ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ସହର ବର୍ଷା ଜାଲରେ ଉବୁଟୁବୁ

  ଭବାନୀପାଟଣା ତା 9.8 2022 ଲଘୁଚାପ ଜନିତ ଲଗାଣ ବର୍ଷାରେ ସହରର ତଳି ଅଂଚଳରେ ପାଣି ପଶିବା ଫଳରେ ଲୋକଙ୍କ ଘରେ ପାଣି ପଶିବା ସହ ଅନେକଙ୍କ ଘର ଆଂଶିକ ଭାବେ ଭୁଶୁଡିବାସହ କିଛି ପରିବାରର ଘର ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଅଛି l  ସେହିପରି ସହରର 19 ନମ୍ବର ୱାର୍ଡ ମଦନ ମୋହନପଡା ଓ ଦର୍ପଣସାଗର ପଡ଼ାର 50ରୁ ଉର୍ଦ୍ଧ ଲୋଳଙ୍କ ଘରେ ବର୍ଷାପାଣି ପଶିଯିବା ଫଳରେ ନlହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପଡ଼ାର ଗରିବ ମହିଳା ନିରାଶା ଗହୀର ଓ ସରିତା ପୋଢ଼ ଙ୍କ ଘର ସମ୍ପୂର୍ଣ ଭାଙ୍ଗିଯାଇଛି l ପୌରପାଳିକା ଦ୍ୱାରା ସହର ର ଡ୍ରେନ ଠିକ ଭାବରେ ନିର୍ମାଣ ନକରିବା ସାଙ୍ଗକୁ ନାଳ ନରର୍ଦମା ନିୟମିତ ସଫା ନକରିବା. ଯୋଜନା ମୁତାବକ ବେଳଥାଉଣୁ ଡ୍ରେନ ନିର୍ମାଣ ନକରିବା ଯୋଗୁଁ ସାମାନ୍ୟ ବର୍ଷା ରେ ସହର ଜଳମଗ୍ନ ହୋଇଯାଉଛି l ପୌରପାଳିକା ଦ୍ୱାରା ତୁରନ୍ତ ପଦକ୍ଷେପ ନେବାସହ କ୍ଷତିଗ୍ରସ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ l

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର

Sunil Chandra Nayak

ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ଦାବି ତେଜିଲା, ଜମି ଅଛି, ଜାଗା ଅଛି : ସରକାର ବୁଲାଇନେଲେ ମୁହଁ

Sunil Chandra Nayak

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!