ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରଷଘରିଆ ବିଦ୍ୟାଳୟ ପୁନର୍ବାର ଖୋଲିବା ଦାବି 

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଇନ୍ଦିପୁର ପଞ୍ଚାୟତ ବରଷଘରିଆ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଦାବି ହୋଇଛି । ଛାତ୍ରଛାତ୍ରୀ ଉପସ୍ଥାନ ହାର କମ୍ ଦର୍ଶାଇ ବନ୍ଦ କରିଦିଆଯାଇଛି । ଏହାକୁ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି । କରୋନା ମହାମାରୀ ଓ ତତ୍ଜନିତ କଟକଣା ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲ୍ ଯାଉନଥିଲେ । ସେହି ସମୟରେ ଶିକ୍ଷା ବିଭାଗର ଅଧିକାରୀମାନେ ସ୍କୁଲ୍କୁ ବନ୍ଦ କରିଦେଇଥିଲେ । ଏବେ ସବୁକିଛି ସ୍ୱଭାବିକ ଥିବାବେଳେ ଗ୍ରାମର ପିଲାମାନେ ପାଠ ପଢିବା ପାଇଁ ଦୀର୍ଘ ୨ କିଲୋମିଟରରୁ ଅଧିକ ଦୂରରେ ଥିବା ବିଦ୍ୟାଳୟକୁ ଯିବାକୁ ପଡୁଛି । ଛୋଟ ଛୋଟ ପିଲାମାନେ ଏତେବାଟରେ ଥିବା ସ୍କୁଲକୁ ପାଠ ପଢିବା ପାଇଁ ଯାଇପାରୁନାହାନ୍ତି । ଏବେ ବିଦ୍ୟାଳୟରେ ପାଠ ପଢିବା ପାଇଁ ୪୦ରୁ ଉଦ୍ଧ୍ୱର୍ ପିଲାଙ୍କ ନାମ ଗ୍ରାମବାସୀ ସଂଗ୍ରହ କରିଛନ୍ତି । ବିଦ୍ୟାଳୟ ଖୋଲିଲେ ପୁନଶ୍ଚ ଅଧିକ ପିଲା ଆସିବେ ଏବଂ ନିୟମିତ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବା ପାଇଁ ଅଭିଭାବକମାନେ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଛୋଟପିଲାଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବରଷଘରିଆ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଚାଲୁ ରଖିବା ପାଇଁ ବରଷଘରିଆ ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅନୁରୋଧ କରିଛନ୍ତି ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଶ୍ରୀ ଅରବିନ୍ଦ ଙ୍କ ୧୫୦ତମ ଜନ୍ମବାର୍ଷିକ ଓ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ବିଭିନ୍ନ ଉତ୍ସବ ଆୟୋଜନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆମେ ଓଡ଼ିଆ

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ଚନ୍ଦନ ସେନାପତି, ୧୫-୧୧ ଭୋଟରେ ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ପରାସ୍ତ କଲେ

Sunil Chandra Nayak

Leave a Comment

error: Content is protected !!