ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ, ଢେ଼ଙ୍କାନାଳ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

 ଢେ଼ଙ୍କାନାଳ (ମ.ନି.ସ)୧୬/୧୦ ରିଖ ଦିବା ୧୨ ଘଟିକା ସମୟରେ ସ୍ଥାନୀୟ ଯାଉଁଳି ମଠ ଠାରେ ଢେଙ୍କାନାଳ ଜିଲ୍ଲା ର କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ ର ସଭ୍ୟ ମାନେ ଉପସ୍ଥିତ ରହି ପ୍ରକାଶ ଚନ୍ଦ୍ର ସାମଲ ଙ୍କ ର ସଭାପତିତ୍ୱ ରେ ଓଡିଶା ତଥା ଢେଙ୍କାନାଳ ର ଖଣ୍ଡାୟତ କ୍ଷତ୍ରୀୟ ମାନଙ୍କ ର ବିରତ୍ୱ ଗାଥା ବାବଦରେ ଆଲୋଚନା କରିଥିଲେ lଏହି ଆଲୋଚନା ରେ ଦିଲ୍ଲୀପ କୁମାର ସ୍ୱାଇଁ ତାଙ୍କ ର ବକ୍ତବ୍ୟ ରଖିଥିଲେ । ବିଶ୍ୱଜିତ ବରାଳ, ଆଶିଷ କୁମାର ସାହୁ ଏବଂ ରାଜେଶ ସାମଲ ଓ ଅନ୍ୟାନ୍ୟ ସଦସ୍ୟ ମାନେ ନିଜ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ପ୍ରତ୍ୟେକ ମାସ ଶେଷ ରବିବାର ରେ ସଦସ୍ୟ ମାନଙ୍କ ମତ ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ସ୍ଥାନ ରେ ସଭା ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା l ସଂଯୋଜକ ବିଶ୍ୱଜିତ ବରାଳ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଶେଷ ରେ ପ୍ରକାଶ ଚନ୍ଦ୍ର ସାମଲ ସଭାପତି ସଭା ସାଙ୍ଗ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପୌର ନିର୍ବାଚନ ରେ ରାଜ୍ୟ ସଭା ସାଂସଦ ଙ୍କ ମାରାଥନ ପ୍ରଚାର

Sunil Chandra Nayak

ପୁରୁଣା ପେନସନ୍ ଯୋଜନା ଅଭିଯାନ ନେଇ ପ୍ରସ୍ତୁତି

Sunil Chandra Nayak

କୋଭିଡ କେୟାର ସେଣ୍ଟରରେ ସ୍ୱଛତା ଅଭିଯାନ

Sunil Chandra Nayak

Leave a Comment

error: Content is protected !!