ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛରେ ଚଢ଼ିଥିଲା ଭାଲୁ,12 ଘଣ୍ଟା ଜଗିଥିଲା ବନବିଭାଗ 

ଦୀର୍ଘ ୧୨ଘଣ୍ଟା କାଳ ଗଛରେ ରହି ଥୀଲା ଭାଲୁ

ନବରଙ୍ଗପୁର -: ଗଛରେ ଉପରେ ଭାଲୁ,12 ଘଣ୍ଟା ଜଗିଥିଲା ବନବିଭାଗ ! ରତିଗୁଡ଼ା ଗାଁ ରେ ଭାଲୁ ଆତଙ୍କ , ଜଙ୍ଗଲ ରୁ ଗାଁ ମୁହା ହୋଇ ଆମ୍ବ ଗଛ ଉପରେ ରହିଗଲା ଭାଲୁ , ଭାଲୁ କୁ ଘଉଡାଇବା ପାଇଁ ନାକେଦମ୍ ହେଲେ ବନ କର୍ମଚାରୀ !

ଦୀର୍ଘ ୧୨ଘଣ୍ଟା କାଳ ଗଛରେ ରହି ଥୀଲା ଭାଲୁ । ସୁରକ୍ଷା ଦେବାକୁ ଯାଇ ଗଛ ନିକଟରେ ଜଗିଥିଲା ବନବିଭାଗ। ସନ୍ଧ୍ୟା ୭ଟା ବେଳେ ଗଛ ରୁ ଓହ୍ଲାଇ ଜଙ୍ଗଲ ଆଡକୁ ଚାଲିଯାଇଥିଲା । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତ ରତିଗୁଡ଼ା ଗ୍ରାମର ଗୋଟିଏ ଆମ୍ବ ଗଛ ଉପରେ ଚଢ଼ିଯାଇଥିଲା ଭାଲୁ। ପ୍ରକାଶ ଥାଉ କି ଧିରେ ଧୀରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଖାଦ୍ୟ ଅନ୍ୱେଷଣ ରେ ଗାଁ ମୁହା ହେଉଛନ୍ତି ଭାଲୁ। ଗତକାଲି ସକାଳ ୭ ଟା ସମୟ ରେ ରତିଗୁଡା ଗ୍ରାମ କୁ ଭାଲୁ ଆସିଥିବା ଦେଖି ଗାଆଁ ଲୋକ ଭାଲୁ କୁ ଗୋଡାଇ ଥିଲେ। ଭାଲୁ ଟି ଏତେ ଲୋକଙ୍କୁ ଦେଖି ଭୟଭୀତ ହୋଇ ନିକଟସ୍ଥ ଆମ୍ବ ଗଛ ରେ ଚଢ଼ି ଯାଇଥିଲା । ଖବର ପାଇ ମଇଦଲପୁର ଓ ଜଟାବାଲ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କୁ ସୁରକ୍ଷା ଦେବାକୁ ଜଗିବସିଥିଲେ ! ଦୀର୍ଘ ୧୨ଘଣ୍ଟା କାଳ ଗଛରେ ଚଢ଼ିଥିଲା ଭାଲୁ । କିଛି ସମୟ ପରେ ଭାଲୁ ସେଇ ସ୍ଥାନ ରୁ ଚାଲି ଯାଇଥିବା ଜଣା ପଡିଛି !

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ରାଇଘର ଠାରେ ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ ଓ ଦେଶାତ୍ମବୋଧ କବିତା ଆସର ଅନୁଷ୍ଠିତ

Sunil Chandra Nayak

ମାଓବାଦୀ ଗୁଳିରେ ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଜିବନି, ଶେଷ ପର୍ଯ୍ୟନ୍ତ ଲଢେଇ ହେବ- ଆଇଜି ଅପରେସନ ଅମିତାଭ ଠାକୁର

Sunil Chandra Nayak

ନର୍ଲା ବ୍ଲକ୍ ର ଚାରୋଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!