ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ ଅର୍ପିତା

           ଅର୍ପିତା

           

                            ରବୀନ୍ଦ୍ର କୁମାର ବେହେରା

ଅର୍ପିତା ସହିତ ଘଣ୍ଟାଘଣ୍ଟା କଥା ,ଘଣ୍ଟାଘଣ୍ଟା ଅନଲାଇନ ରେ ଲେଖାଲେଖି , ପଢ଼ାପଢି । ରାତି ଦଶ ରୁ ଗୋଟାଏ ଦିଇଟା ରାତି ନ ହେଲେ ମନ ବୁଝେନି କି ଖୁସି ଲାଗେନି । ଏ ଅର୍ପିତା କୁ ଆବିଷ୍କାର କରିଥିଲି ଅନଲାଇନ ଓଡ଼ିଆ ସାହିତ୍ୟ ରାଜ୍ୟ ରେ । ସେତେବେଳେ ସେ ଥିଲେ ସମୀକ୍ଷିକା । ମୋ କବିତା କୁସୁମ ର ପାଖୁଡା ଛିଣ୍ଡାଇ,ଗନ୍ଧ ଶୁଙ୍ଘି, ରଙ୍ଗ ଆଣି , ବୃନ୍ତ-ପରାଗ ନଳୀ-ପରାଗ ପେଟି ସବୁକୁ ତା ଚିନ୍ତନ ରାଜ୍ୟରେ ଏମିତି ମନ୍ଥି ସମୀକ୍ଷା କରେ ଯେ ମୋ ଦେହ ମନ ଥରାଇ ଦିଏ । 

ସତେ ତ ମୋ ଠାରୁ ବେଶୀ ଜାଣିଛି , ଏ ଅର୍ପିତା । କିଏ ସେ ? କେଉଁଠି ରହେ ?

ମୁଁ ଚଉଷଠି ଟା ଅନଲାଇନ ସାହିତ୍ୟ ସଂସଦ ରେ ଥିବା ବେଳେ ଦଶ ବା’ର ଟିରେ ତାଙ୍କୁ ଦେଖୁଥିଲି । ନବାଗତା ବୋଧ ହୁଏ । କି କେହି କଲେଜ ଛାତ୍ରୀ ସାହିତ୍ୟ କଳିକା ର ଭୂମିକା ନେଇ ଆସନ୍ତା ଦିନ ରେ ରୂପ-ରସ-ଗନ୍ଧ ଦେବାକୁ ଅବତୀର୍ଣ୍ଣl ।

ସେଦିନ ବର୍ଷା ର ରାତି । ରାତି ୧୧ ଟା ।ସେଦିନ ର ଅର୍ପିତା ର ସମୀକ୍ଷା କେମିତିକା ନିଜର ନିଜର ଲାଗିଲା । ଫୋନ କଲି ।

-ଅର୍ପିତା ?

-ଆଜ୍ଞା ସାର କୁହନ୍ତୁ ।

– ଛାତ୍ରୀ ତୁମେ ??

– ନା, ଗୃହିଣୀ । 

ତାପରେ କଥା ଚାଳିଲା । ଘର, ବୁଗୁଡା ଗଞ୍ଜାମ । ଶାଶୁଘର ପିତାପଲ୍ଲୀ ବ୍ରହ୍ମପୁର । ଭଞ୍ଜବିହାର ର ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର । ୯ ବର୍ଷ ର ପୁଅ । ସ୍ୱାମୀ ଙ୍କ ରୋଜଗାର ବେଶିନୁହେଁ । ପାର୍ଟ ଟାଇମ ଚାକିରୀ । ମିଛ କହି ବାହାଘର । ଭଡାଘର । ଏମିତି ଆହୁରି ଅନେକ ।

ଶେଷ ରେ ଅର୍ପିତା କହିଲା, ଆପଣ କଟକ ରେ ରହୁଛନ୍ତି ?

