ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦି କୀ ଅମୃତମହୋତ୍ସଵ ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଡ଼ିଲା ସ୍ୱଚ୍ଛତା ରଥ

ତେନ୍ତୁଳିଖୁଣ୍ଟି /-22 /09 /22   ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆଜି ସ୍ୱଚ୍ଛତା ରଥ କୁ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ  ପାରମ୍ପାରିକ ରୀତିନୀତି ରେ ପୂଜାବିଧି କରି ଶୁଭାରମ୍ଭ କରିଛନ୍ତି। ଏହି ସ୍ୱଚ୍ଛତା ର ବାର୍ତ୍ତା ପ୍ରଚାର କରୁଥିବା ସ୍ୱଚ୍ଛତା ରଥ ଜିଲ୍ଲା ଜଳଯୋଗାଣ ଓ ପରିମଳ ବିଭାଗ ଦ୍ଵାରା ପରିଚାଳିତ ହେଉଛି। ସ୍ୱାଧୀନତାର 75 ବର୍ଷ ପାଳନ ଅବସରରେ ରହି ରଥ ପରିବେଶ ସ୍ୱଚ୍ଛ ରଖିବା ବାର୍ତ୍ତା ପ୍ରଚାର କରିବ। ଶୁଖିଲା ବର୍ଜ୍ୟ ବସ୍ତୁ ଓ କଞ୍ଚା ବର୍ଜ୍ୟ ବସ୍ତୁ କଣ ଏବଂ ଉଭୟ ବର୍ଜ୍ୟ ବସ୍ତୁ ଅଲଗା ଅଲଗା dustbin ରେ ଫୋପାଡିବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ହାତକୁ ନେବାକୁ ବାର୍ତ୍ତା ଦିଆ ଯାଉଛି। ଆଜି ପଂଚାୟତ ସମିତି କାର୍ଯ୍ୟାଳୟ ରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ଵ ସଫା କରିଥିଲେ ପଞ୍ଚୟତ ପ୍ରତିନିଧି ଓ ବ୍ଲକ କର୍ମଚାରୀ ତଥା ସାଧାରଣ ଜନତା। ଆଜିର କାର୍ଯ୍ୟକ୍ରମ ରେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ,ବ୍ଲକ ଉପାଧ୍ୟକ୍ଷ ରାଜେଦ୍ର ବିଶୋଇ,ସମିତି ସଭ୍ୟ ଦିଲିପ ପ୍ରଧାନୀ,ଏବିଡ଼ିଓ ଜି ପି ଇ ଓ ତଥା ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ । ଏହି ରଥ ବ୍ଲକ ର ସମସ୍ତ 15 ଟି ପଂଚାୟତ ବୁଲି ସ୍ୱଚ୍ଛତା ବାର୍ତ୍ତା ଦେବ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

 

Related posts

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ଜୁନାଗଡ଼ ବିଧାୟକ

Sunil Chandra Nayak

ଖଡ଼ିଆଳ ଠାରେ ସମ୍ପନ୍ନ ହେଲା ଯୋଡି ଛତର ଯାତ୍ରା

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶରଧାବାଲି

Sunil Chandra Nayak

Leave a Comment

error: Content is protected !!