ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରଷଘରିଆ ବିଦ୍ୟାଳୟ ପୁନର୍ବାର ଖୋଲିବା ଦାବି 

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଇନ୍ଦିପୁର ପଞ୍ଚାୟତ ବରଷଘରିଆ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଦାବି ହୋଇଛି । ଛାତ୍ରଛାତ୍ରୀ ଉପସ୍ଥାନ ହାର କମ୍ ଦର୍ଶାଇ ବନ୍ଦ କରିଦିଆଯାଇଛି । ଏହାକୁ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି । କରୋନା ମହାମାରୀ ଓ ତତ୍ଜନିତ କଟକଣା ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲ୍ ଯାଉନଥିଲେ । ସେହି ସମୟରେ ଶିକ୍ଷା ବିଭାଗର ଅଧିକାରୀମାନେ ସ୍କୁଲ୍କୁ ବନ୍ଦ କରିଦେଇଥିଲେ । ଏବେ ସବୁକିଛି ସ୍ୱଭାବିକ ଥିବାବେଳେ ଗ୍ରାମର ପିଲାମାନେ ପାଠ ପଢିବା ପାଇଁ ଦୀର୍ଘ ୨ କିଲୋମିଟରରୁ ଅଧିକ ଦୂରରେ ଥିବା ବିଦ୍ୟାଳୟକୁ ଯିବାକୁ ପଡୁଛି । ଛୋଟ ଛୋଟ ପିଲାମାନେ ଏତେବାଟରେ ଥିବା ସ୍କୁଲକୁ ପାଠ ପଢିବା ପାଇଁ ଯାଇପାରୁନାହାନ୍ତି । ଏବେ ବିଦ୍ୟାଳୟରେ ପାଠ ପଢିବା ପାଇଁ ୪୦ରୁ ଉଦ୍ଧ୍ୱର୍ ପିଲାଙ୍କ ନାମ ଗ୍ରାମବାସୀ ସଂଗ୍ରହ କରିଛନ୍ତି । ବିଦ୍ୟାଳୟ ଖୋଲିଲେ ପୁନଶ୍ଚ ଅଧିକ ପିଲା ଆସିବେ ଏବଂ ନିୟମିତ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବା ପାଇଁ ଅଭିଭାବକମାନେ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଛୋଟପିଲାଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବରଷଘରିଆ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଚାଲୁ ରଖିବା ପାଇଁ ବରଷଘରିଆ ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅନୁରୋଧ କରିଛନ୍ତି ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଛିଲିପl ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ରେ ବନ ମହୋସ‌ଵ

ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିବେକକୁ ପ୍ରକାଶ କର

Sunil Chandra Nayak

Leave a Comment

error: Content is protected !!