ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ଚନ୍ଦନ ସେନାପତି, ୧୫-୧୧ ଭୋଟରେ ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ପରାସ୍ତ କଲେ

କେସିଙ୍ଗା,୧୨-୦୩-୨୦୨୨– ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି କେସିଙ୍ଗା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଜିର ଏହି ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଚନ୍ଦନ ସେନାପତି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିବା ବେଳେ ସ୍ଵାଧୀନ ପ୍ରାର୍ଥୀନୀ ରାଜଲକ୍ଷ୍ମୀ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଚନ୍ଦନ ସେନାପତି ୧୫ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସ୍ଵାଧୀନ ପ୍ରାର୍ଥୀନୀ ରାଜଲକ୍ଷ୍ମୀ ପଟ୍ଟନାୟକ ୧୧ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରିଣୀ ପ୍ରିୟ ଦର୍ଶନୀ ମିର୍ଦ୍ଧା ସୁଚନା ଦେଇଛନ୍ତି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ କଶୃପଡା ପଞ୍ଚାୟତର ସମିତି ସଭ୍ୟ ଚନ୍ଦନ ସେନାପତି ନିର୍ବାଚିତ ହୋଇଛନ୍ତି ଏବଂ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକ ଠାରୁ ୪ ଟି ଭୋଟ ଅଧିକ ପାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । କେସିଙ୍ଗା ପଞ୍ଚାୟତ ସମିତିର ୨୬ ଗୋଟି ପଞ୍ଚାୟତ ରହିଛି । ସେଥି ମଧ୍ୟରୁ ଚନ୍ଦନ ସେନାପତିଙ୍କ ସହ ବିଜେପି ସମର୍ଥିତ ସମିତିସଭ୍ୟ ମାନେ ରହିବାରୁ ତାଙ୍କ ସପକ୍ଷରେ ୧୫ ଜଣ ସମିତି ସଭ୍ୟ ହୋଇଥିଲେ । ତେବେ ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକ ପକ୍ଷରେ ୧୧ ଜଣ ସମିତି ସଭ୍ୟ ଭୋଟ ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଥିବାରୁ ଏହି ପଦ ହାତେଇବା ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ରହିଥିଲେ । ତେବେ 26ଗୋଟି ସମିତି ସଭ୍ୟ ମଧ୍ୟରୁ କେତେକ ଶ୍ରମତୀ ପଟ୍ଟନାୟକଙ୍କ କ୍ୟାମ୍ପରେ ରହିଥିବା ବେଳେ କେତେକ ଶ୍ରୀ ସେନାପତିଙ୍କ କ୍ୟାମ୍ପରେ ରହି ଅଜ୍ଞାତବାସରେ ରହିଥିଲେ ଏବଂ କେତେକ ବିଜେପି ସମର୍ଥିତ ସଭ୍ୟ ମଧ୍ୟ ଅନ୍ୟ ଏକ କ୍ୟାମ୍ପରେ ରହିଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଏହି ବିଜେପି ସମର୍ଥିତ ପ୍ରାର୍ଥୀମାନେ ହିଁ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ସେମାନେ ଶ୍ରୀମତୀ ପଟ୍ଟନାୟକଙ୍କ ଗୋଷ୍ଠୀକୁ ସମର୍ଥନ କରିବେ ବୋଲି କଳ୍ପନାଜଳ୍ପନା ହୋଇଥିଲା । କିନ୍ତୁ, ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କଶୃପଡା ସମିତି ସଭ୍ୟ ଚନ୍ଦନ ସେନାପତିଙ୍କୁ 15ଜଣ ସଭ୍ୟଙ୍କ ସମର୍ଥନ ମିଳିବାରୁ ସେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାରେ ସଫଳ ହୋଇଥିଲେ । ସେ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ବିଜେଡି ମହଲରେ ଏ ନେଇ ଉତ୍ସାହ ଖେଳିଯାଇଥିବା ଦେଖିବକୁ ମିଳିଛି ।

ଏଲ କୋଟେଶ୍ୱର ନାଇଡୁ, କେସିଙ୍ଗା

Related posts

ବ୍ୟାପକ ବୃକ୍ଷ ରୋପଣ ଓ ସଂରକ୍ଷଣ ପାଇଁ ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ଵାରା ପ୍ରତିଷ୍ଠିତ..

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ମାନବାଧିକାର ଦିବସର ଭାବନା

Sunil Chandra Nayak

ରଙ୍ଗ ର ଖେଳ ହୋଲି ରେ ରଙ୍ଗୀନ ହେଲେ ଛାତ୍ର ମହଲ

Sunil Chandra Nayak

Leave a Comment

error: Content is protected !!