– ହଁ ।

-ମୋ ସାଙ୍ଗ ଘର କଟକ ।

ତିନି ଚାରି ଥର ଛେପ ଢ଼ୋକି ପୁଣି କହିଲା , ନା ସାର । ସତକଥା ହେଲା ମୁଁ ପି ଜି ରେ ଜଣେ ପୁଅ କୁ ଭଲ ପାଉଥିଲି । ତାଙ୍କ ଘର କଟକ , ନୂଆବଜାର । ତାଙ୍କ ନାଁ ଉତ୍ପଳ ।ସେ ଏବେ କଟକ ରେ ରହୁନାହାନ୍ତି, ମ୍ୟାରେଜ କରି ସାରିଲେଣି । ଦିଲ୍ଲୀ ରେ ରହୁଛନ୍ତି ।

– ତୁମେ କଟକ ଆସିଛ ?

– ବହୁତ ଥର ସାର । ବାଲିଯାତ୍ରା ଆଉ ଦୁର୍ଗାପୂଜା ରେ ଯାଏ । ଜହ୍ନ ରାତି ରେ ଯୋବ୍ରା ବ୍ୟାରେଜ ରେ ଉତ୍ପଳ ଙ୍କ ବହୁତ ସମୟ କଟାଇଛି । ପଣା ସଂକ୍ରାନ୍ତି ରେ ଶୁଖିଲା ମହାନଦୀ ର ନିଛାଟିଆ ବାଲି ସାମ୍ରାଜ୍ୟ ରେ ରାଜାରାଣୀ ହୋଇଛୁ । କଟକ ବହୁତ ଭଲ ଲାଗେ ।

– ଆଉ ମୋ କବିତା ?

– ଯିଏ କଟକିଆ, ଯିଏ ମହାନଦୀ ର ମଣିଷ ତା କବିତା ତ ସବୁବେଳେ ମାୟାଧର ମାନ ସିଂ ଙ୍କ ମହାନଦୀ ରେ ଜ୍ୟୋତ୍ସ୍ନା ବିହାର ।

– କଣ କଥା କଥା ରେ ବି ସମୀକ୍ଷା ?

-ହୁଁ ।

ହସ ର ସ୍ୱର ରେ ଅର୍ପିତା ର ‘ହୁଁ ‘ ସେ ବର୍ଷା ରଜନୀ କୁ ମାଦକତା କରିଥିଲା ।

ତା ପରେ ସକାଳ ହୁଏ । ସୂର୍ଯ୍ୟ ଉଠେ । ଶୁଭସକାଳ ଆସେ । ଆଉ ଶୁଭରାତ୍ରୀ ବି ଆସେ ଯାଏ । ଆଉ ରାତି ଦଶ ରୁ ନିଦ ଲାଗିବା ପର୍ଯ୍ୟନ୍ତ କଥା ଆସର ଜମେ ଦୁଇଟି ଫୋନ ର ; କଟକ ରୁ ବ୍ରହ୍ମପୁର ଆଉ ବ୍ରହ୍ମପୁର ରୁ କଟକ । 

ବର୍ଷା ଗଲା, ଶରତ ଗଲା । ଶୀତ ଆସିଲା । ନଭେମ୍ବର ୩୦ । ଅର୍ପିତା ର ଗୁଡ଼ମୋର୍ନିଂ ପରେ ଫୋନ ଡେଡ । ରାତିରେ ୧୫ ଥର ଉଦ୍ୟମ ପରେ ରାତି ବାର ଟା ପନ୍ଦର ରେ ଅର୍ପିତା ର କୋହମିଶା କଥା ଦ୍ଵି ପଦ ଶୁଭିଲା । 

– ସ୍ୱାମୀ ଚାଲିଗଲେ ।

ବ୍ୟତିଗ୍ରସ୍ତ ରେ ପଚାରିଲି , କଣ ହୋଇଥିଲା ?

