ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ସ୍ବାସ୍ଥ୍ୟ ଶିବିର

ରାଉରକେଲା -:ତା୧୦/୦୭/୨୨-; ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ପାଠାଗାର ପରିସରରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର ‘ସମ୍ ହସପିଟାଲର’ ଅସ୍ଥି ଶଲ୍ୟ ବିଶେଷଜ୍ଞ ପ୍ର. ଡାଃ. ଶକ୍ତି ସ୍ବରୂପ, ଡାଃ. ଜି.ଏନ୍.ସାହୁ, ଡାଃ. ଶଶିଭୂଷଣ ନେପାକ, ଡାଃ.ଏମ୍.ପି.ବେହେରା ପ୍ରମୁଖ ଟେକ୍ନିସିଆନ୍ ସୁଶାନ୍ତ କୁମାର ସ୍ବାଇଁ, ଆଇଲିନ୍ ଟିଗ୍ଗା, ପଦ୍ମିନୀ ସୋରେନ୍, ସମୀରା ମହାରଣା, ବିଦ୍ୟୂତ୍ ମଣ୍ଡଳ, ଦିଲିପ ବାରିକ, କ୍ଷିରୋଦ ପାଢ଼ୀ ପ୍ରମୁଖଙ୍କ ସହାୟତାରେ ବିଭିନ୍ନ ରୋଗର ନିଦାନ ସହ ପରାମର୍ଶ ଦେବା ସହ ଔଷଧ ବିତରଣ କରିଥିଲେ। ଏଥିରେ କଲୋନୀର ଶତାଧିକ ବ୍ୟକ୍ତି ଅଂଶଗ୍ରହଣ କରି ଉପକୃତ ହୋଇଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ମହିଳା ସମିତିର ସଭାପତି ସବିତା ସାହୁଙ୍କ ନେତୃତ୍ୱରେ ନମିତା ଆଚାର୍ଯ୍ୟ, ସୁପ୍ରିୟା ମହାନ୍ତି, ସାବିତ୍ରୀ ଦାସ, ସ୍ନିଗ୍ଧା ସାମନ୍ତରାୟ, ପ୍ରୀତି କୁମାରୀ ସାହୁ, ଅନିତା ବିଶ୍ବାଳ, ଗୀତା ସେନାପତି, ସୁପ୍ରଭା ସାହୁ, ମଂଜୁଳା ମହାପାତ୍ର, ନନ୍ଦିତା ପାତ୍ର, ଗୀତାଞ୍ଜଳି ମିଶ୍ରଙ୍କ ସହ ପାଠାଗାରର ଲକ୍ଷ୍ମଣ ନାଥ ଦାସ, ତ୍ରିଲୋଚନ ମିଶ୍ର, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ନାରାୟଣ ଚନ୍ଦ୍ର ଜେନା, ବସନ୍ତ ସେନାପତି ପ୍ରମୁଖ ସହାୟତା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ମଦ କୋଠୀ ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିର୍ମିତ ଗୃହ !

କଳାହାଣ୍ଡି ବ୍ରାହ୍ମଣ ସମାଜ ଜୁନାଗଡ ଶାଖା ଗଠିତ, ସଂଗଠକ ମହଲରେ ଅସନ୍ତୋଷ 

Sunil Chandra Nayak

ବିଶ୍ଵ ମାନବଧିକାର  ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!