ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଙ୍କ ଦ୍ଵାରା ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

ଧର୍ମଗଡ ସରକାରୀ ଚିକିତ୍ସାଲୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସଦାନନ୍ଦ ପାଣଗ୍ରାହୀ ସମେତ ୧୦ ଜଣ ସମ୍ବର୍ଦ୍ଧିତ

ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଙ୍କ ଆନୁକୁଲ୍ୟ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମ୍ମନୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ,ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ ମିନତୀ ବେହେରା,ସଭ୍ୟ ସ୍ନେହାଞ୍ଜଳି ମହାନ୍ତି , ଅନ୍ୟତମ ସଭ୍ୟ ସ୍ୱର୍ଣଲତା ସାମଲ, ଭବାନୀପାଟଣା ନଗରପାଳ ଶ୍ରୀମତୀ ସଂଯୁକ୍ତା ବେହେରା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ ଦୁରିଆ,ପରାମର୍ଶଦାତା ଡ ଏନ୍ ଟୁନା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ ଜଣଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଆଶା କର୍ମୀ ସ୍ଵପ୍ନା ଶବର,ଭବାନୀପାଟଣା ଥାନା ଅଧିକାରୀ ଶ୍ରୀ ପ୍ରଦୀପ ଦୁରିଆ, କୋକସରା ସରପଞ୍ଚ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ,ସମାଜ ସେବୀ ଶ୍ରୀ ଯଶୋବନ୍ତ ରଣା,ଆଇନଜୀବୀ ଶ୍ରୀମତୀ ଦୀପ୍ତି ରାଣୀ ପଟ୍ଟନାୟକ,ବାଲ୍ୟ ବିବାହ ନିରୋଧ ଅଧିକାରୀ ଶ୍ରୀମତୀ ଦୀପ୍ତି ମାର୍ଗାରେଟ ଖଣ୍ଡପାଣି ,ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଅହଲ୍ୟା ସାହୁ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାର୍ଥ ସାରଥି, ୱାନ୍ ଷ୍ଟପ୍ କେନ୍ଦ୍ରର ବନିତା ଦାସ ଏବଂ ପରିବାର ନିୟୋଜନ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପରିବାର ନିୟୋଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଡାକ୍ତରଖାନାରେ ଅବସ୍ଥାପିତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ସାଂମ୍ମାନ ରେ ସଂମ୍ମାନୀତ କରାଯାଇଛି। ପୁନଶ୍ଚ ୨୦୨୧-୨୨ ବର୍ଷରେ ୩୦ ହଜାର ୧୦୫ ଜଣ ମହିଳାଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସଂମ୍ମାନୀତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ନିଜର ୨୬ ବର୍ଷ ଚାକିରୀ କାଳ ମଧ୍ୟରେ ୩୦ ହଜାରରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ଏକ ଇତିହାସ ସୃଷ୍ଟି କରି ଥିବାରୁ ପୂର୍ବରୁ ତାଙ୍କ ନାମ “ଇଣ୍ଡିଆ ବୁକ ଅଫ ରେକର୍ଡସ୍” ରେ ଦର୍ଜ ହୋଇଛି।ଏହି ସେବା କାର୍ଯ୍ୟରେ ସଫଳତା ପାଇଁ ସେ ଥରେ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ରାଜ୍ୟ ସ୍ତରରେ ସାତଥର ଓ ଜିଲ୍ଲା ସ୍ତରରେ ପାଞ୍ଚଥର ସମ୍ବର୍ଦ୍ଧିତ ହୋଇଛନ୍ତି।ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।ଡାକ୍ତର ପାଣିଗ୍ରାହୀଙ୍କୁ ନିକଟରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନେସେନାଲ ଫ୍ରେଣ୍ଡସିପ ସୋସାଇଟି ପକ୍ଷରୁ ଭାରତ ଜ୍ୟୋତି ସଂମ୍ମାନ ପ୍ରଦାନ କରାଯାଇଥିଲା। ସଭାଟିକୁ ଡି ଏସ୍ ଡବ୍ଲୁ ଓ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାତ୍ର ସଞ୍ଚାଳନ କରିଥିଲେ ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ଆଇ ପି ଆର୍ ଓ ମନୋଜ ବେହେରା, ଏ ଡି ଏସ୍ ଡବ୍ଲୁ ଓ ଶ୍ରୀ ଅଶୋକ ମୁଣ୍ଡ,ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି,ସରପଞ୍ଚ,ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ,ସମାଜ ସେବୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ,ନାରୀ ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡି ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ

Related posts

କବିତା ସାହୁ ଙ୍କ ପ୍ରବନ୍ଧ ପ୍ରଥମ ଓଡ଼ିଆ

Sunil Chandra Nayak

ଅପହରଣ କରି ଛାଡି ଦେଇଥିବା ଚାରି ବର୍ଷର ଝିଅ ଏବେ ଚର୍ଚ୍ଚାରେ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପଲ୍ଲୀ ସୀମନ୍ତିନି

Leave a Comment

error: Content is protected !!