– ହାର୍ଟ ଆଟାକ । 

ଆଉ କିଛି କହି ପାରୁ ନ ଥିଲା ଅର୍ପିତା । କାନ୍ଦୁଥିଲା ।

କି ସାନ୍ତ୍ୱନା ଦେଇଥାନ୍ତା ଜଣେ ସାହିତ୍ୟିକ । ମୋ କବିତା କୁ ସମୀକ୍ଷା କରି କରି ଏଭରେଷ୍ଟ ଚଢୁଥିବା ଏ ସମୀକ୍ଷିକl କଣ ବୁଝିଥାନ୍ତେ ପ୍ରଶାନ୍ତ ମହାସାଗର ର ଗଭୀରତମ ଖାତ ମେରିଆନା ଟ୍ରେଞ୍ଚ ର ରହସ୍ୟ । ଆଧୁନିକ କବିତା କଣ ବୁଝିବ ଆଧ୍ୟାତ୍ମିକ ସତ୍ୟ ର ଉଦଘାଟନ ?  

ତା ପରଦିନ ଠାରୁ ଜଣେ କବି ଆଉ ଜଣେ ସମୀକ୍ଷିକl ର ସମ୍ପର୍କ କମିକମି ଗଲା । 

ଅର୍ପିତା ବ୍ୟସ୍ତ ଥିଲା ତା ସ୍ବାମୀ ର ଶୁଦ୍ଧିକ୍ରିୟା ପାଇଁ । ଅର୍ପିତା ବ୍ୟସ୍ତ ଥିଲା ତା ଚତୁର୍ଥ ଶ୍ରେଣୀ ରେ ପଢ଼ୁଥିବା ପୁଅ କୁ ବୁଝାଇବା ପାଇଁ । ନିଜ ପାଇଁ । ପଇସା ପାଇଁ । ଘରଭଡା ପାଇଁ । ପୁଅ ପଢ଼ୁଥିବା ସ୍କୁଲ ଦରମା ପାଇଁ । ଘର କୁ ଆସୁଥିବା କ୍ଷୀରବାଲା ର ପଇସା ପାଇଁ । ଅଟୋବାଲା ର ପଇସା ପାଇଁ । ଦୋକାନ ଚିଠା ର ପଇସା ପାଇଁ । ଆଉ ସ୍ୱାମୀଥିବା ବେଳେ ଯେଉଁ ଦଶହଜାର ଟଙ୍କା ଉଧାର କରିଥିଲେ, ତାକୁ ଶୁଝିବା ପାଇଁ ।

ଏତେ ବିରାଟ ପୃଥିବୀ କୁ ମୁଣ୍ଡରେ ବୋହିବାକୁ ମୁଣ୍ଡ ଟାଣ କରୁଥିଲା ସେ । କଣ ମିଳିବ ସେ ସାହିତ୍ୟ ରୁ ? କଣ ମିଳିବ ସେ କବିତା ପଢ଼ା ରୁ ? କଣ ମିଳିବ ସମୀକ୍ଷା ରୁ ?? ସାହିତ୍ୟ କଣ ତା’ର ଭଙ୍ଗା ବୀଣା ର ସଂସାର କୁ ଫେରାଇ ପାରିବ ?

ଗୋଟିଏ ଘରୋଇ କମ୍ପାନୀରେ ସାନ କାମ ଟିଏ ପାଇଥିଲା । ମାସ କୁ ଏଗାର ହଜାର ।

ପ୍ରତିଦିନ କିନ୍ତୁ ଦ୍ଵି ପଦ କଥା ହେଉଥିଲା ଅର୍ପିତା । କେଉଁଦିନ କହୁଥିଲା , ସାର ଆଜି ବହୁତ କ୍ଳାନ୍ତ ହୋଇଯାଇଛି । ମାଲିକ ଟା ବହୁତ ଖରାଉଛି ମୋତେ । ଦଶ ଘଣ୍ଟା ଡ୍ୟୁଟି । ତା ଭିତରେ ଘରେ ରୋଷେଇ, ପୁଅ ର ହୋମ ୱାର୍କ । ଆଜି ଏତିକି ରେ ଥାଉ ପରେ କଥାହେବା ସାର ।

ସାହିତ୍ୟ ରୁ ସନ୍ନ୍ୟାସିନୀ ନେଇଗଲା ଅର୍ପିତା । 

ଦିନେ ହଠାତ ଅର୍ପିତା କହିଲା —

” ସାର ! ଆପଣ ମୋତେ ମ୍ୟାରେଜ କରିବେ ?”

