ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ରାସ୍ତା ରେ ଆଣ୍ଠୁଏ କାଦୁଅ, ତଳି ରୋଇ ପ୍ରତିବାଦ କଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

କୋକସରା,୨୫/୭- ( ମ ନି ସ  ) ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତ ରେ ଅଭିଯୋଗ କଲେ । ହେଲେ କେହି କର୍ଣ୍ଣପାତ କଲେନାହିଁ । ସୋମବାର ରାସ୍ତା କାଦୁଅରେ ତଳି ରୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବଙ୍ଗୋମୁଣ୍ଡା ଗୌନ୍ତିଆ ପଡା ଗ୍ରାମବାସୀ। କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁ ଗୌନ୍ତିଆ ପଡା ରାସ୍ତା ଅଳ୍ପ ବର୍ଷା ରେ କାଦୁଅ ହେଉଥିବା କାରଣରୁ ଗ୍ରାମବାସୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନେକ ଥର ପୂର୍ବରୁ ଥିବା ପଞ୍ଚାୟତ ସରପଞ୍ଚ ଓ ଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଗାଁ ରାସ୍ତା ରେ ମହିଳା ଗୋଷ୍ଠୀର ଲୀଲା ବେହେରା, ନିଲେଦ୍ରି ମାଝୀ, କୁମାରି ବଚ୍ଛା, ନେପୁର ମାଝୀ, କୁମାରି ଦଳପତି, ସମେତ ପଡାବାସୀ ତଳି ରୋଇ ପ୍ରତିବାଦ କରିଛନ୍ତି। ଆଜି ଗ୍ରାମର ମହିଳା ଓ ପୁରୁଷ ମାନେ ରାସ୍ତାର କାଦୁଅରେ ତଳି ରୋଇ ପ୍ରଶାସନ ନିକଟରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଏନେଇ ଗମ୍ଭାରୀଗୁଡା ପଞ୍ଚାୟତ ସରପଞ୍ଚ ଇଶରାମ ସୁନାନୀ ଙ୍କୁ ପଚାଚାରିବାରୁ ମୋତେ କେହି ଅଭିଯୋଗ କରିନାହାନ୍ତି, ଖବର ପାଇବା ପରେ ମୁଁ ନିଜେ ଯାଇ ଦେଖି ଆସିଛି ଓ ଗ୍ରାମବାସୀ ଙ୍କ ସହ କଥା ହୋଇଛି ମଙ୍ଗଳବାର ରାସ୍ତା ମରାମତି କରାଯିବ ବୋଳି କହିଛନ୍ତି।

Related posts

ମୋଟଙ୍ଗା ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଶୃଙ୍ଖଳିତ ଭାବରେ ସମାପନ ହେଲା ପଞ୍ଚାୟତ ନିର୍ବାଚନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!