ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା ମନ୍ଦାର

 ମନ୍ଦାର

କେତେ ଭାଗ୍ୟବାନ ମନ୍ଦାରଫୁଲତୁ

        ଆମ ଟିକି ଉପବନେ

ପବନ ଦୋଳିରେ ହେଉଦୋଳାୟିତ    

        ଆହାକି ଆନନ୍ଦ ମନେ |1|

 

ତୋତେଦିଖିମନ ନାଚିଉଠେ ମୋର

       ସ୍ବର୍ଗୀୟ ଆନନ୍ଦେ ଆଜି

କେତେ ସୁନ୍ଦରତୁ ଜଗତ ମଧ୍ୟରେ

        ନାଲିଧଳା ରଙ୍ଗେସାଜି |2|

 

କାହିଁନାଲି କାହିଁ ଧବଳରଙ୍ଗରେ

       ଟିକି ପାଖୁଡ଼ାରେଖେଳୁ

ଜଗତରେ ତୁହି ଅପୂର୍ବ ସୁନ୍ଦର

        ପ୍ରଭୁଙ୍କ ସର୍ଜନା ବେଳୁ |¡3|

 

କିସୁନ୍ଦର ଆହା ମନ୍ଦରରେ ତୁହି

      ହରିନେଉ ଜନମନ

ଯେତେଦେବଦେବୀ ମନ୍ଦିରେ ପୂଜିତା

       କରୁଗଳା ବିମଣ୍ଡନ |4|

 

ଯେଉଁଠାରେଫୁଟୁତହିଁକେତେକେତେ

       ମଧୁକର ଅଳିଆଳି

ସୁମଧୁର ସ୍ୱରେ ଗୁଞ୍ଜରନ୍ତି ନିତି

       ଡେଣାରେପକାନ୍ତି ତାଳି |5|

 

ଜଗତର ତୁହି ଅତିପ୍ରିୟ ଅଟୁ

    ରୂପେବାସେ ମଧୁଗନ୍ଧେ

 ତୋତେଦେଖିଜନେ ସଦାଉଲ୍ଲସିତ

     ନାଚନ୍ତି ଚପଳ ଛନ୍ଦେ |6|

 

ତୋ’ପରାଗରେଣୁ ଆଶେ ଦଳଦଳ

        ଛୋଟଛୋଟ ପକ୍ଷୀମାନେ

ନିତି ବିହରନ୍ତି ମନ୍ଦାର ଉଦ୍ୟାନେ

        ପ୍ରେମଲାଗି ସ୍ୱାଭିମାନେ |7|

 

ମନ୍ଦାରଲୋ ତୁହି ଜନମିଲା ଦିନୁ

      ଫୁଟୁଅଛୁ ବାରମାସ

ଶୂନ୍ୟନୁହଁ କେବେ ପାରିଜାତ ବନେ 

      ନିତିହେଉ ପରକାଶ |8|

 

ଜଗତରେଯହିଁ ଦେବୀଙ୍କ ମନ୍ଦିର

       ଶକ୍ତି ପୀଠ ଅଛିଯହିଁ

ତହିଁ ପୂଜାପାଉ ଦେବୀଙ୍କ ଗଳାରେ

    ଶକ୍ତି ରୂପେ ରହିତହିଁ |9|

 

ଘଟଗାଁ ବାସିନୀ ତାରିଣୀଗଳାରେ

        ପ୍ରତିଦିନ ପୂଜାପାଉ

ତୋତେଛାଡିଦେଲେଅପୂଜା ଜନନୀ

       ତେଣୁ ବଢେତୋର ଭାଉ |10|

 

ତେଣୁତାରିଣୀ ମା ବୋଲାଏ ମାନବେ

        ମନ୍ଦାର ମାଳିନି ବୋଲି

ତୋହଫୁଲମାଳେ ସୁନ୍ଦର ଦିଶନ୍ତି

       ତାରନ୍ତି ଅନ୍ତର ଖୋଲି |11|

 

ନାଲି ସିନ୍ଦୁରରେ ନାଲିମନ୍ଦାରରେ

       ଅପରୂପା ତାରିଣୀ ମା

ମନ୍ଦାରେ ଶୋଭିତା ନରପ୍ରାଣ ତ୍ରାତା

       ନମଃନମଃ ତାରିଣୀ ମା |12|

 

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର, କେନ୍ଦୁଝର

 

Related posts

ଚୋରି ସାମଗ୍ରୀ ଉଦ୍ଧାର ଜଣେ କୋର୍ଟ ଚାଲାଣ

Sunil Chandra Nayak

ଡାକ୍ତରଖାନା କିରାଣୀ ଦୀର୍ଘ ଦିନ ହେବ ଗାଏବ ହଇରାଣ ରେ କର୍ମଚାରୀ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ଵଭାବ ଓ ବଚନ

Sunil Chandra Nayak

Leave a Comment

error: Content is protected !!