ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ସହର ରେ ହେବ ବାଇ ପାସ ରୋଡ ! କ୍ରମବର୍ଦ୍ଧିଶୁ ଟ୍ରାଫିକ ସମସ୍ୟା ର ହେବ ସମାଧାନ

ଧର୍ମଗଡ:୨୫/୮/୨୨: ଧର୍ମଗଡ ସହର ରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ପରିମାଣ ରେ ଗାଡି ଚଳାଚଳ ମଧ୍ୟ ବଢ଼ିଛି । ଫଳ ରେ ସହର ର ମୂଖ୍ୟ ରାସ୍ତା ଟି ସବୁ ବେଳେ ବ୍ୟସ୍ଥ ବହୁଳ ରହିଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ପ୍ରତିହତ କରିବା ପାଇଁ ସହର ବାହାରେ ଏକ ବାଇପାସ୍ ରାସ୍ତା ନିର୍ମାଣପାଇଁ ଦୀର୍ଘ ଦିନ ହେଲା ଦାବୀ କରାଯାଉଛି । ଏବେ ଏହି ବାଇ ପାସ ରାସ୍ତା ନିର୍ମାଣ ହେବା ନେଇ ସୂଚନା ମିଳିବା ପରେ ସାଧାରଣ ରେ ଆଶ୍ଵସ୍ଥ ପ୍ରକାଶ ପାଇବା ସହ ଏହାକୁ ସ୍ବାଗତ କରା ଯାଇଛି ।  କଳାହାଣ୍ଡି ଜିଲ୍ଲା ର ଧର୍ମଗଡ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୩୦(ସି) ବଳଧିଆମାଲ ଛକ ରୁ ଛତିଶଗଡ଼ ରାଜଧାନୀ ରାୟପୁର କୁ ସଂଯୋଗ କରୁଛି । ଧର୍ମଗଡ ସହର ର ଏହା ଏକ ମାତ୍ର ମୂଖ୍ୟ ସଡ଼କ ହୋଇଥିବା ବେଳେ ରାସ୍ତା ର ଉଭୟ ପାର୍ଶ୍ୱ ରେ ଅନେକ ବ୍ୟବସାୟ ପ୍ରତିଷ୍ଠାନ, ୬ ଟି ସ୍କୁଲ, ଚିକିତ୍ସାଳୟ, କୋର୍ଟ-କଚେରୀ, ତହସିଲ କାର୍ଯ୍ୟଳୟ, ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ, ବ୍ଲକ କାର୍ଯ୍ୟଳୟ ଓ ୭ ଟି ବ୍ୟାଙ୍କ ରହିଛି । ଫଳ ରେ ଏହି ରାସ୍ତା ରେ ସବୁ ବେଳେ ଭିଡ଼ ପରିଲକ୍ଷିତ ହୋଇ ଥାଏ । ଏହାକୁ ଦୃଷ୍ଟି ରେ ରଖି ସହର ବାହାରେ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟ ରେ ଦାବୀ ହୋଇଛି । ତେବେ ଗତ ଲୋକ ସଭା ଅଧିବେଶନ ସମୟ ରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ରାଜ ପଥ ବାଇପାସ୍ ନିର୍ମାଣ ନେଇ ଏକ ଅଣ ତାରକା ପ୍ରଶ୍ନ ର ଉତ୍ତର ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜ ମାର୍ଗ ମନ୍ତ୍ରୀ ନୀତିନ ଜୟରାମ ଗଡକାରୀ ଙ୍କ ଉତ୍ତର Annexure-III ରେ କ୍ରମିକ ସଂଖ୍ୟା-୧୮ ରେ ଧର୍ମଗଡ ସହର ପାଈ ଏକ ବାଇ ପାସ ରାସ୍ତା ର ପ୍ରସ୍ତାବ ରହି ଥିବା ସୂଚନା ଦିଆ ଯାଇଛି । ୬ କିଲୋମିଟର ଦୀର୍ଘ ଏହି ବାଇ ପାସ ରାସ୍ତା ପାଈ ୬୦ କୋଟି ଟଙ୍କା ବଜେଟ ପ୍ରାବଧାନ ରହିଥିବା ଜଣା ଯାଇଛି । ଧର୍ମଗଡ ବାସୀ ଙ୍କ ବହୁଦିନ ର ଦାବୀ କୁ ସଂସଦ ରେ ଉପସ୍ଥାପନ କରି ଥିବାରୁ ସାଂସଦ ଶ୍ରୀ ପଣ୍ଡା ଙ୍କୁ ଏବଂ ଏହାକୁ ଅନୁମୋଦନ କରିଥିବାରୁ ମନ୍ତ୍ରୀ ଶ୍ରୀ ଗଡକରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟଯୋଷି, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ନଗର ସଭାପତି ହରେକୃଷ୍ଣ ପଣ୍ଡା, ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ଆବାହକ ଜଗବନ୍ଧୁ ମିଶ୍ର, ହିମାଂଶୁ ପଣ୍ଡା ଙ୍କ ସମେତ ଭାଜପା କାର୍ଯ୍ୟ କର୍ତ୍ତା ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ପିଇବା ପାଣି ପାଇଁ ଜଳଛତ୍ର ଖୋଳାଯାଉ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

Sunil Chandra Nayak

Leave a Comment

error: Content is protected !!