ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣେଶ ପୂଜା ପାଇଁ ନଗାରୀ ଗାଁ ଉତ୍ସବ ମୁଖର: ରଙ୍ଗୀନ ଆଲୁଅ ରେ ଝଲସୁଛି ସାରା ଗାଆଁ

ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ନଗାରୀ ଗାଆଁ ଏବେ ଉତ୍ସବ ମୁଖର । ଆକର୍ଷଣୀୟ ତୋରଣ ଓ ରଙ୍ଗୀନ ଆଲୁଅ ରେ ଝଲସି ଉଠୁଛି ଗାଆଁ ଏ ମୁଣ୍ଡ ରୁ ସେ ମୁଣ୍ଡ। ଏଠାରେ ସୂଚନାଯୋଗ୍ୟ ଯେ ଗାଆଁ ରେ କିଛି ଉଦୀୟମାନ ଯୁବକ ମାନଂକ ଆପ୍ରାଣ ଉଦ୍ୟମରେ ୧୯୯୭ ମସିହା ଠାରୁ ଏଯାବତ୍ ଗଜାନନ ଙ୍କ ପୂଜା ଧୁମ୍ ଧାମରେ ପାଳିତ ହେଉଅଛି।ଏହି ପରିପ୍ରେକ୍ଷୀରେ ଉପର ସାହି ପୂଜା କମିଟି ର ମୁଖ୍ୟ ଉଦ୍ୟକ୍ତା ଶ୍ରୀଯୁକ୍ତ ବାଙ୍କ ନିଧି ସାହୁ, ବିଶ୍ୱଜିତ୍ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହେଉ ଥିଲା ବେଳେ ତଳ ସାହି ର ଉଦ୍ଦୀୟ ମାନ ଯୁବକ ସରୋଜ ସ୍ୱାଇଁ ଓ ଶୁଭେନ୍ଦୁ କୁମାର ସ୍ୱାଇଁ ଙ୍କ ପ୍ରଚେଷ୍ଟା ରେ ଚଳିତ ବର୍ଷ ମହା ସମାରୋହରେ ରୀତି ନୀତି ଅନୁଯାୟୀ ସମ୍ପନ୍ନ ହେଉଅଛି।ଏଥି ପାଇଁ ଆଖ ପାଖ ଗାଆଁ ର ଦୈନିକ ଶହ ଶହ ପୁରୁଷ, ମହିଳା, ଛୋଟ ଛୋଟ ପିଲା ଙ୍କ ଭିଡ ଜମି ବାରେ ଲାଗିଛି। ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂଜା କମିଟି ର ସଭାପତି ମତ ପ୍ରକାଶ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆରଆରବି ପରୀକ୍ଷା ପାଇଁ ରେଳବାଇ ପକ୍ଷରୁ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା

ଏନଡିୟୁଜେ ତରଫରୁ ଜଳଛତ୍ର ର ଶୁଭାରମ୍ଭ

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ପଞ୍ଚାୟତ ସ୍ତରୀୟ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!