ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ସାଇ ଜୟନ୍ତୀ ମହା ସମାରୋହ ରେ ପାଳିତ

ଜୁନାଗଡ଼,୨୩/୧୧(ମ ନି ସ)କଳାହାଣ୍ଡି ଜିଲ୍ଲା ର ପୁରପଲ୍ଲୀ ରେ ଆଜି ଭଗବାନ ଶ୍ରୀ ସତ୍ୟ ସାଇ ବାବା ର ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି କ୍ରମ ରେ ଜୁନାଗଡ଼ ସହର ସ୍ଥିତ ହିଂଜିଲିବେଇଲି ସମିତି, ତାଲବନ୍ଦ ପଡା ଭଜନ ମଣ୍ଡଳୀ, ବ୍ରାହ୍ମଣୀଗୁଡା ସ୍ଥିତ ବାଲବିକାଶ କେନ୍ଦ୍ରର ଭଜନ ମଣ୍ଡଳୀ, କୁଣ୍ଡାମାଲ ଗାଁ ରେ ମଧ୍ୟ ସମ୍ପୂର୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଗବାନ ଙ୍କ ଜନ୍ମଦିବସ ଉତ୍ସାହ ର ସହିତ ପାଳନ କରା ଯାଇଛି। ତାଲବନ୍ଧପଡା ସତ୍ୟସାଇ ମନ୍ଦିର ଠାରେ ସତ୍ୟସାଇ ବାବାଙ୍କ ଫୋଟୋ ଚିତ୍ରକୁ ସୁସଜ୍ଜିତ ରଥରେ ବାଜା, ଘଣ୍ଟ ଓ ଭଜନ ମଣ୍ଡଳୀଙ୍କ ସହ ସହର ପରିକ୍ରମା କରାଯାଇଥିଲା। ମନ୍ଦିର ପକ୍ଷରୁ ପ୍ରଭାତ ଫେରି, ପ୍ରାତଃ ଭଜନ ନଗର କୀର୍ତ୍ତନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିସହ ପ୍ରସାଦ ସେବନ ବାଳ ନୃତ୍ୟ ନାଟିକା ଓ ସଚେତନ ଧର୍ମୀ କ୍ଷୁଦ୍ର ନାଟକ ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ଏନଏସି ଉପାଧକ୍ଷ୍ୟା ହିମାଦ୍ରୀ ନାଏକ ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ନାଏକ, ଓ ସଂଗଠନର ନିର୍ମଳ ମହାନ୍ତି, ରାଜକିଶୋର ସାହୁ ଐରିଗଞ୍ଜନ ଦଣ୍ଡସେନା ,ରଞ୍ଜନ ଜାଲ,ଅଞ୍ଜନ ଖିତି, ମୁକେଶ ଭଣ୍ଡାରଘରିଆ, ଭକ୍ତଭାଟି ,କନ୍ଦର୍ପ ଗୁରୁ,ବାବୁ ଏବଂ ଅନେକ କର୍ମକର୍ତ୍ତା ଦାୟିତ୍ବ ତୁଲାଇଥିଲେ।ସେହିପରି ବ୍ରାହ୍ମଣୀଗୁଡା ସ୍ଥିତ ଶ୍ରୀ ସତ୍ୟ ସାଇ ମନ୍ଦିର ପରିସର ରେ ଏକ ଗଣେଶ ବିଗ୍ରହ ପ୍ରତିଷ୍ଠା କରା ଯାଇଥିଲା। ପ୍ରତିଷ୍ଟା ସମୟ ରେ କର୍ତା ଭାବରେ ସୁବାସ ପାତ୍ର ଏବଂ ତାଙ୍କ ଧର୍ମ ପତ୍ନୀ ଅମ୍ବିକା ପାତ୍ର ଦାୟିତ୍ୟ ତୁଲାଇ ଥିବା ବେଳେ କୈଳାଶ ତ୍ରିପାଠୀ ପୂଜକ ଦାୟିତ୍ୟ ନିଭାଇ ଥିଲେ । ଆଜିର ସତ୍ୟ ସାଇ ଙ୍କ ଜନ୍ମ ଦିବସ ଅବସର ରେ ଅତିଥୀ ଭାବରେ ଅମିତ ପାଣିଗ୍ରାହୀ, ଆଶିଷ ଗୋଏଲ (ଚିଣ୍ଟୁ), ରାଜୁ ଅଗ୍ରୱାଲ, ଚାରଭାଟି ସରପଂଚ ଶଙ୍କର ନାଏକ, କଲେଇ ଗାଁ ସରପଂଚ ମଳୟ ଆଚାର୍ଯ୍ୟ, ପ୍ରହଲ୍ଲାଦ ଶର୍ମା, ସୁରେନ୍ଦ୍ର ଛାତ୍ରୀଆ ପ୍ରମୁଖ ଙ୍କ ସମେତ ବିଶିଷ୍ଟ ସମାଜ ସେବୀ କୂଟରୁ ଗ୍ରାମର ସୁଧାଂଶୁ ଶେଖର ନାଏକ ଙ୍କ ସହିତ ଭଜନ ମଣ୍ଡଳୀ ର ସୋମନାଥ ପାତ୍ର, ଭୋଳନାଥ ମଲ୍ଲୀକ, ନିମେଇ ଚରଣ ଦଳପତି, ସୋନୁ  ପାତ୍ର, ଚନ୍ଦ୍ର ଦଣ୍ଡସେନା, ମନୁ ପଟେଲ, ଧବଳେଶ୍ବର ନାଗ, ନିଲଞ୍ଚଳ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ମ କୁ ସଫଳ ରୂପାୟନ କରିବା ପାଇଁ ସକ୍ରିୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନେକ ବୃଦ୍ଧ ବୃଧା ଓ ବାଳକ ବାଳିକା ମାନଙ୍କୁ ସିତ ବସ୍ତ୍ର , କମ୍ବଳ, ଏବଂ ଶାଢ଼ୀ ବଣ୍ଟନ କରାଯାଇଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି

Sunil Chandra Nayak

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅକ୍ଷୟ ତୃତୀୟାର ଭେଟି, ମିଳିବ ଦୁଇ ହଜାର ଟଙ୍କା,ଏନେଇ ଘୋଷଣା କଲେ ରାଜ୍ୟ ସରକାର

ଜଗଦାରେ ନିର୍ମାଣଧୀନ ଆପାର୍ଟମେଣ୍ଟର ପ୍ରବେଶ ପଥକୁ ନେଇ ବିରୋଧ

Sunil Chandra Nayak

Leave a Comment

error: Content is protected !!