ମୁଁ ନିରୁତ୍ତର ।

– ସାର, ଏ କମ୍ପାନୀ ର ଗୋଟାଏ ଲୋକ ମୋ ପଛେ ପଛେ ଲାଗିଛି । ନିଶା ଖାଏ, ସାର । ମନ୍ଦିର କୁ ଯାଏ, ଚନ୍ଦନ ଲଗାଏ, କଠଉ ପିନ୍ଧେ, କିନ୍ତୁ ପାପ କରେ । ସ୍ତ୍ରୀ ଲୋକ ଙ୍କ ଉପରେ ଖରାପ ନଜର ପକାଏ । ମୋତେ ଭୟ ଲାଗୁଛି ସାର । 

ତା ପରେ ଟିକିଏ ରହି କହିଲା..

ମୁଁ ବି ଏକାଏକା ବଞ୍ଚି ପାରୁନି ସାର । ଆଉ ପାରୁନି ।

ଅର୍ପିତା ର ଫୋଟୋ ମୁଁ ଦେଖିଛି । ବେଶୀ ସୁନ୍ଦରୀ ନ ହେଲେ ବି ଅସୁନ୍ଦରୀ ନୁହଁ । 

ସେ କିନ୍ତୁ ବେଶୀ ସୁନ୍ଦରୀ ସାହିତ୍ୟ ରେ । କବିତା ରେ । ସମୀକ୍ଷିକl ରେ । 

ପଚାରିଲି..

ମୋତେ କାହିଁକି ?

– ଆପଣ ସାହିତ୍ୟିକ ବୋଲି ।

– ସାହିତ୍ୟିକ କଣ ନିଶା ଖାଏନା ?

– ହଁ , ବେଶୀ ଖାଏ ସାର । ସେ ନିଶା କବିତା ର । ତା ମାଦକତା ଭାଷା ର । ତା’ର ଝୁମିବା ଶବ୍ଦ ର ସୌନ୍ଦର୍ଯ୍ୟ ବୋଧ ର । ସେ ରାତ୍ରୀ ର ଅନ୍ଧାର ରେ ଦେଖେ ତା ପ୍ରିୟା ର ଗୋରା ଦେହ ର କଳା ଓଢଣୀ । ସକାଳ ସୂର୍ଯ୍ୟ ରେ ଦେଖେ ତା ପ୍ରିୟା ର ହଳଦୀମଖା ସଜଗାଧୁଆ ମୁହଁ । ରାତି ର ଜହ୍ନ ଆଲୁଅ ରେ ଦେଖେ ତା ପ୍ରିୟା ର ବିମୋହିତ ହସ । ପବନ ରେ ଶୁଭିଯାଏ ସେ ମନ୍ତ୍ରିତ ହସ ର କାଉଁରୀ ମନ୍ତ୍ର । 

-ଥାଉ ସାହିତ୍ୟିକା । ମୁଁ ରାଜି ।

-ମୁଁ ଜାଣିଥିଲି ।

-କେମିତି ?

– ତୁମର କବିତା ଆଉ ମୋ ସମୀକ୍ଷା କେବେଠୁଁ ସମ୍ପର୍କ ରଖି ସାରିଥିଲେ ।

– ଏଇ ସମୀକ୍ଷୀକା ।

-ଉଁ

-କେବେ ମ୍ୟାରେଜ କରିବା ? 

-ତୁମେ କୁହ ।

-ନା , ତୁମେ ।

 

ସମ୍ପାଦକ, ଆଦିଭୂମି ସାହିତ୍ୟ ସଂସଦ ,
ଶିଖରପୁର, କଟକ -୪

    

Related posts

ରାଷ୍ଟ୍ରୀୟ କଳା ମଞ୍ଚ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ  

Sunil Chandra Nayak

ଗରିବ କଣ୍ଟା ପୁଟେଲକୁ ଭତ୍ତା ଓ ଏକ ଟ୍ରାଇସାଇକେଲ ଯୋଗାଇ ଦେବା ପାଇଁ ଦାବି

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା l l l l ହସ l l l l

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort