ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏ ଆଇ ସି ଅଫ୍ ଇଣ୍ଡିଆ ର ଚାଷୀ ମାରଣ ନୀତି ବିରୁଦ୍ଧରେ ଯୁବ କଂଗ୍ରେସ ର ପ୍ରେସ ମିଟ

ଗୋଳାମୁଣ୍ଡା/ ୧୦/୦୫ (ମସିହା) କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଠାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ତଥା ଗୋଳାମୁଣ୍ଡା ବ୍ଲକ କିଷାନ ସଙ୍ଘ ସଭାପତି ଶ୍ରୀ ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରେସମିଟ କରାଯାଇଥିଲା । ଉକ୍ତ ବୈଠକରେ ଡାକେଶ୍ୱର ଲହଜଳ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ସୁରତ ତାଣ୍ଡି ଗୋଳାମୁଣ୍ଡା ବ୍ଲକ ଯୁବ କଂଗ୍ରେସ ସଭାପତି, ଗୋଲୁ ନାଏକ ଧର୍ମଗଡ଼ ଏନଏସି ଯୁବ କଂଗ୍ରେସ ସଭାପତି, ଅନୀଲ ମଲ୍ଲିକ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଉପସ୍ଥିତ ରହି ବିଭିନ୍ନ ଦାବି ନେଇ ଉପସ୍ଥାପନ କରିଥିଲେ । ଗତ ଦୁଇବର୍ଷ ତଳେ କୋଭିଡରେ ବିଶ୍ୱ ସ୍ୱାସ୍ଥ୍ୟ ସଂଘଠନ ମୁତାବକ ଭାରତ ବର୍ଷରେ ୪୭ ଲକ୍ଷ୍ୟରୁ ଉର୍ଦ୍ଧ ପ୍ରାଣ ହରାଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ୪ଲକ୍ଷ୍ୟ ୮୦ ହଜାର ଲୋକ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଇଛନ୍ତି । ଏ ନେଇ କଂଗ୍ରେସ ତରଫରୁ ନିନ୍ଦା କରାଯାଇଛି । ସରକାର ସର୍ବଦଳୀୟଏକ କମିଟି ଗଠନ କରି କୋଭିଡରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରେସମିଟ ଜରିଆରେ ଦାବି କରିଥିଲେ । କୋବିଡ଼ରେ ମୃତ୍ୟୁ ହୋଇଥିବା ପରିବାରକୁ ସରକାରୀ ସ୍ତରରେ ୪ଲକ୍ଷ୍ୟ ଟଙ୍କା ଦେବା ପାଇଁ କଂଗ୍ରେସ ପକ୍ଷରୁ ଦାବି  ହୋଇଛି । ଜୁଲାଇ ୨୦୨୧ ବର୍ଷରେ ଖରିଫ ଫସଲର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବା ପାଇଁ ସିଏସସିରେ ଅନଲାଇନ ମାଧ୍ୟମରେ ପ୍ରିମିୟମ ବାବଦକୁ ହେକ୍ଟର ପିଛା ୧୩୪୦ / -ଟଙ୍କା ପ୍ରଧାନମନ୍ତ୍ରୀ ଫସଲ ବୀମାରେ ପଇଠ କରିଥିଲେ । ପ୍ରାକୃତିକ ବିପର୍ଜୟରୁ କ୍ଷତି ଜନିତ ଫସଲର ଭରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଯୋଜନାରେ ଚାଷୀଙ୍କୁ ସାମିଲ କରିବାକୁ ପ୍ରୟାସ କରିଛନ୍ତି କିନ୍ତୁ ଦୁର୍ଭାଗ୍ୟ ଏ ଆଇ ସି ଅଫ୍ ଇଣ୍ଡିଆ ବୈମାତୃକ ମନୋଭାବ ରଖି ଗଣ୍ଡ,ହରିଜନ ,ମାଳୀ,ତେଲି,ଗଉଡ ଭଳି ଖାତାଦାରଙ୍କ ନାମରେ ରେକର୍ଡଭୁକ୍ତ ଅଛି କିନ୍ତୁ , ଆଧାର କାର୍ଡରେ ମାଝି,ମହାନନ୍ଦ,ଟୋଲଟିଆ,ନାଏକ ,ସାହୁ ,ବାଗ ପରି ଅନେକ ବର୍ଗ ଅଛି । ଏହି ସାମାନ୍ୟତମ ଭୁଲ ପାଇଁ ଚାଷୀଙ୍କର ବୀମାକୁ ଅନୁମୋଦନ ନ ଦେଇ ଖାରଜ କରି ଦେଇଛନ୍ତି । ଫଳରେ ହଜାର ହଜାର ଚାଷୀ ଏହି ଯୋଜନାରୁ ବାଦ ପଡି ହତାସ ହୋଇଛନ୍ତି । ଯାହା ଫଳରେ ଯୋଜନାରୁ ସାମିଲ ନ ହେଲେ କୌଣସି ସୁଫଳ ଗତ ଖରିଫ ଫସଲର ବୀମା ଲାଭ ପାଇପାରିବୁ ନାହିଁ । କଳାହାଣ୍ଡିର ହାରା ହାରି ୩୦ କୋଟି ଟଙ୍କା ପ୍ରିମିୟମ୍‌ ପଇଠ ହୋଇଛି । ଏ ଆଇ ସି ଅଫ୍ ଇଣ୍ଡିଆ ଚାଷୀଙ୍କୁ ସାମିଲ ନ କରି ଘୋର ଅନ୍ୟାୟ କରିଛି । ପିତୃ ଅର୍ଜିତ ସମ୍ପତିର ଜେଜେବାପା,ବାପାଙ୍କ ନାମରେ ରେକର୍ଡଭୁକ୍ତ ଥାଇ ତାଙ୍କର ଦେହାନ୍ତ ହୋଇ ଯାଇଛି କିନ୍ତୁ ନାତି ପୁଅ ଉତ୍ତରାଧିକାରୀ ଭାବେ ବୀମା ପଇଠ କରିଛନ୍ତି । ଏପରି କେସରେ ମଧ୍ୟ କୌଣସି ଚାଷୀଙ୍କୁ ସି ଏସ୍ ସି ମାଧ୍ୟମରେ ଅବଗତ ନ କରି ହଠାତ ତାରିଖ ୨୯ / ୦୪ / ୨୦୨୨ ଦିନ ଖାରଜ କରିଛି ଏ ଆଇ ସି ଅଫ୍ ଇଣ୍ଡିଆ | ଏଣୁ କଳାହାଣ୍ଡି ଚାଷୀଙ୍କ ହକ ଓ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ଯୋଗ୍ୟ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବା ସହ ଅନୁମତି ପ୍ରଦାନ କରିବା ପାଇଁ ସମାଧନ କରାଗଲେ ସମସ୍ତ ଚାଷୀ କୂଳ ଉପକୃତ ହେବେ । ନଚେତ୍ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ର ରୁପ ନେବ ଯାହା ପ୍ରଶାସନ ଦାୟୀ ରହିବେ ବୋଲି ଯୁବ କଂଗ୍ରେସ କଲାହାଣ୍ଡି ତରଫରୁ ସରକାରଙ୍କୁ ପ୍ରେସ୍ ମିଟ୍ ମାଧ୍ୟମରେ ସୂଚେଇ ଦେଇଛନ୍ତି  । ଚାଷିମାନଙ୍କ ହିତ ପାଇଁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ଅତି କମରେ ୬ ଟି ଶିତଲଭଣ୍ଡାର ବ୍ୟବସ୍ଥା କଲେ ପନିପରିବାର ଅଭାବି ବିକ୍ରୀର ସମାଧାନ ହେବା ସହ ଚାଷୀ କୂଳ ଉପକୃତ ହେବେ ବୋଲି ଯୁବ କଂଗ୍ରେସ ତରଫରୁ ଦାବିପ୍ରକାଶ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳିନଥିବା ଯୋଗୁଁ କଂଗ୍ରେସ ତରଫରୁ ପ୍ରେସ ମିଟ ମାଧ୍ୟମରେ ଦାବି ହୋଇଛି । ସରକାର ଶିଶୁ ଏବଂ ପ୍ରସୂତି ମାଁ ମାନଙ୍କୁ ସୁଷମ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟରେ ଉତ୍ତମ ମାନର ଛତୁଆ ବଣ୍ଟନ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହୋଇଆସୁଅଛି । କିନ୍ତୁ ପରିତାପର ବିଷୟ ଏହି କି ଯେ ଗୋଲାମୁଣ୍ଡା ବ୍ଲକର ୭ ଗୋଟି ସେକ୍ଟରରେ ଛତୁଆ ଯୋଗାଇ ଆସୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକ ଅତି ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବଣ୍ଟନ କରୁଛନ୍ତି । ଯାହାଫଳରେ ଗୋଲାମୁଣ୍ଡା ବ୍ଲକର ୬୭ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ଏହା ନିଜେ ଦାୟିତ୍ବ ତୁଳାଉଥିବା ବିଭାଗ ସମନ୍ନୀତ ଶିଶୁ ବିକାଶ ବିଭାଗ ଗୋଲାମୁଣ୍ଡାର ମାସିକ ରିପୋର୍ଟରେ ଉଲ୍ଲେଖ କରାଯାଇଅଛି । ଏହାର ମୁଖ୍ୟ କାରଣ ଯୋଗାଣକାରୀ ସଂସ୍ଥା ଓ ଅଧିକାରୀ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ସମ୍ଭବ ହୋଇଛି । ବିଗତ ଦିନରେ ରାଜ୍ୟସ୍ତରୀୟ ଖାଦ୍ୟ ପରିକ୍ଷାଗାର ଭୂବନେଶ୍ୱର ଠାରୁ ଛତୁଆ ନିମ୍ନମାନର ବୋଲି ରିପୋର୍ଟ ଆସିଥିବା ସଂସ୍ଥାକୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏହା ମୁଖ୍ୟ କାରଣ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ ବ୍ୟବସାୟୀ ଗୋଷ୍ଠୀମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ରହିତାଦେଶ ଆଣି ବର୍ତ୍ତମାନ ପର୍ଯ୍ୟନ୍ତ ସୁରୁଖୁରୁରେ ନିମ୍ନମାନର ଛତୁଆ ବଣ୍ଟନ କରୁଛନ୍ତି । ଆଜି ଯେଉଁ ୬୭ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି ,ଯେଉଁ ଅଧିକାରୀ ଏବଂ ଛତୁଆ ଯୋଗାଣକାରୀ ସଂସ୍ଥା ମାନଙ୍କ ଦ୍ଵାରା ଯେଉଁ ଶିଶୁମାନେ ଅପପୃଷ୍ଟିର ଶିକାର ହୋଇଛନ୍ତି ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ତୁରନ୍ତ ଶିଶୁମାନଙ୍କ ପରିବାରକୁ ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରାଯାଉ । ସୂଚନା ଯୋଗ୍ୟ ଯେ ଉପରୋକ୍ତ ଦାବି ଗୁଡିକ ଆଗାମୀ ୧୫ ଦିନ ମଧ୍ୟରେ ଗ୍ରହଣ କରଯାଇ ଦୋଷି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାନଯାଏ ତାହେଲେ ଆସନ୍ତ ତା.୨୩.୦୫.୨୦୨୨ ରୁ ଅନିଦ୍ଧିଷ୍ଟ କାଳ ପାଇଁ ଗୋଲାମୁଣ୍ଡା ବ୍ଲକ ସମନ୍ନୀତ ଶିଶୁ ବିକାଶ ସମ୍ମୁଖରେ ଆମରଣ ଅନସନରେ ବସିବା ପାଇଁ ବାଧ୍ୟ ହେବୁ ବୋଲି ଯୁବ କଂଗ୍ରେସ ତରଫରୁ ଦାବି କରାଯାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଶ୍ରାବଣ ମାସର ସୋମବାର ରେ ଆଖଣ୍ଡଳମଣିଙ୍କର ବିଶେଷ ପୂଜା

Sunil Chandra Nayak

ନୟନ ଖୁରା କୁ ପ୍ରଶାସନ କହିଲା ଚିକିତ୍ସା ପାଇଁ ସବୁ ସୁବିଧା କରିବ :   କିନ୍ତୁ ସେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟସ୍ଥ ଧର୍ମଶାଳା ଗଛତଳେ

Sunil Chandra Nayak

ଦୁର୍ଗମ ଫୁଲଡୁମେର ଗାଁର ଆସନ୍ନ ପ୍ରସବା ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort