ ଭୂମିକାରେ ଦୁର୍ବାସା ରଣା, ରାଣୀ- କ୍ଷୀର ସାଗର ରଣା, ଯୁଧିଷ୍ଠିର- କୁରୁକ୍ଷେତ୍ର ରଣା, ଦ୍ରୌପଦୀ- ସନ୍ତୋଷ ରଣା, ଭୀମ- ରତିକାନ୍ତ ରଣା, ଅର୍ଜୁନ- ସୁଶାନ୍ତ ରଣା, ନକୁଳ- ବସୁ ରଣା(ଗୁଣନିଧି), ସହଦେବ- ସୁରଥ ରଣା, ଦୂତ- ଭରତ ରଣା, ମଲ୍ଲ- ମିନିକେତନ ରଣା, ମାଣିଆ- ନେହେରୁ ରଣା, ମଡ଼ାଖାଇ- ଜଗବନ୍ଧୁ ରଣା, କିଚକ- ଇନ୍ଦ୍ରମଣି ରଣା, କରୁଣା/ଶବର- ନିଲାନ୍ଦ୍ରି ରଣା, ନାବିକ- ଯାଦୁ ରଣା, ଋଷି ରଣା ପ୍ରମୁଖ କଳାକାର ଅଭିନୟ କରିଥିଲେ l ଏଥିରେ ପୁରାଣ ପଣ୍ଡା ଭାବେ ନିର୍ମଳ ରଣା ରହିଥିବା ବେଳେ ବାଦ୍ୟ ବିଭାଗରେ କୃଷ୍ଣଚନ୍ଦ୍ର ରଣା, ସମ୍ବାରୁ ରଣା, ଟଙ୍କଧର ରଣା, ପୁରନ୍ଦର ରଣା, ଜଗା ରଣା ପ୍ରମୁଖ ସହଯୋଗ କରିଥିଲେ l ଲାଇଟ୍ ଓ ସାଉଣ୍ଡ ବିଭାଗରେ ସରୋଜ ରଣା, କଳକାହ୍ନୁ ରଣା ରହିଥିବା ବେଳେ ଅର୍ଣ୍ଣପ୍ରସାଦ ପ୍ରସ୍ତୁତିରେ ଅରୁଣ ରଣା, ରଙ୍ଗାଧର ରଣା, ବୁଦ୍ଧବନ୍ତ ରଣା, ମଗଶିର ରଣା ସହଯୋଗ କରିଥିଲେ l ପୂଜକ ଦାୟିତ୍ବରେ ଡୋଳାମଣି ପଣ୍ଡିଆ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ l ଡଅନୁଷ୍ଠାନର ସଭାପତି ଡମ୍ବରୁଧର ରଣା ଓ ସମ୍ପାଦକ କୃଷ୍ଣଚନ୍ଦ୍ର ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ନାଟକର ଉଦଯାପନୀ ଉତ୍ସବରେ ତ୍ରିନାଥ ରଣା, ଭୁବନେ ରଣା, ହରିହର ରଣା, ମକରନ୍ଦ ରଣା, ଜଗନ୍ନାଥ ରଣା, ବିଶି ରଣା, କୁଳମଣି ରଣା, ହେମସାଗର ରଣା, ପ୍ରମୋଦ ରଣା, ଗୌଡେଶ୍ୱର ରଣା, ନମିତ ରଣା, ରୁଦ୍ରାକ୍ଷ ରଣା, ବିରଞ୍ଚି ରଣା, ଟିକେରାମ ରଣା, ତ୍ରିଲୋଚନ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ମଙ୍ଗଳ ଦାୟକ ପ୍ରଭୁ ଗଜାନନ

Sunil Chandra Nayak

ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କ ଦ୍ଵାରା ମେଗା ସଫେଇ ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା ଜନନୀ

Leave a Comment

error: Content is protected !!