ମନ୍ଦାର
କେତେ ଭାଗ୍ୟବାନ ମନ୍ଦାରଫୁଲତୁ
ଆମ ଟିକି ଉପବନେ
ପବନ ଦୋଳିରେ ହେଉଦୋଳାୟିତ
ଆହାକି ଆନନ୍ଦ ମନେ |1|
ତୋତେଦିଖିମନ ନାଚିଉଠେ ମୋର
ସ୍ବର୍ଗୀୟ ଆନନ୍ଦେ ଆଜି
କେତେ ସୁନ୍ଦରତୁ ଜଗତ ମଧ୍ୟରେ
ନାଲିଧଳା ରଙ୍ଗେସାଜି |2|
କାହିଁନାଲି କାହିଁ ଧବଳରଙ୍ଗରେ
ଟିକି ପାଖୁଡ଼ାରେଖେଳୁ
ଜଗତରେ ତୁହି ଅପୂର୍ବ ସୁନ୍ଦର
ପ୍ରଭୁଙ୍କ ସର୍ଜନା ବେଳୁ |¡3|
କିସୁନ୍ଦର ଆହା ମନ୍ଦରରେ ତୁହି
ହରିନେଉ ଜନମନ
ଯେତେଦେବଦେବୀ ମନ୍ଦିରେ ପୂଜିତା
କରୁଗଳା ବିମଣ୍ଡନ |4|
ଯେଉଁଠାରେଫୁଟୁତହିଁକେତେକେତେ
ମଧୁକର ଅଳିଆଳି
ସୁମଧୁର ସ୍ୱରେ ଗୁଞ୍ଜରନ୍ତି ନିତି
ଡେଣାରେପକାନ୍ତି ତାଳି |5|
ଜଗତର ତୁହି ଅତିପ୍ରିୟ ଅଟୁ
ରୂପେବାସେ ମଧୁଗନ୍ଧେ
ତୋତେଦେଖିଜନେ ସଦାଉଲ୍ଲସିତ
ନାଚନ୍ତି ଚପଳ ଛନ୍ଦେ |6|
ତୋ’ପରାଗରେଣୁ ଆଶେ ଦଳଦଳ
ଛୋଟଛୋଟ ପକ୍ଷୀମାନେ
ନିତି ବିହରନ୍ତି ମନ୍ଦାର ଉଦ୍ୟାନେ
ପ୍ରେମଲାଗି ସ୍ୱାଭିମାନେ |7|
ମନ୍ଦାରଲୋ ତୁହି ଜନମିଲା ଦିନୁ
ଫୁଟୁଅଛୁ ବାରମାସ
ଶୂନ୍ୟନୁହଁ କେବେ ପାରିଜାତ ବନେ
ନିତିହେଉ ପରକାଶ |8|
ଜଗତରେଯହିଁ ଦେବୀଙ୍କ ମନ୍ଦିର
ଶକ୍ତି ପୀଠ ଅଛିଯହିଁ
ତହିଁ ପୂଜାପାଉ ଦେବୀଙ୍କ ଗଳାରେ
ଶକ୍ତି ରୂପେ ରହିତହିଁ |9|
ଘଟଗାଁ ବାସିନୀ ତାରିଣୀଗଳାରେ
ପ୍ରତିଦିନ ପୂଜାପାଉ
ତୋତେଛାଡିଦେଲେଅପୂଜା ଜନନୀ
ତେଣୁ ବଢେତୋର ଭାଉ |10|
ତେଣୁତାରିଣୀ ମା ବୋଲାଏ ମାନବେ
ମନ୍ଦାର ମାଳିନି ବୋଲି
ତୋହଫୁଲମାଳେ ସୁନ୍ଦର ଦିଶନ୍ତି
ତାରନ୍ତି ଅନ୍ତର ଖୋଲି |11|
ନାଲି ସିନ୍ଦୁରରେ ନାଲିମନ୍ଦାରରେ
ଅପରୂପା ତାରିଣୀ ମା
ମନ୍ଦାରେ ଶୋଭିତା ନରପ୍ରାଣ ତ୍ରାତା
ନମଃନମଃ ତାରିଣୀ ମା |12|
ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା
ହରି ଚନ୍ଦନ ପୁର, କେନ୍ଦୁଝର