ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ପିଲାଙ୍କ ପାଇଁ ତ୍ରୀଦିଵସୀୟ ତାଲିମ ଶିବିର

ମୟୂରଭଞ୍ଜ -୨୨/୦୯/୨୨(ମସିହା )  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଗୋଷ୍ଠୀ ସାଧନ କେନ୍ଦ୍ରରେ ରାଇରଙ୍ଗପୁର ବ୍ଳକ ଅଧୀନରେ ଥିବା ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ପିଲାଙ୍କ ପାଇଁ ତ୍ରୀଦୀବସୀୟ ସଚେତନତା ଓ ତାଲିମ ଶିବିର ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବରିଷ୍ଠ) ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି । ଏଥିରେ ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ,ସିଆରସିସି ମନୋରଞ୍ଜନ ମଣ୍ଡଳ,ସିଆରସିସି ଆଶୀଷ କୁମାର ମଣ୍ଡଳ,ଜୁନିଅର ରେଡକ୍ରସ ଶିକ୍ଷା ଅଧିକାରୀ ସ୍ମୃତି ରଂଜନ ପାଣି ପ୍ରମୁଖ ଉପସ୍ଥିତ ରହି ଦିବ୍ଯାଙ୍ଗ ପିଲା ଓ ଅଭିଭାବକମାନଙ୍କୁ ସରକାରଙ୍କ ଦିଵ୍ଯାଙ୍ଗମାନଙ୍କ ପାଇଁ ବହୁବିଧ ଯୋଜନା ପ୍ରଣୟନ କରିଥିବା ଅବଗତ କରାଇଥିଲେ ।ତଦସହ ସେମାନଙ୍କ ମନୋବଳ ସୁଦୃଢ ପାଇଁ କିଛି ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ଦିବ୍ଯାଙ୍ଗମାନେ ଆଉ ନିଜର,ପରିବାରର ଓ ସମାଜର ବୋଝ ହୋଇ ରହିବେ ନାହିଁ । ସେମାନେ ନିଜକୁ ନିଜେ ସକ୍ଷମ ହୋଇପାରିବେ ।ବିଆରଟି ମହେଶ୍ୱର ମହାପାତ୍ର,ପ୍ରଶିକ୍ଷିକା ସାଗରିକା ପଣ୍ଡା ଉପସ୍ଥିତ ୩୨ ଜଣ ଦିଵ୍ଯାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ/ଅଭିଭାବିକା ମାନଙ୍କୁ ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ସମସ୍ୟା ଦୂର ପାଇଁ ବିଭିନ୍ନ କୌଶଳ,ତାଲିମ ପ୍ରଦାନ କରିଥିଲେ । ପୂର୍ବରୁ କିଛି ପ୍ରଶିକ୍ଷିତ ଦିବ୍ଯାଙ୍ଗମାନେ ଉପକୃତ ସହୋଇଥିବା ଅଭିଭାବକମାନେ କହିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ବ୍ଲକ ପରିଶରରେ ସଦଭାବନା ଦିବସ ପ୍ରତିଜ୍ଞା ନେଲେ ବ୍ଲକ କର୍ମଚାରୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ଯୁବ ପ୍ରତିଭା ଭାବରେ ରମାକାନ୍ତ ସିଂହ ସାହାଣୀ ସମ୍ଭର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!