ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କ ଚୁଟି କାଟି ଗାଁଦାଣ୍ଡରେ ମାଡ ମାରିବା ଭିଡିଓ ଭାଇରାଲ, ପୀଡିତଙ୍କ ଭାଇଙ୍କ ଅଭିଯୋଗ କ୍ରମେ ୩ ଗିରଫ

ଡାବୁଗାଁ, ୨୫/୮ ମୋବାଇଲ ନେଇଯାଇଥିବାରୁ ମାଡ ମାରିଲେ, ଚୁଟି କାଟିଲେ, ବେକରେ ଜୋତା ଓହଳାଇଲେ | ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ନିର୍ଯ୍ୟ|ତନା ଦେଇଥିବା ଭିଡିଓ ଭାଇରାଲ ହୋଇଛି | ପୀଡିତଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି | ସେମାନେ ହେଲେ ବିଜାପୁର ଗ୍ରାମର ଜଳେଶ୍ଵର ଦାଶ (୨୬), ଅସ୍ତୁ ମାଝି (୨୮) ଓ ସଦା ପୂଜାରୀ (୨୫) ଗିରଫ କରାଯାଇଛି | ସୂଚନାଯୋଗ୍ୟ ୨୦ ତାରିଖ ଦିନ କୋଡିଗାଁ ଥାନା ଅଧୀନ ବାଲେଗାଁ ଗ୍ରାମର ଜଳେଶ୍ଵର ଦାଶ ମୋଟର ସାଇକେଲ ରେ ବିଜାପୁର ଗ୍ରାମକୁ ଫେରୁଥିଲା | ଫେରିବା ସମୟରେ ଆମ୍ବାଗୁଡା ଗ୍ରାମରେ ଥିବା କ୍ରସର ନିକଟରେ ଧନସରା ଗ୍ରାମର ହୀରାସିଂ ଗୌଡ ତାଙ୍କୁ ଲିପ୍ଟ ମାଗିଥିଲା ଓ ବିଜାପୁର ଛକରେ ଛାଡିଦେବା କହିଥିଲା | ଜଳେଶ୍ଵର ତାଙ୍କୁ ଗାଡିରେ ଆଣି ଆସୁଥିବା ବେଳେ ବିଜାପୁର ଗ୍ରାମରେ ଥିବା ତାଙ୍କ ସାଙ୍ଗ ଘରେ ରହିଥିଲେ | ସେହି ସାଙ୍ଗ ଘର ଭିତରେ ଥିବା ଏକ ଟେବୁଲ ଉପରେ ଜଳେଶ୍ଵର ତାଙ୍କ ମୋବାଇଲ ରଖୀ ଦେଇଥିଲେ | ସେହି ମୋବାଇଲକୁ ହୀରାସିଂ ସେଠାରୁ ଚୋରୀ କରିଥିଲେ | ପରେ ଜଳେଶ୍ଵର ହୀରାସିଂ ନେଇ ବିଜାପୁର ଛକରେ ଛାଡିଦେଇଥିଲେ | ସେଠାରୁ ଫେରିବା ପରେ ମୋବାଇଲ ଖୋଜି ଥିଲେ | ତାଙ୍କ ସାଙ୍ଗ ଘରକୁ ଆସି ମୋବାଇଲ ବିଷୟରେ ପଚାରି ଥିଲେ | ସେଠାରେ ଜାଣିବାକୁ ପାଇଲେ ସାଙ୍ଗରେ ଆସିଥିବା ସେହି ପିଲା ମୋବାଇଲ ନେଇଛି | ପରେ ହିରାସିଂଙ୍କ ପାଖକୁ ଯାଇ ପଚରାଉଚରା କରିଥିଲେ | ହୀରାସିଂ ଠାରୁ ମୋବାଇଲ ପାଇବା ପରେ ଜଳେଶ୍ଵର, ଅସ୍ତୁ ଓ ସଦା ମିଶି ତାକୁ ମାଡ ମାରିବା ସହ ଭିଡିଓ କରି ଏହାକୁ ଭାଇରାଲ କରିଥିଲେ | ଏନେଇ ହୀରାସିଂ ଗୌଡଙ୍କ ଭାଇ ବିଶ୍ଵନାଥ ଗୌଡ ବୁଧବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଏନେଇ ଥାନା କେସ ନଂ ୧୩୭/୨୨ ଏକ ମାମଲା ରୁଜୁ କରାଯାଇଛି | ଗୁରୁବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ପଙ୍କ ପଦୁଅଁ

Sunil Chandra Nayak

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

Sunil Chandra Nayak

Leave a Comment

error: Content is protected !!